ମାଘରେ ଶୀତ ଗାଏବ : ଅନୁଭୂତ ହେଉଛି ଗ୍ରୀଷ୍ମର ତାତି

ମାଘରେ ଶୀତ ଗାଏବ

ଭୁବନେଶ୍ୱର: ଏବେ ଚାଲିଛି ମାଘ ମାସ। କଥାରେ ଅଛି ମାଘ ମାସରେ ବାଘ ପରି ଶୀତ! କିନ୍ତୁ ମାଘ ମାସରେ ରାଜ୍ୟରୁ ଶୀତ ଗାଏବ ହୋଇଯାଇଛି। ଏବଂ ବଢ଼ି ଚାଲିଛି ତାତି। ମାଘ ପରେ ଫାଲଗୁନ। ଫାଲଗୁନରେ ମଳୟ ବହିବା କଥା। କିନ୍ତୁ, ମଳୟ ଏବେ ସାତ ସପନ! ମଳୟ ବଦଳରେ ବହିବାକୁ ଆରମ୍ଭ କଲାଣି ଝାଞ୍ଜି। ସାଧାରଣତଃ ପଣା ସଂକ୍ରାନ୍ତି (ଅପ୍ରେଲ ୧୪)ରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଯାତ୍ରା ସହ ରାଜ୍ୟରେ ଉତ୍ତାପ ବଢ଼େ। କିନ୍ତୁ, ଚଳିତ ବର୍ଷ ଏବେ ଠାରୁ ରାଜ୍ୟରେ ତାତି ଆରମ୍ଭ ହୋଇଯିବା ଘଟଣା ରାଜ୍ୟର ପାଣିପାଗ ବିଶେଷଜ୍ଞ ମାନଙ୍କୁ ଚକିତ କରିଛି। ଏପରିସ୍ଥିତରେ ଯଦି ଏବେ ଠାରୁ ସ୍ଥିତି ଏମିତି ତେବେ ଆଗକୁ ଅପ୍ରେଲ ଓ ମଇରେ ଅବସ୍ଥା କ’ଣ ହେବ, ସେଇ ଚିନ୍ତାରେ ଚିନ୍ତିତ ରାଜ୍ୟବାସୀ।
ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ଗତକାଲି (ଗୁରୁବାର) ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୨ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ଯାହାକି ଜାନୁଆରି ମାସରେ ଭୁବନେଶ୍ୱରର ନବମ ସର୍ବୋଚ୍ଚ ଦିନ ତାପମାତ୍ରା ଥିଲା,ଜାନୁଆରି ମାସରେ ଭୁବନେଶ୍ୱରରେ ସର୍ବକାଳୀନ ରେକର୍ଡ ୩୫.୮ ଡିଗ୍ରି ସେଲସିୟସ ୩୧ ଜାନୁଆରି ୨୦୦୭ରେ ରେକର୍ଡ ହୋଇଥିଲା। ସେହିପରି ଗତକାଲି (ଗୁରୁବାର) ସମ୍ବଲପୁରରେ ରେକର୍ଡ ହୋଇଥିବା ଦିନ ତାପମାତ୍ରା ୩୩.୯ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ଯାହାକି ସ୍ୱାଭାବିକ ଠାରୁ ୫.୫ ଡିଗ୍ରି ସେଲସିୟସ ଅଧିକ। କେବଳ ମାତ୍ର ଭୁବନେଶ୍ୱର କି ସମ୍ବଲପୁର ନୁହେଁ; ବାଲେଶ୍ୱର, ଅନୁଗୁଳ, ଝାରସୁଗୁଡ଼ା, ପାରାଦୀପ, କେନ୍ଦୁଝର, ବଲାଙ୍ଗୀର, ରାନ୍ଦବାଲି ଠାରୁ ଆରମ୍ଭ କରି ଫୁଲବାଣୀ ପର୍ଯ୍ୟନ୍ତ ରାଜ୍ୟର ସବୁସ୍ଥାନରେ ଦିନର ତାପମାତ୍ରା ୪,୫ ଡିଗ୍ରି ସେଲସିୟସ ଠାରୁ ଆରମ୍ଭ କରି ୬ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ଅଧିକା ରହୁଥିବା ରେକର୍ଡ କରାଯାଇଛି।

Share Now:

Kalinga News Beuro

Next Post

୭ଟି ଶ୍ରେଣୀର ୧୧୪ ପିଲାଙ୍କୁ ଜଣେ ଶିକ୍ଷକ

Fri Jan 27 , 2023
ଧାରଣାରେ ବସିଲେ ଛାତ୍ରଛାତ୍ରୀ-ଅଭିଭାବକ ଦଶରଥପୁର: ୭ଟି ଶ୍ରେଣୀର ୧୧୪ ଜଣ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଉଛନ୍ତି ଜଣେ ମାତ୍ର ଶିକ୍ଷକ। ଏତେ ପିଲାଙ୍କୁ ଜଣେ ଶିକ୍ଷକ କେମିତି ପଢ଼ାଉ ଥିବେ, ବିଦ୍ୟାଳୟର ଅନ୍ୟ କାମ କିପରି ପରିଚାଳନା କରୁଥିବେ? ଏଥିରେ ପୁଣି ମଧ୍ୟାହ୍ନ ଭୋଜନ କଥା ଅଛି। ‌ତେବେ ଏତେ ସବୁ କାମ ଜଣେ ଶିକ୍ଷକ କେମିତି କରୁଥିବେ, ତାହା ସମସ୍ତେ ଅନୁମାନ କରିପାରୁଥିବେ। ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡ଼ି ନେଇ ଆଜି ଛାତ୍ରଛାତ୍ରୀ […]
୭ଟି ଶ୍ରେଣୀର ୧୧୪ ପିଲାଙ୍କୁ ଜଣେ ଶିକ୍ଷକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial