ମାରିୟୁପୋଲ ନଗରୀ ଉପରେ ରୁଷର ବିଜୟ : ଆତ୍ମସମର୍ପଣ କଲେ ୟୁକ୍ରେନ ସୈନ୍ୟ

ଆତ୍ମସମର୍ପଣ କଲେ ୟୁକ୍ରେନ ସୈନ୍ୟ

ମସ୍କୋ : ୟୁକ୍ରେନର ବନ୍ଦର ନଗରୀ ମାରିୟୁପୋଲକୁ ସଂପୂର୍ଣ୍ଣ ଅଧିକାର କରିନେଇଥିବା ଘୋଷଣା କରିଛି। ଏହା ସହିତ ଗତ କିଛି ସପ୍ତାହ ହେଲା ମାରିୟୁପୋଲ ଓ ଏହି ନଗରୀରେ ଥିବା ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟ ଅଧିକାର କରିବାକୁ ରୁଷ ଚଳାଇଥିବା ସାମରିକ ଅଭିଯାନ ଶେଷ ହୋଇଛି। ଏହି ବିଜୟ ସମ୍ପର୍କରେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସୂଚନା ଦେଇଛନ୍ତି। ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟରେ ଲୁଚିଥିବା ୟୁକ୍ରେନ ସୈନ୍ୟଙ୍କ ଆତ୍ମସମର୍ପଣ ସହିତ ଏହି ଷ୍ଟିଲ ପ୍ଲାଣ୍ଟ ସମେତ ସମଗ୍ର ମାରିୟୁପୋଲ ସହର ‘ମୁକ୍ତ’ ହୋଇଛି ବୋଲି ସେ ପୁଟିନଙ୍କୁ ଜଣାଇଛନ୍ତି। ସେ କହିଛନ୍ତି ଯେ ଗତ ସୋମବାରଠାରୁ ଏହି ଷ୍ଟିଲ ପ୍ଲାଣ୍ଟରେ ଲୁଚିଥିବା ପ୍ରାୟ ୨୪୩୯ ଜଣ ୟୁକ୍ରେନୀୟ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି। କେବଳ ଶୁକ୍ରବାର ଦିନ ୫୦୦ ଜଣ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି। ଏହି ସୈନ୍ୟମାନେ ଆତ୍ମସମର୍ପଣ କରୁଥିବା ଏକ ଭିଡିଓ ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି। ଭିଡିଓରେ ଦେଖାଯାଉଛି ଯେ ୟୁକ୍ରେନ ସୈନ୍ୟମାନେ ଅସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରୁଛନ୍ତି। ପୂର୍ବରୁ ରୁଷ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ଷ୍ଟିଲ ପ୍ଲାଣ୍ଟରେ ଲୁଚିଥିବା ସୈନ୍ୟମାନେ ଆତ୍ମସମର୍ପଣ କଲେ ସେମାନଙ୍କ ଉପରେ ଆକ୍ରମଣ କରାଯିବ ନାହିଁ ଓ ସହର ଉପରେ ଆକ୍ରମଣକୁ ବନ୍ଦ କରାଯିବ। ତେବେ ରୁଷର ଏହି ଦାବି ସମ୍ପର୍କରେ ୟୁକ୍ରେନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

Share Now:

Kalinga News Beuro

Next Post

ନଡ଼ିଆ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ

Sat May 21 , 2022
ଜୟପୁର: ରାଜ୍ୟରୁ ବିଭିନ୍ନ ଉପରେ ବାହାରକୁ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି। ସେଥିରୁ କିଛି ଅବକାରୀ ଓ ପୁଲିସ ହାତରେ ଧରାପଡୁଥିବା ‌ବେଳେ ଅନେକ ସମୟରେ ଅଭିଯୁକ୍ତମାନେ ଖସି ଯାଉଛନ୍ତି। ୨୬ ନମ୍ବର ଜାତୀୟ ରାଜପଥ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଅତର୍କିତ ଭାବେ ଚଢ଼ଉ କରିଛି। ଅବକାରୀ ବିଭାଗର ଟିମ୍‌ ଅତର୍କିତ ଭାବେ ଚଢ଼ଉ କରି ଏକ ନଡ଼ିଆ ବୋଝେଇ ଟ୍ରକ୍‌ରୁ […]
ନଡ଼ିଆ ବୋଝେଇ ଟ୍ରକ୍‌ରେ ଗଂଜେଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial