ଆଜି ଆଫଗାନିସ୍ତାନରେ ପୁଣି ଥରେ ୬.୩ ତୀବ୍ର ଭୂମିକମ୍ପ ଅନୁଭୂତ

ଆଫଗାନିସ୍ତାନରେ ପୁଣି ଥରେ ୬.୩ ତୀବ୍ର ଭୂମିକମ୍ପ

କାବୁଲ: ଆଜି ଆଫଗାନିସ୍ତାର ପଶ୍ଚିମ ପ୍ରାନ୍ତରେ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ଜର୍ମାନ୍‌ ରିସର୍ଚ ସେଣ୍ଟର୍‌ ଫର୍‌ ଜିଓସାଇନ୍‌ସେସ୍‌’ (ଜିଏଫ୍‌ଜେଡ୍‌) କହିଛି। ‘ଜିଏଫ୍‌ଜେଡ୍‌’ ରିପୋର୍ଟ କରିଛି, ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୩। ଏହାର ଉତ୍ପତ୍ତିସ୍ଥଳ ଥିଲା ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ। ଏହି ସଦ୍ୟ ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବା ଖବର ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ଗତ ଶନିବାର ଦିନ ଆଫଗାନିସ୍ତାନରେ ସଂଘଠିତ ଭୂମିକମ୍ପ ଯୋଗୁଁ କେତୋଟି ଗାଁ ନିଶ୍ଚିହ୍ନ ହୋଇଯିବା ସହିତ ଅନେକ ଘରଦ୍ୱାର ଭାଙ୍ଗିରୁଜି ପ୍ରାୟ ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଥିଲେ।
ମଙ୍ଗଳବାର ଦିନ ଆଫଗାନିସ୍ତାନ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମୁଖପାତ୍ର ମୁଲ୍ଲା ସାଇକ୍‌ ସୁନିଶ୍ଚିତ କରି କହିଥିଲେ ଯେ, ଶନିବାର ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୪୦୦୦ ଅତିକ୍ରମ କରିଯାଇଛି। ଏଥିସହିତ ୨୦ଟି ଗ୍ରାମର ପ୍ରାୟ ୨୦୦୦ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସୂଚନାଯୋଗ୍ୟ, ଭୂମିକମ୍ପଜନିତ ଉଦ୍ଧାର ଓ ପୁନର୍ନିମାଣ କାର୍ଯ୍ୟଲାଗି ଜାତିସଂଘର ମାନବୀୟ କାର୍ଯ୍ୟାଳୟ ୫ ନିୟୁତ ଡଲାର୍‌ ମୂଲ୍ୟର ସହାୟତା ଘୋଷଣା କରିଛି। ବିଶ୍ୱସ୍ବାସ୍ଥ୍ୟ ସଙ୍ଗଠନର ‘ଇମର୍ଜେନ୍‌ସି ରେସ୍‌ପନ୍‌ସ୍‌’ର ମୁଖ୍ୟ ମଧ୍ୟ କହିଛନ୍ତି, ତାପମାତ୍ରା ହ୍ରାସ ପାଉଥିବାରୁ ଡାକ୍ତରୀ ଓ ଖାଦ୍ୟ ସହାୟତା ସହିତ ଭୂକମ୍ପପୀଡ଼ିତମାନଙ୍କ ପାଇଁ ଆଶ୍ରୟ ଅତ୍ୟାବଶ୍ୟକ ହୋଇପଡ଼ିଛି।

Share Now:

Kalinga News Beuro

Next Post

କୋକେଇରୁ ୪ଘଣ୍ଟା ପାଇଁ ଜୀବନ ଫେରିଲା

Wed Oct 11 , 2023
ଭୁବନେଶ୍ୱର: ଧାରେ ନିଶ୍ୱାସ ପବନ ଉପରେ ନିର୍ଭରଶୀଳ ମଣିଷ ଜୀବନର ରହସ୍ୟ ବଡ଼ ଅବୁଝା, ବଡ଼ ଅଜବ। କୋକେଇ ବନ୍ଧା ହେଉ ଥିବା ସମୟରେ ହଠାତ୍ ମୃତକଙ୍କ ଜୀବନ ଫେରି ଆସିଥିଲା। କାନ୍ଦୁଥିବା ପରିବାର ତାହା ଦେଖି ହସି ଉଠିଥିଲା। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ନିଆଗଲା। କିନ୍ତୁ ୪ ଘଣ୍ଟା ପରେ ଉକ୍ତ ବ୍ୟକ୍ତି ଜଣକ ହସ୍ପିଟାଲର ଆଇସିୟୁରେ ‘ପୁଣି’ ଶେଷ ନିଶ୍ୱାସ ତ୍ୟାଗ କଲେ। ଘଟଣାଥିଲା ଏମିତି, […]
dead

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial