ଇସଲାମନଗରକୁ ‘ଜଗଦୀଶପୁର’ ନାମରେ ନାମିତ କଲେ ମଧ୍ୟପ୍ରଦେଶ ସରକାର

ଇସଲାମନଗରକୁ ‘ଜଗଦୀଶପୁର’ ନାମ

ଭୋପାଳ: ମଧ୍ୟପ୍ରଦେଶ ସରକାର ଭୋପାଳ ଜିଲ୍ଲାରେ ଅବସ୍ଥିତ ଇସଲାମ ନଗର ଗ୍ରାମକୁ ଜଗଦୀଶପୁର ନାମରେ ନାମିତ କରିଛନ୍ତି। ଏବଂ ସରକାରଙ୍କର ଏହି ନିଷ୍ପତ୍ତିକୁ ଅବିଳମ୍ବେ କାର୍ଯ୍ୟକାରୀ କରାଯାଇଛି। ବୁଧବାର ଦିନ ମଧ୍ୟପ୍ରଦେଶ ପ୍ରଶାସନ ଏକ ସରକାରୀ ବିଜ୍ଞପ୍ତିରେ ଏହି ପରିବର୍ତ୍ତନ ଘୋଷଣା କରିଥିଲେ ଏବଂ ତୁରନ୍ତ ନାମରେ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରିଥିଲେ। ଇସଲାମ ନଗର ଗ୍ରାମକୁ ଜଗଦୀଶପୁର ନାମରେ ନାମିତ କରିବା ପାଇଁ ଜାରି କରିଥିବା ବିଜ୍ଞପ୍ତିରେ ମଧ୍ୟପ୍ରଦେଶ ରାଜ୍ୟ ସରକାର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ନାମ ପରିବର୍ତ୍ତନ ପାଇଁ ନିଆଯାଇଥିବା ନିଷ୍ପତ୍ତି ଉପରେ ନିଜର ସମ୍ମତ୍ତି ପ୍ରଦାନ କରିଛି। ଏଥିରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଗୃହ ମନ୍ତ୍ରାଳୟ ଗତ ସେପ୍ଟେମ୍ବର ୧୫,୨୦୨୨ରୁ ପୁନଃନାମକରଣ ଜାରି କରିଥିଲା। ଏହର ପୂର୍ବରୁ ଫେବୃଆରୀ ୨୦୨୧ରେ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧୀନ ସରକାର ହୋଶାଙ୍ଗାବାଦର ନାମକୁ ପରିବର୍ତ୍ତନ କରି ନର୍ମଦାପୁରମ ଭାବେ ନାମିତ କରିଥିବା ବେଳେ ନସରଉଲ୍ଲାଗଞ୍ଜର ନାମକୁ ପରିବର୍ତ୍ତନ କରି ଭାଇରୁଣ୍ଡା ନାମରେ ନାମିତ କରିଥିଲେ।

Share Now:

Kalinga News Beuro

Next Post

ରାଜଧାନୀରେ ବସ୍‌ଷ୍ଟାଣ୍ଡ ଶୌଚାଳୟର ଶୋଚନୀୟ ସ୍ଥିତି : ମହିଳା ଓ ଦିବ୍ୟାଙ୍ଗ ଯାତ୍ରୀ ହନ୍ତସନ୍ତ

Thu Feb 2 , 2023
ଭୁବନେଶ୍ୱର: ଉତ୍ତମ ସେବା ପାଇଁ ରାଜଧାନୀରେ ପ୍ରଶଂସିତ ହେଉଛି ମୋ’ ବସ୍‌ ବ୍ୟବସ୍ଥା। ସରକାର ମଧ୍ୟ ବିଭିନ୍ନ ସମୟରେ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଯୋଗାଉଛନ୍ତି। କିନ୍ତୁ ରାଜଧାନୀର ପ୍ରମୁଖ ମୋ’ ବସ୍‌ ରହଣି ଛକରେ ଥିବା ଶୌଚାଳୟ ଅବସ୍ଥା ବଡ଼ ଦୟନୀୟ ହୋଇରହିଛି। ଶୌଚାଳୟଗୁଡ଼ିକର କଦର୍ଯ୍ୟ ଅବସ୍ଥା ଯୋଗୁଁ ସେସବୁ ବ୍ୟବହାର ଉପଯୋଗୀ ହୋଇପାରୁନଥିବା‌ ଅଭିଯୋଗ ହେଉଛି। କେତେକ ବସ୍‌ଷ୍ଟାଣ୍ଡରେ ଆଦୌ ଶୌଚାଳୟ ନାହିଁ। ଫଳରେ ମହିଳା […]
ବସ୍‌ଷ୍ଟାଣ୍ଡ ଶୌଚାଳୟର ଶୋଚନୀୟ ସ୍ଥିତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial