ଦରଭାରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ଦରଭାରେ ଏନକାଉଣ୍ଟର

ମାଲକାନଗିରି: ସୀମାନ୍ତ ଛତିଶଗଡର ଦରଭା ଜଙ୍ଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଗୁଇନ୍ଦା ସୂତ୍ରରୁ ପକ୍କା ଖବର ମିଳିବା ପରେ ପୁଲିସ ଦରଭାର ଏଲେଙ୍ଗନାର ଜଙ୍ଗଲରେ ଚଢାଉ କରିଥିଲା। ଏଠାରେ ନକ୍ସଲ ପୂର୍ବରୁ କ୍ୟାମ୍ପ କରି ରହିଥିଲେ। ଯବାନ କ୍ୟାମ୍ପକୁ ଚାରି ପଟୁ ଘେରିବା ପରେ ନକ୍ସଲ ଯବାନଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ପରେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ପରେ ଯବାନ ଘଟଣାସ୍ଥଳର ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ମୃତ ଦେହ ଉଦ୍ଧାର କରିବା ସହ ବନ୍ଧୁକ ଏବଂ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ଆଇଜି ପି.ସୁନ୍ଦରରାଜ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ମୋଦୀ ହେ, ମୁମକିନ ହେ-ପି ଚିଦାମ୍ବରମ

Thu Jul 1 , 2021
ରୋଷେଇ ଗ୍ୟାସ ଦର ବୃଦ୍ଧି ପରେ ମୋଦୀଙ୍କୁ ଟାର୍ଗେଟ କଲେ ପି ଚିଦାମ୍ବରମ ନୂଆଦିଲ୍ଲୀ: ଅଣ-ସବସିଡ୍ ଘରୋଇ ଏଲପିଜି ସିଲିଣ୍ଡର ଉପରେ ପୁଣିଥରେ ଦର ବୃଦ୍ଧି ହୋଇଛି। ସରକାରୀ ତୈଳ କମ୍ପାନୀମାନେ ଘରେ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡରର ଦାମ ଆଜିଠାରୁ ୨୫ ଟଙ୍କା ବୃଦ୍ଧି କରିଛନ୍ତି। ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ୧୪.୨ ଲିଟର ଏଲପିଜି ସିଲିଣ୍ଡରର ଦାମ୍ ୮୩୪ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ଲଗାତାର ରୋଷେଇ […]
ମୋଦୀଙ୍କୁ ଟାର୍ଗେଟ କଲେ ପି ଚିଦାମ୍ବରମ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial