୭ଟି ଶ୍ରେଣୀର ୧୧୪ ପିଲାଙ୍କୁ ଜଣେ ଶିକ୍ଷକ

୭ଟି ଶ୍ରେଣୀର ୧୧୪ ପିଲାଙ୍କୁ ଜଣେ ଶିକ୍ଷକ

ଧାରଣାରେ ବସିଲେ ଛାତ୍ରଛାତ୍ରୀ-ଅଭିଭାବକ

ଦଶରଥପୁର: ୭ଟି ଶ୍ରେଣୀର ୧୧୪ ଜଣ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଉଛନ୍ତି ଜଣେ ମାତ୍ର ଶିକ୍ଷକ। ଏତେ ପିଲାଙ୍କୁ ଜଣେ ଶିକ୍ଷକ କେମିତି ପଢ଼ାଉ ଥିବେ, ବିଦ୍ୟାଳୟର ଅନ୍ୟ କାମ କିପରି ପରିଚାଳନା କରୁଥିବେ? ଏଥିରେ ପୁଣି ମଧ୍ୟାହ୍ନ ଭୋଜନ କଥା ଅଛି। ‌ତେବେ ଏତେ ସବୁ କାମ ଜଣେ ଶିକ୍ଷକ କେମିତି କରୁଥିବେ, ତାହା ସମସ୍ତେ ଅନୁମାନ କରିପାରୁଥିବେ। ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡ଼ି ନେଇ ଆଜି ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ନୀଳକଣ୍ଠେଶ୍ଵର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ପରିସ୍ଥିତି ଉପୁଜିଛି।
ସୂଚନା ଅନୁସାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦତ୍ତପୁର ପଞ୍ଚାୟତ ନୀଳକଣ୍ଠେଶ୍ଵର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ୧୧୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। କିନ୍ତୁ ଏହି ସ୍କୁଲରେ ଏବେ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ଗତ ଚାରି ମାସ ମଧ୍ୟରେ ଦୁଇ ଶିକ୍ଷକ ଅବସର ନେବା ପରେ ତାଙ୍କ ବଦଳରେ ଅନ୍ୟ ଶିକ୍ଷକଙ୍କୁ ନିଯୁକ୍ତି ମିଳିନାହିଁ। ଏହି ବିଦ୍ୟାଳୟରେ ଯାହା ପାଇଁ ପିଲା ପ୍ରତ୍ୟକ ଦିନ ବିଦ୍ୟାଳୟ ଯାଉଛନ୍ତି ଏବଂ ଗୋଟେ ମାତ୍ର କ୍ଳାସ କରି ବାକି ସମୟ ଖେଳପଡିଆରେ ଖେଳୁଥିବା ଅଭିଯୋଗ ଆସିଛି। ପ୍ରଶାସନିନକ ଅଧିକାରୀମାନଙ୍କ ପାଇଁ ୧୧୪ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଠେଲି ହେଇ ଯାଉଛି। ଏନେଇ ଆମର ସ୍ଥାନୀୟ ପ୍ରତିନିଧି ଦଶରଥପୁର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ପ୍ରତିକ୍ରିୟା ନେଇଥିଲେ। ବିଇଓ କହିଥିଲେ, ଅବସର ପରେ ପୁନଃନିଯୁକ୍ତି ହୋଇନାହିଁ। ଆମେ ସାତ ଦିନ ମଧ୍ୟରେ ନୂତନ ଶିକ୍ଷକ ଦେବା ପାଇଁ ବ୍ୟବସ୍ଥା କରୁଛୁ।

Share Now:

Kalinga News Beuro

Next Post

ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଚୋରି କରିଥିବା ୫ ଚୋର ଗିରଫ : ୧୪ଟି ମେଡାଲ ଜବତ

Fri Jan 27 , 2023
ଭୁବନେଶ୍ୱର : ହକି ତାରକା ତଥା ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ନାୟକ ଓ ତାର ସହଯୋଗୀ ସୁନା ଛଡ଼ା ଗ୍ୟାଙ୍ଗ ଲିଡର ମୁଖ୍ୟ ଜି. ଗଙ୍ଗା ରେଡି, ମିଲୁ ବେହେରା ଓ ଚିତ୍ତ ଦଳେଇ ଗିରଫ ହୋଇଛନ୍ତି। ଏମାନଙ୍କ ନାଁରେ କମିସନରେଟ ପୁଲିସ ଅଞ୍ଚଳରେ ୧୦୦ରୁ ଅଧିକ ମାମଲା ରହିଛି। ଜେଲ ଫେରନ୍ତା ଅଭିଯୁକ୍ତଙ୍କ […]
ହକି ତାରକା ପ୍ରବୋଧ ତିର୍କୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial