ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାରକୁ ବୋକାମି କହିଲେ ଟୋନି ବ୍ଲେୟାର୍‌

ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର

ଲଣ୍ଡନ୍‌: ୨୦ ବର୍ଷ ପୂର୍ବେ ୯/୧୧ଆକ୍ରମଣ ପରେ ଆଫଗାନିସ୍ତାନରେ ସୈନ୍ୟ ମୁତୟନ କରିଥିବା ପୂର୍ବତନ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର୍‌ କହିଛନ୍ତି ଯେ, ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ନିଷ୍ପତ୍ତି ସମଗ୍ର ବିଶ୍ବର ପ୍ରତ୍ୟେକ ଜିହାଦୀ ସଙ୍ଗଠନକୁ ଆନନ୍ଦିତ କରିଛି। ‘ଚିରକାଳ ପାଇଁ ଯୁଦ୍ଧର ଅବସାନ ଘଟାଇବା’ ଭଳି ଏକ ନିର୍ବୋଧ ରାଜେନୈତିକ ‘ସ୍ଲୋଗାନ୍‌’ ପ୍ରତି ବାଧିତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ‌ଜୋ ବାଇଡେନ୍‌ଙ୍କୁ ମଧ୍ୟ ବ୍ଲେୟାର୍‌ ଦାୟୀ କରିଛନ୍ତି। ବିଳମ୍ବିତ ଶନିବାରେ ତାଙ୍କ ୱେବ୍‌ସାଇଟ୍‌ରେ ପୋଷ୍ଟ୍‌ ହୋଇଥିବା ଏକ ଦୀର୍ଘ ନିବନ୍ଧରେ ‘ଲେବର୍‌ ପାର୍ଟି’ର ପୂର୍ବତନ ନେତା ବ୍ଲେୟାର୍‌ କହିଛନ୍ତି, ହଠାତ୍ ଏବଂ ଅବ୍ୟବସ୍ଥିତ ଭାବେ ସୈନ୍ୟ ପ୍ରତ୍ୟାହାର, ଜୀବନଯାପନ ମାନରେ ଉନ୍ନତି ଏବଂ ନାରୀଶିକ୍ଷା ସମେତ ଗତ ଦୁଇ ଦଶନ୍ଧିରେ ଆଫଗାନିସ୍ତାନରେ ଯାହା ସବୁ ହାସଲ କରାଯାଇଥିଲା, ତାଲିବାନ୍‌ମାନେ ପୁନଃକ୍ଷମତାସୀନ ହେବା ଯୋଗୁଁ ସେ ସବୁ ବିପଦଗ୍ରସ୍ତ ହେଲା। ୧୯୯୭ ରୁ ୨୦୦୭ ପର୍ଯ୍ୟନ୍ତ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଥିବା ଟୋନି ଆହୁରି ମଧ୍ୟ କହିଛନ୍ତି, ଆଫଗାନିସ୍ତାନ ଏବଂ ତା’ର ଜନତାଙ୍କୁ ପରିତ୍ୟାଗ କରିବା ହେଉଛି, କାରୁଣ୍ୟ, ବିପଜ୍ଜନକ ଏବଂ ଅକାରଣ। ଏଥିରେ ସେମାନଙ୍କର ସ୍ବାର୍ଥ ରକ୍ଷା ହୋଇ ପାରିଲା ନାହିଁ କି, ଆମର ସ୍ବାର୍ଥ ମଧ୍ୟ ରକ୍ଷା କରାଯାଇ ପାରିଲା ନାହିଁ। ‘ପଶ୍ଚିମ’ (ବିଶ୍ବର ପାଶ୍ଚାତ୍ୟ ଦେଶ) ଏବେ କାହାକୁ ସମର୍ଥନ କରୁଛି ସେ ସଂକ୍ରାନ୍ତରେ ବିଶ୍ବ ଅନିଶ୍ଚିତ। ଏହାର କାରଣ ହେଲା, ଆଫଗାନିସ୍ତାନରୁ ଏଭଳି ଭାବେ ସୈନ୍ୟ ପ୍ରତ୍ୟାହାର ରଣନୀତି ନୁହେଁ, ରାଜନୀତି ଯୋଗୁଁ କରାଯାଇଛି।

Share Now:

Kalinga News Beuro

Next Post

୨୮ ବର୍ଷୀୟ ଯୁବକଙ୍କ କଳା କାରନାମା : ୬୫ ଯୁବତୀଙ୍କୁ ପ୍ରେମରେ ଫସାଇ କରିଥିଲା ଅଶ୍ଳୀଳ ଭିଡିଓ

Sun Aug 22 , 2021
ଅଭିଯୁକ୍ତକୁ ଗିରଫ କଲା ପୁଲିସ କାନପୁର: ବୟସ ମାତ୍ର ୨୮, କିନ୍ତୁ ଯୁବକ ଜଣକ ଏଭଳି କିଛି ଅପରାଧ କରିଛନ୍ତି, ଯେଉଁଥିପାଇଁ ପୁଲିସ ତାଙ୍କୁ ଗିରଫ କରିଛି।ଉତ୍ତରପ୍ରଦେଶର କ୍ରାଇମବ୍ରାଞ୍ଚ ଏଭଳି ଜଣେ ଯୁବକଙ୍କୁ ଗିରଫ କରିଛି ଯିଏ କି ୬୫ ଜଣ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା ଓ ସେମାନଙ୍କ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରୁଥିଲା। ପୀଡିତାଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କ ବିରୋଧରେ ଅଗଷ୍ଟ ୭ ରେ […]
୨୮ ବର୍ଷୀୟ ଅଭିଯୁକ୍ତକୁ ଧରିଲା ପୁଲିସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial