ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ୫ସି ଯୋଜନା

ରାଜ୍ୟ ସରକାରଙ୍କ ୫ସି ଯୋଜନା

ଭୁବନେଶ୍ବର: ସରକାରଙ୍କ ୫ଟି ପରେ ଏବେ ୫ସି ଯୋଜନା। ମୋ ସ୍କୁଲ ଅଭିଯାନର ୫ସି ହେଉଛି ଏକ ଅଂଶବିଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଅଶ୍ବଥୀ. ଏସ। ଏହା କୌଣସି ନୂଆ ସ୍କିମ୍ ହୋଇନଥିବା ବେଳେ ଏହା ଏକ ନୂତନ ଚିନ୍ତାଧାରା, ଯାହା ମାଧ୍ୟମରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସମେତ ବିଭିନ୍ନ ଆଲୁମିନି ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମୋଟିଭେଟ୍ କରାଯିବ।
୫ସି ହେଲା-କମ୍ୟୁନିଟି, କନେକ୍ଟ, କୋଲାବରେସନ, କ୍ରିଏଟ ଓ କୋଅପରେସନ। ମୋ ସ୍କୁଲ କାର୍ଯ୍ୟକ୍ରମର ଏହା ଅନ୍ତର୍ନିହିତ ଅଂଶ। ବର୍ତ୍ତମାନ ମଧ୍ୟ ରାଜ୍ୟର ସମସ୍ତ ବିଦ୍ୟାଳୟରେ ୫ସି ଅଧୀନରେ କାମ ଚାଲୁଛି। ଆସନ୍ତା ବର୍ଷ ଏହାକୁ ଅଧିକ ବ୍ୟାପକ କରାଯିବା ସହ ଏନେଇ ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ନିଆଁ ଲଗାଇ ଦେବାର ଧମକ

Wed Nov 15 , 2023
ମୁମ୍ବାଇ: ଆଜି ମହାରାଷ୍ଟ୍ରର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ କ୍ରିକେଟ୍‌ ବିଶ୍ବକପ୍‌ ସେମି-ଫାଇନାଲ୍‌ ମ୍ୟାଚ୍‌ ହେବା ପୂର୍ବରୁ ‘ଏକ୍ସ୍‌’ରେ ମୁମ୍ବାଇ ପୁଲିସ ନିକଟକୁ ଧମକ ବାର୍ତ୍ତା ଆସିଥିବା କଥା ‘ଟାଇମ୍‌ସ୍‌ ନାଓଁ’ ରିପୋର୍ଟ କରିଛି। ଗୋଟାଏ ପିସ୍ତଲ, ହାତ ଗ୍ରେନେଡ୍‌ (ବୋମା) ଓ ଗୁଳି ଫଟୋ ସମେତ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ହୋଇଥିବା ଏହି ଧମକ ବାର୍ତ୍ତାରେ ମୁମ୍ବାଇ ପୁଲିସକୁ ‘ଟ୍ୟାଗ୍‌’ କରାଯାଇଛି। ବାର୍ତ୍ତାରେ ଲେଖା ଯାଇଛି […]
ନିଆଁ ଲଗାଇ ଦେବୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial