ଅଚ୍ୟୁତପୁର କାଜରେ ଗଡ଼ିଲା ଭାର୍ଗବୀ ଜଳ: ଧନୁଆରେ ବନ୍ୟା ଆଶଙ୍କା

ଅଚ୍ୟୁତପୁର କାଜରେ ଗଡ଼ିଲା ଭାର୍ଗବୀ ଜଳ

ବାଲିପାଟଣା: ଆଜି ମଧ୍ୟାହ୍ନରେ ଭାର୍ଗବୀ ନଦୀର ବନ୍ୟା ଜଳ ଅତ୍ୟୁତପୁର କା‌ଜ ଡେଇଁଛି। ସନ୍ଧ୍ୟା ସୁଦ୍ଧା କାଜରେ ପ୍ରାୟ ଦେଢ଼ ଫୁଟ୍‌ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହୋଇଛି। ଫଳରେ ଧନୁଆ ନଈରେ ବନ୍ୟା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି ଏବଂ ଏଥିପାଇଁ ଧନୁଆ ଅବବାହିକାରେ ଥିବା ଗାଁଗୁଡ଼ିକରେ ଲୋକଙ୍କ ଭିତରେ ଛନକା ପଶିଛି। ଚାଷୀମାନେ ବେଶି ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି। ପରିବା ଚାଷ ନଷ୍ଟ ହୋଇଯିବା ଆଶଙ୍କାରେ ପାଞ୍ଚ ପଞ୍ଚାୟତର ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ହୀରାକୁଦ ଜଳଭଣ୍ଡାରରୁ ମହାନଦୀରେ ଆସୁଥିବା ବନ୍ୟା ଜଳ ଭାର୍ଗବୀ ନଦୀର ଜଳସ୍ତର ବଢ଼ାଇଛି। ବର୍ତ୍ତମାନ ସୁଦ୍ଧା ଭାର୍ଗବୀରେ ବନ୍ୟା ଜଳ ବିପଦ ସଂକେତର ବହୁ ତଳେ ଥିଲେ ବି ଅତ୍ୟୁତପୁର କାଜରେ ପାଣି ଗଡ଼ିଛି। ଏହି କାଜ ଦେଇ ଗଡ଼ୁଥିବା ବନ୍ୟା ଜଳ ଧନୁଆରେ ବନ୍ୟା ସୃଷ୍ଟି କରେ। ଫଳରେ ରାଜସ, କୃଷ୍ଣପୁର, ଗରିଆ, ବେଲମରା, ଦରଡ଼ା, କୁଳନ୍ତିରାଶାସନ ଓ ଗ୍ରାମ, ଟିଙ୍କିପଡ଼ା, ଇନ୍ଦୋଳ କୁସିଆରି, ବିଲସାହି, କଷଟି, ଘାଷି ଅନ୍ଧଟି, ସାନ ମାଛପୁର, ନିଶ୍ଚିନ୍ତପୁର ତରବୋଇ ଆଦି ଅଞ୍ଚଳର ଗହୀର ବୁଡ଼ିଯାଏ। ଏବେ ଚାଷୀମାନେ ଧାନ ଓ ପରିବା ଚାଷରେ ବିପୁଳ ଅର୍ଥ ଖର୍ଚ୍ଚ କରିସାରିଛନ୍ତି।
ବିଲ ବାଡ଼ି ଅଧିକ ଦିନ ଧରି ପାଣିରେ ବୁଡ଼ି ରହିଲେ, ଚା‌ଷ ବ୍ୟାପକ ଭାବେ ପ୍ରଭାବିତ ହେବ। ସୂଚନାଯୋଗ୍ୟ ଯେ ଗତ ମାସ ପ୍ରଥମ ସପ୍ତାହରେ ଭାର୍ଗବୀ ନଦୀ ଜଳ ଅଚ୍ୟୁତପୁର କାଜରେ ଗଡ଼ିଥିଲା। ସେତେବେଳେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିଲା। କିନ୍ତୁ ଗାଁରେ ପାଣି ପଶି ନ ଥିଲା। କୃଷ୍ଣପୁରଠାରୁ ଧନୁଆ ନଈରେ ବନ୍ଧ ବାଡ଼ ନାହିଁ। ତେଣୁ ଧନୁଆରେ ବନ୍ୟା ଆସିଲେ ରାଜସ, ଆଳିସି, ପମ୍ପାଲୋ, କୁରୁଞ୍ଜିପୁର, ତୁରିନ୍ତିରା ପଞ୍ଚାୟତର ଚାଷ ଜମି ବୁଡ଼ିଯାଏ। ଗତଥର ଚାଷୀମାନେ ପ୍ରଭାବିତ ହୋଇଥିଲେ ବି କାହାକୁ କ୍ଷତିପୂରଣ ମିଳିନଥିଲା। ସେଥର ସଦ୍ୟ ରୁଆ ଧାନ ନଷ୍ଟ ହୋଇଥିଲା ଏବଂ ପାନ, ମାଛ ଚାଷ କ୍ଷତିଗ୍ରସ୍ତ ହୋଇଥିଲା।

Share Now:

Kalinga News Beuro

Next Post

ସଂଧ୍ୟାରେ ଜରୁରୀ କ୍ୟାବିନେଟ୍ ବୈଠକ ଡାକିଲେ ମୋଦୀ : ଆସିପାରେ ବଡ଼ ନିଷ୍ପତ୍ତି

Mon Sep 18 , 2023
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସନ୍ଧ୍ୟା ସାଢ଼େ ୬ଟାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଡକାଇଛନ୍ତି। ସଂସଦର ଆନେକ୍ସ ଭବନରେ ହେବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ କ୍ୟାବିନେଟ ମୋହର ବାଜିପାରେ। ସଂସଦର ସ୍ୱତନ୍ତ୍ର ଅଧିବେଶନ ଚାଲିଥିବା ଦୃଷ୍ଟିରୁ ଏହି କ୍ୟାବିନେଟ୍ ବୈଠକକୁ ଗୁରୁତ୍ୱ ଦିଆଯାଉଛି। ଏହା ପୂର୍ବରୁ ସଂସଦର ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆଜିଠାରୁ ଆରମ୍ଭ ହେଉଥିବା […]
ସଂଧ୍ୟାରେ ଜରୁରୀ କ୍ୟାବିନେଟ୍ ବୈଠକ ଡାକିଲେ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial