ହିନ୍ଦୋଳରେ ଅଭାବନୀୟ ଘଟଣା: ହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ

ରାସୋଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଦାଣ୍ଡିରୀ ପଞ୍ଚାୟତ କାଠଖୁମ୍ପା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ସୁଷମା ସାହୁ (୪୫) ଆଜି ସକାଳୁ ପୋଖରୀରେ ଗାଧୋଇ ଫେରୁଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ସୁଷମାଙ୍କୁ ପାଦରେ ଦଳି ଦେବା ପରେ ଶୁଣ୍ଢରେ ଫୋପାଡ଼ି ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ସୁଷମାଙ୍କ ମୃତ୍ୟୁ ହୋଇଥିଲା। ସୁଷମା ନିଜ ବାପଘର ତର୍କବେଡାରୁ ତାଙ୍କର ନାନୀଘର କାଠଖୁମ୍ପା ବୁଲିବାକୁ ଆସିଥିଲେ। ଆଜି ସକାଳୁ ସେ ଗାଧୋଇ ଫେରିଲା ବେଳେ ଏପରି ଅଭାବନୀୟ ଘଟଣା ଘଟିଥିବା ତାଙ୍କ ନାନୀ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ଶୁଖିଲା ପଡ଼ିଛି ଦୟାୱେଷ୍ଟ କେନାଲ: ଉପକଣ୍ଠରେ ପା‌ଣି ପାଇଁ ହାହାକାର

Fri Mar 19 , 2021
ଡ୍ରେନ୍‌ ବନ୍ଦ ନକରି ପାଣି ଛାଡ଼ିଲେ ସମସ୍ୟା ପୁରୁଣା ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀର ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ତେଣୁ ଗତ କିଛି ବର୍ଷ ହେଲା ଖରା ଦିନ ଆରମ୍ଭରୁ ରାଜଧାନୀରେ ପା‌ଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଛି। ଯେଉଁ ଅଞ୍ଚଳକୁ ପାଇପ୍‌ ଜଳ ଯୋଗାଣ ହେବା ବ୍ୟବସ୍ଥା ହୋଇନାହିଁ, ସେଠାରେ ଲୋକେ ଗ୍ରୀଷ୍ମ ଋତୁ ସାରା ଛଟପଟ ହେଉଛନ୍ତି। ଏଭଳି ସ୍ଥିତିରେ ଦୟାୱେଷ୍ଟ୍‌ […]
ଶୁଖିଲା ପଡ଼ିଛି ଦୟାୱେଷ୍ଟ କେନାଲ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial