ଗିରଫ ପରେ ପ୍ରଥମ ଥର ଗୋପାଳକୁ ଭେଟିଲେ ପରିବାରଲୋକ

ଗୋପାଳ

ଚୌଦ୍ୱାର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସ ଚୌଦ୍ୱାର ଜେଲ୍‌ରେ ୮ ଦିନ ହେଲା ରହିଲାଣି। ଗିରଫ ହେବା ପରେ ଗୋପାଳକୁ ଆଜି ଅର୍ଥାତ ଫେବୃଆରି ୨୨ ତାରିଖ ବୁଧବାର ଦିନ ତାଙ୍କ ପରିବାରଲୋକ ପ୍ରଥମଥର ପାଇଁ ଭେଟିବାକୁ ଆସିଥିଲେ। ନବ ଦାସଙ୍କ ହତ୍ୟାକାରୀ ଗୋପାଳକୁ ଭେଟିବା ପାଇଁ ଜେଲକୁ ତାର ଭାଇ ସତ୍ୟନାରାୟଣ ଦାସ ଆସି ପହଞ୍ଚିଥିଲେ। ତେବେ ଏହି ଭେଟାଭେଟି ସମୟରେ ଜେଲରେ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ। ସତ୍ୟନାରାୟଣ ସୁରକ୍ଷାକର୍ମୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଭାଇ ଗୋପାଳକୁ ଭେଟି କିଛି ସମୟ କଥାବର୍ତ୍ତା ହୋଇଥିଲେ। ପରସ୍ପରକୁ ଭେଟିବା ସମୟରେ ସେଠାରେ ଭାବବିହ୍ଵଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ସେଠାରୁ ଗୋପାଳର ଭାଇ ଚାଲି ଆସିଥିଲେ। ତେବେ ଏହାପୂର୍ବରୁ କୁହାଯାଉଥିଲା କି ଜେଲ୍‌ରେ ମୁଲାକାତ ବ୍ୟବସ୍ଥାରେ କୌଣସି ଅଙ୍କୁଶ ନଥିବା ବେଳେ ଗୋପଳକୁ ଭେଟିବା ପାଇଁ ତା’ର ପରିବାର ଲୋକ ଅଥବା ଅନ୍ୟ କୌଣସି ସଦସ୍ୟ ଜେଲକୁ ଆସୁ ନାହାନ୍ତି।
ଜେଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୋପାଳ ଦାସର ଜୀବନଯାପନ ସ୍ୱାଭାବିକ ରହିଛି। ସକାଳୁ ଉଠି ଏକଘଣ୍ଟାରୁ ଅଧିକ ସମୟ ଧରି ନିଜ ସେଲ୍‌ ବାରଣ୍ତାରେ ବ୍ୟାୟାମ କରୁଛି। ସବୁ ଖବରକାଗଜରୁ ଟିକିନିଖି ଖବର ପଢୁଛି। ଜେଲ୍‌ ଲାଇବ୍ରେରିରୁ ନୂଆନୂଆ ବହି ଆଣି ଦିନକୁ ପ୍ରାୟ ୮ରୁ ୧୦ଘଣ୍ଟା ପଢ଼ାପଢ଼ି କରୁଛି। ଜେଲ୍‌ ଆସିବାର ଦ୍ଵିତୀୟ ଦିନରୁ ଲାଇବ୍ରେରିରୁ ଆଣିଥିବା ଗୀତା ଓ ଭାଗବତ ବହିକୁ ନିଜ ପାଖରେ ରଖି ପଢୁଛି। ଏବେ ସୁଦ୍ଧା ଲାଇବ୍ରେରିରୁ ପ୍ରାୟ ୧୦ରୁ ଅଧିକ ବହି ପଢ଼ି ଫେରାଇ ସାରିଲାଣି। ବହି ଓ ଖବରକାଗଜ ମାଗିବା ବ୍ୟତୀତ ଆଉ କୌଣସି ଜିନିଷ ପାଇଁ ‌ଗୋପାଳ କହୁ ନାହିଁ।

Share Now:

Kalinga News Beuro

Next Post

ଯାଜପୁର ରୋଡ ଥାନା ପରିସରରେ ଭୟଙ୍କର ଅଗ୍ନିକାଣ୍ଡ

Wed Feb 22 , 2023
୫୦ରୁ ଅଧିକ ବାଇକ ଓ ଗୋଟିଏ ଟ୍ରକ ଜଳି ପାଉଁଶ ଯାଜପୁର: ଯାଜପୁର ରୋଡ ଥାନା ପରିସରରେ ବୁଧବାର ଅପରାହ୍ନରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଘଟଣାସ୍ଥଳରେ ଥିବା ୫୦ରୁ ଅଧିକ ବାଇକ ଓ ଗୋଟିଏ ଟ୍ରକ ଜଳି ପାଉଁଶ ହୋଇଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଚାହିଁକି ବି ନିଆଁକୁ ଆୟତ୍ତ କରି ପାରି ନଥିଲେ। ଅଗ୍ନିକାଣ୍ଡ ଘଟିବା ସମ୍ପର୍କରେ ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ୩ […]
ଯାଜପୁର ରୋଡ ଥାନା ପରିସରରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial