ଏମକେସିଜି ମେଡିକାଲରେ ଅଘଟଣ : ଛାତରୁ ଖସିଲା ସିଲିଂ

ଏମକେସିଜି ମେଡିକାଲରେ ପୁଣି ଅଘଟଣ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚିକିତ୍ସା କେନ୍ଦ୍ର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍କୁ ସତେ ଯେମିତି ଗ୍ରହଣ ଲାଗିଛି। ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଆଜି ପୁଣି ଏକ ଅଘଟଣ ଘଟିଛି। ଏଠାରେ ଥିବା ସୁପର ସ୍ପେସିଆଲିଟି କୋଠା ପଞ୍ଚମ ମହଲାରେ ଓଟି ପୋଡ଼ିଵା ପରେ ଆଜି ଛାତରୁ ପୁଣି ସିଲିଂ ଖସିଥିବାର ଖବର ମିଳିଛି। ଏଣେ ଆଜି ୩ ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ସେଠାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ତେଣେ ଆଜି ଚିକିତ୍ସା ଅବହେଳାରୁ ଏମକେସିଜିରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ମଧ୍ୟ ଆସିଛି।

Share Now:

Kalinga News Beuro

Next Post

କମାଲ କଲା ବ୍ରହ୍ମାସ୍ତ୍ର : ରିଲିଜ୍ ପୂର୍ବରୁ ଆଡ଼ଭାନ୍ସ ବୁକିଂରୁ ଆୟ କଲା ୧୮କୋଟି

Thu Sep 8 , 2022
ମୁମ୍ବାଇ: ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ରିଲିଜ୍ ପୂର୍ବରୁ ଅନେକ ରେକର୍ଡ ଭାଙ୍ଗିବାକୁ ବସିଲାଣି। ଏହି ଚଳଚ୍ଚିତ୍ର ଆସନ୍ତାକାଲି ରିଲିଜ୍ ହେବାକୁ ଥିବା ବେଳେ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ର ବର୍ଷର ସର୍ବୋଚ୍ଚ ଆଡଭାନ୍ସ ବୁକିଂ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ବ୍ରହ୍ମାସ୍ତ୍ର ବର୍ଷର ଏଭଳି ଏକ ବଲିଉଡ ଚଳଚ୍ଚିତ୍ର ହୋଇପାରିଛି ଯାହାର ଆଡଭାନ୍ସ ବୁକିଂ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଚଳିତ ବର୍ଷ କେଜିଏଫ-୨ ଅଗ୍ରୀମ ବୁକିଂ କ୍ଷେତ୍ରରେ ଶୀର୍ଷରେ […]
ବ୍ରହ୍ମାସ୍ତ୍ରର କମାଲ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial