ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ବଳୟ:୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ

୭ ତାରିଖ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଗତିକରିବ

ଭୁବନେଶ୍ୱର: ଦାନା ବାନ୍ଧୁଛି ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ସମୂଦ୍ର ପତନ ଠାରୁ ଟ୍ରପୋସ୍ପିୟସ ମଧ୍ୟ ଭାଗ ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ଦେଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଂଚଳରେ ଦିବାରାତ୍ର ତାରତମ୍ୟରେ ସୃଷ୍ଟି ହୋଇଛି ମେଘବଳୟର ପ୍ରଭାବ ଏବଂ ସମୁଦ୍ର ପତ୍ତନରୁ ଉଚ୍ଚତା ସହ ବାୟୁର ନିୟମିତ ଦିଗ ପରିବର୍ତ୍ତନର ତୀବ୍ରତା ବୃଦ୍ଧି ଯୋଗୁ ସୃଷ୍ଟି ହୋଇଥିବା ଏହି ଲଘୁଚାପର ଘନୀଭୂତ ପ୍ରକ୍ରିୟା ବିଳମ୍ବିତ ହେଉଛି।
ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶବର୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ସହ ସଂଶ୍ଲିଷ୍ଟ ଘୁର୍ନି ବଳୟ ସମୁଦ୍ର ପତନ ଠାରୁ ଟ୍ରପୋସ୍ପିୟର ର ମଧ୍ୟ ଭାଗ ପର୍ଯ୍ୟନ୍ତ ଲମ୍ବିଛି। ତେବେ ଆସନ୍ତା ୭ ତାରିଖ ମଧ୍ୟରେ ଏହି ଲଘୁଚାପ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଘନୀଭୂତ ହୋଇ ୱେଲମାର୍କଡଲୋ ପ୍ରେସରରେ ପରିଣତ ହେବାର ସମ୍ଭାବନା ରହିଛି। ଏପରିକି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ଲଘୁଚାପ ଆସନ୍ତା ୭ ତାରିଖ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶବର୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଂଚଳରେ ଦିନରାତିର ତାରତମ୍ୟରେ ସୃଷ୍ଟି ମେଘବଳୟର ପ୍ରଭାବ ଏବଂ ସମୁଦ୍ର ପତ୍ତନରୁ ଉଚ୍ଚତା ସହ ବାୟୁର ନିୟମିତ ଦିଗପରିବର୍ତ୍ତନର ତୀବ୍ରତା ବୃଦ୍ଧି ଯୋଗୁ , ସୃଷ୍ଟି ହୋଇଥିବା ଏହି ଲଘୁଚାପର ଘନୀଭୂତ ପ୍ରକ୍ରିୟା ବିଳମ୍ବିତ ହେଉଛି। ମଇ ୭ ତାରିଖ ପାଖାପାଖି ଏହି ଲଘୁଚାପ ବଳୟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶବର୍ତୀ ଘନୀଭୂତ ହୋଇ ହେବାର ସମ୍ଭାବନା ରହିଛି ଓ ତାର ପରବର୍ତୀ ୨୪ ଘଣ୍ଟା ରେ ଆହୁରି ଘନୀଭୂତ ହୋଇ ଅବପାତ ର ରୂପ ନେବାର ସମ୍ଭାବନା ଅଛି। ଏହି ଲଘୁଚାପ ବଳୟ ୭ ତାରିଖ ଯାଏଁ ଉତ୍ତର- ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଅନ୍ୟପଟେ ରାଜ୍ୟର ୧୧ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ରାଜ୍ୟର ୧୧ଟି ଜିଲ୍ଲାର ଗୋଟେ କିମ୍ବା ଦୁଇଟି ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ରବିବାର ସନ୍ଧ୍ୟା ସୁଦ୍ଧା ଉପକୂଳ ଓଡିଶା, ଅନୁଗୁଳ, ସୁନ୍ଦରଗଡ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ରାୟାଗଡା, ନୂଆପଡାର ଗୋଟେ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହିଭଳି ଭାବେ ରାଜ୍ୟର ୧୧ଟି ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କଟକ, ପୁରୀ, ରାୟଗଡା, ଗଜପତି, କନ୍ଧମାଳ, କଳାହାଣ୍ଡି, କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Leave a Reply

Next Post

ହନ୍ଦଓ୍ୱାଡ଼ାରେ ଆତଙ୍କବାଦୀ ଆକ୍ରମଣ, ୩ ସିଆରପିଏଫ ଯବାନ ସହିଦ, ୭ ଆହତ

Mon May 4 , 2020
ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ହନ୍ଦଓ୍ୱାଡ଼ାରେ ଆଜି ପୁଣି ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି। କଶ୍ମୀର ଘାଟିର କୁପଓ୍ୱାଡ଼ା ଜିଲ୍ଲା ହନ୍ଦଓ୍ୱାଡ଼ାରେ ଆତଙ୍କବାଦୀଙ୍କ ଆକ୍ରମଣରେ ତିନିଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଏହି ଘଟଣାରେ ଆଉ ୭ ଯବାନ ଆହତ ହୋଇଛନ୍ତି। ତେବେ ସୁରକ୍ଷା ବଳଙ୍କ ପାଲଟା ଗୁଳିଚାଳନାରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ମିଳିଥିବା ସୂଚନା ଅନୁସାରେ ହନ୍ଦଓ୍ୱାଡ଼ାର କାଜିବାଦ ଅଞ୍ଚଳରେ ଯାଉଥିବା ସିଆରପିଏଫର ପାଟ୍ରୋଲିଂ ପାର୍ଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial