ୟାସ୍ ପ୍ରଭାବିତ ଚାଷୀଙ୍କ ପାଇଁ ପ୍ୟାକେ୍‌ଜ ଘୋଷଣା କଲେ ରାଜ୍ୟ ସରକାର

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

ଭୁବନେଶ୍ୱର: ରାଜ୍ୟ ସରକାର ବାତ୍ୟା ‘ୟାସ୍‌’ ପ୍ରଭାବିତ ଚାଷୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କର ଏହି ଘୋଷଣା ହେବା ପରେ ଛୋଟ ଓ ନାମମାତ୍ର ଚାଷୀମାନେ ମଧ୍ୟ ଇନ୍‌ପୁଟ ସହାୟତା ପାଇପାରିବେ। ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ନାମମାତ୍ର ଚାଷୀଙ୍କ ପାଇଁ ସହାୟତା ଘୋଷଣା ହୋଇଛି। ୩୩ ପ୍ରତିଶତରୁ ଅଧିକ କ୍ଷୟକ୍ଷତି ହୋଇଥିଲେ ସ୍ୱଳ୍ପ ଓ ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନ କରାଯିବ। ରାଜ୍ୟ ସରକାର ଚାଷୀମାନଙ୍କୁ କୃଷି ଯନ୍ତ୍ରୀକରଣ ପାଇଁ ୨୦ କୋଟି ଟଙ୍କାର ରିହାତି ଦେବେ। ଏହି ଟଙ୍କା ଚାଷୀଙ୍କୁ ଡିବିଟି ଜରିଆରେ ମିଳିବ। ଅଣ ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା ଦେବେ। ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ମିଳିବ। ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି। ସବୁଦିନିଆ ଫସଲ ପାଇଁ ଚାଷୀଙ୍କୁ ସର୍ବନିମ୍ନ ୨ ହଜାର ଟଙ୍କା ସବସିଡି ମିଳିବ। ଧାଡ଼ି ରୁଆ ଚାଷୀମାନଙ୍କୁ ହେକ୍ଟର ପିଛା ୧୫୦୦ ଟଙ୍କା ସହାୟତା ମିଳିବ। ରୋଗ ପୋକ ମାରିବା ପାଇଁ ଆବଶ୍ୟକ ଇନପୁଟ ଚାଷୀଙ୍କ ଆକାଉଣ୍ଟକୁ ଯିବ।

ଚାଷୀମାନଙ୍କୁ ରିହାତି ଦରରେ ୨ ହଜାର ପମ୍ପସେଟ ଓ ୩ ହଜାର ସ୍ପେୟର ଯୋଗାଇ ଦିଆଯିବ। ପମ୍ପସେଟ ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୧୫ ହଜାର ଟଙ୍କା ମିଳିବ। ସରକାର ପାୱାର ସ୍ପେୟର ପାଇଁ ସର୍ବାଧିକ ୩୮୦୦ ଟଙ୍କା ରିହାତି ଦେବେ। ହାତରେ କରୁଥିବା ସ୍ପେୟର ପାଇଁ ସର୍ବାଧିକ ୭୫୦ ଟଙ୍କା ରିହାତି ମିଳିବ। ପ୍ୟାକେଜ ଅନୁସାରେ ଦୁଧିଆଳୀ ଗାଈ ଓ ମଇଁଷି ପାଇଁ ୩୦ ହଜାର ଟଙ୍କା ଘୋଷଣା ହୋଇଛି। ଖୀର ଦେଉ ନଥିବା ପ୍ରାଣୀଙ୍କ ପାଇଁ ୨୫ ହଜାର ଟଙ୍କା ସହାୟତା ମିଳିବ। କୁକୁଡ଼ା ଚାଷୀଙ୍କ ପ୍ରତି କୁକୁଡା ପିଛା ୫୦ ହଜାର ଟଙ୍କା ସହାୟତା ଘୋଷଣା ହୋଇଛି। ସର୍ବାଧିକ ୫ ହଜାର ଟଙ୍କା ଲେଖାଏଁ ପ୍ରତି କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ଦିଆଯିବ। ବାତ୍ୟାରେ ଭାଙ୍ଗିଯାଇଥିବା ଗୁହାଳର ପୁନଃ ନିର୍ମାଣ ପାଇଁ ୨୧୦୦ ଟଙ୍କା ସହାୟତା ମିଳିବ।

Share Now:

Kalinga News Beuro

Next Post

ଏସସିବିରେ କୋଟିଏ ଟଙ୍କାର ଇବସ୍‌ ମେସିନ୍

Thu Jun 10 , 2021
କଟକ: ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ପଲ୍ୟୁମନାରି ମେଡିସିନ ବିଭାଗରେ ଆଜି ଅତ୍ୟାଧୁନିକ ଇବସ୍‌ (ଏଣ୍ଡୋ ବ୍ରୋଙ୍କିଆଲ ଅଲଟ୍ରାସାଉଣ୍ଡ ବ୍ରଙ୍କୋସ୍କୋପି) ମେସିନ ପ୍ରତିଷ୍ଠା କରାଯାଇଛି। ସୁଜି ସିଲମ ଇଣ୍ଡିଆ କଂପାନି ନିର୍ମିତ ଏହି ମେସିନର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି ମେସିନ ଦ୍ୱାରା ଛାତି ରୋଗ ପୀଡିତଙ୍କ ଚିକିତ୍ସା ସହଜ ହେବ। କୋଭିଡ ଚିକିତ୍ସାରେ ମଧ୍ୟ ଏହି ମେସିନ କାମ ଦେବ। […]
କୋଟିଏ ଟଙ୍କାର ଇବସ୍‌ ମେସିନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial