ପୂଜା ଖୁସିରେ ବାଧକ ସାଜିଲା ବର୍ଷା : ଦିନ ତମାମ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ହ୍ରାସ

ପୂଜାରେ ବାଧକ ସାଜିଲା ବର୍ଷା

କଟକ: ଐତିହାସିକ କଟକ ଦୁର୍ଗାପୂଜା ଖୁସିରେ ବାଧକ ସାଜିଲା ବର୍ଷା। ରାଜ୍ୟରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଆଜି ଦିନସାରା ଶ୍ରଦ୍ଧାଳୁଙ୍କର ଉପସ୍ଥିତି ହ୍ରାସ ପାଇଛି। ମଣ୍ଡପରେ ନବମୀ ପୂଜା ଜାରି ରହିଥିବା ବେଳେ ଭୋର ସକାଳ ଠାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ଲୋକେ ମା’ଙ୍କ ମହାନବମୀ ଦର୍ଶନ କରିବାରୁ ବଞ୍ଚିତ ଥିଲେ। ସନ୍ଧ୍ୟାରେ ପାଗରେ ପରିବର୍ତ୍ତନ ଆସିବାରୁ ଅର୍ଥାତ ବର୍ଷା ଛାଡ଼ିଯିବାରୁ ପୁଣି ଥରେ ଲୋକେ ଦୁର୍ଗାମଣ୍ଡପ ବୁଲିଥିଲେ। କଟକ ସହରର ଗଳିକନ୍ଦି ଠାରୁ ଆରମ୍ଭ କରି ମୁଖ୍ୟରାସ୍ତା ଗୁଡ଼ିକରେ ଜନସମୁଦ୍ର ପାଲଟି ଥିଲା। ସମଗ୍ର ଉପକୂଳ ଓଡ଼ିଶା ‌ସମେତ କଟକ ସହରରେ ସୋମବାର ମଧ୍ୟରାତ୍ରି ଠାରୁ ବର୍ଷା ଜାରି ରହିଥିଲା। ଏହି ପୂଜା ମାହୋଲକୁ ଫିକା କରି ଦେଇଥିଲା ଲଘୁଚାପ ଜନିତ ବର୍ଷା। ଏହାରି ଭିତରେ ଭକ୍ତମାନେ ମା’ଙ୍କ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇଉଠିଥିଲେ। ଦିନ ତମାମ ବର୍ଷା ଲାଗି ରହିଥିବାରୁ ପୂଜା ମଣ୍ଡପ ମାନଙ୍କରେ ଲୋକଙ୍କ ଭିଡ଼ ନଥିଲା। ହେଲେ ଅପରାହ୍ନ ୪ଟା ପରେ ବର୍ଷା ଛାଡିଥିବାବେଳେ ସପ୍ତମୀ, ଅଷ୍ଟମୀ ଭଳି ଆଜି ମହାନବମୀରେ ସନ୍ଧ୍ୟାରେ ମଣ୍ଡପ ଗୁଡିକ ସମ୍ମୁଖରେ ଜମିଛି ଭିଡ଼। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ମିନା ବଜାର ଓ ସ୍ୱସ୍ୱାଦ୍ୟ ଖାଦ୍ୟ ଖାଇ ପୂଜାକୁ ଧୂମଧାମର ସହ ପାଳୁଛନ୍ତି ସହରବାସୀ।

Share Now:

Kalinga News Beuro

Next Post

ଖୁଣ୍ଟିରେ ବାନ୍ଧି ପୁଲିସର ମାଡ଼ ଘଟଣା : ‘କଙ୍ଗାରୁ କୋର୍ଟ’ ନେଇ ଉଠିଲା ବିବାଦ

Tue Oct 4 , 2022
ଅହମଦାବାଦ: ଗୁଜରାଟରେ ନବରାତ୍ରି ପାଳନ ସମୟରେ ପଥରଫିଙ୍ଗା ଘଟଣା ପରେ ଏଥିରେ ସଂପୃକ୍ତ ଭିନ୍ନ ସଂପ୍ରଦାୟର ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ପୁଲିସର ମାଡ଼ ଭିଡିଓ ବିବାଦଘେରକୁ ଆସିଛି। ପଥର ଫିଙ୍ଗିବା ଅଭିଯୋଗରେ ଗିରଫ ହୋଇଥିବା କିଛି ମୁସଲମାନ ବ୍ୟକ୍ତିଙ୍କୁ ଏକ ଖୁଣ୍ଟିରେ ବାନ୍ଧି ଗୁଜୁରାଟର ଖେଡା ଜିଲ୍ଲାର ସାଦା ପୋଷାକଧାରୀ ପୁଲିସ କର୍ମଚାରୀମାନେ ଠେଙ୍ଗାରେ ପିଟିବା ଭିଡିଓ ଭାଇରାଲ୍ ହୋଇଛି । ସ୍ଥାନୀୟ ନ୍ୟୁଜ୍ ଚାନେଲ୍ ଭିଟିଭି ଗୁଜୁରାଟୀ ନ୍ୟୁଜ୍ ଏହି […]
ଖୁଣ୍ଟିରେ ବାନ୍ଧି ପୁଲିସର ମାଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial