୧୪ଟି ସ୍ଥାନରେ ଏନଆଇଏ ଚଢଉ, ମାଓ ସାମଗ୍ରୀ ଜବତ

ଏନଆଇଏ ଚଢଉ

ନୂଆଦିଲ୍ଲୀ : ମାଓ ନେଟଓ୍ବାର୍କ ଠାବ କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ଆଜି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୧୪ଟି ସ୍ଥାନରେ ଚଢଉ କରାଯାଇଛି । ୨୦୧୯ରେ ବସ୍ତରରେ ହୋଇଥିବା ମାଓବାଦୀ ଓ ସୁରକ୍ଷା ବାହିନୀ ଏନକାଉଣ୍ଟର ମାମଲାରେ ଏହି ଚଢଉ କରାଯାଇଥିବା ଏନଆଇଏ ପକ୍ଷରୁ କୁହାଯାଇଛି। ଚଢଉ କରାଯାଇଥିବା ୧୪ଟି ସ୍ଥାନ ମଧ୍ୟରେ ରହିଛି ହାଇଦ୍ରାବାଦ, ମେଡକ, ରାଚକୋଣ୍ଡା, ପ୍ରକାଶମ, ବିଶାଖାପାଟଣା, ନେଲୋର ଓ ବିଜୟଓ୍ବାଡା ଅନ୍ତର୍ଭୁକ୍ତ । ଏହି ଚଢଉ ବେଳେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଡିଜିଟାଲ ସାମଗ୍ରୀ, ମାଓ ସାହିତ୍ୟ ଜବତ ହୋଇଛି। ୨୮ ଜୁଲାଇ ୨୦୧୯ରେ ଛତିଶଗଡ଼ର ବସ୍ତରରେ ହୋଇଥିବା ମାଓବାଦୀ ଓ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୬ ଜଣ ମାଓବାଦୀ ଓ ଜଣେ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣାରେ ସେହିବର୍ଷ ବସ୍ତରରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ତେବେ ଚଳିତ ବର୍ଷ ଏନଆଇଏ ଆଉ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି। ଏହି ମାମଲାରେ ଆଜି ଏନଆଇଏ କରିଥିବା ଚଢଉକୁ ଗୁରୁତ୍ବ ଦିଆଯାଉଛି। ଗଣମାଧ୍ୟମ ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ରହୁଥିବା ମାଓ ସମର୍ଥକ, ସାମାଜିକ କର୍ମୀଙ୍କ ଘର ଉପରେ ଚଢଉ କରାଯାଇଛି। ଆଜି ସକାଳ ୫ଟାରେ ବିପ୍ଲବୀ କବି ଜି.କଲ୍ୟାଣ ରାଓଙ୍କ ବାସଭବନ ଉପରେ ଏନଆଇଏ ଚଢଉ କରିଥିଲା।

Share Now:

Kalinga News Beuro

Next Post

ବାଦାମବାଡ଼ି ଥାନା ପୁଲିସ ପଞ୍ଝାରେ ନକଲି ଡାକ୍ତର

Thu Nov 18 , 2021
କଟକ: ବାଦାମବାଡ଼ି ଥାନା ପୁଲିସ ପଞ୍ଝାରେ ନକଲି ଡାକ୍ତର। ଜାଲ୍‌ କାଗଜପତ୍ର ଓ ପରିଚୟ ପତ୍ର ମାଧ୍ୟମରେ ବ୍ୟାଙ୍କକୁ ଠକିଥିବା ନକଲି ଡାକ୍ତର ଶ୍ରୀଧର ରାଉତ ଓରଫ ସିଦ୍ଧାର୍ଥ ସାର୍ଥକଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୁଲିସ। ସେ ନକଲି କାଗଜପତ୍ର ମାଧ୍ୟମରେ ଲକ୍ଷାଧିକ ଟଙ୍କା ଋଣ କରିଥିବା ଜଣାପଡ଼ିଛି। ପୁଲିସ ସୂଚନାଅନୁଯାୟୀ, ସିଦ୍ଧାର୍ଥ ସାର୍ଥକ ନାମକ ଯୁବକ ଜଣକ ଜାଲ କାଗଜପତ୍ର ଦେଇ କଟକ ବଜ୍ରକବାଟି ରୋଡ଼ରେ ଥିବା […]
ନକଲି ଡାକ୍ତରକୁ ଗିରଫ କଲା ବାଦାମବାଡ଼ି ଥାନା ପୁଲିସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial