ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି, ୩୦ ପ୍ଲାଟୁନ୍‌ ପୁଲିସ ମୁତୟନ ଅଛନ୍ତି: ଡିଜିପି

ଭୁବନେଶ୍ୱର: ଗତ ୧୩ ତାରିଖରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିଦିଆଯିବା ପରେ ସିଂହଦ୍ୱାର ସାମ୍ନାରେ ଆଉ ପୂର୍ବଭଳି ଭିଡ଼ ରହୁନାହିଁ ଏକଥା ସତ। କିନ୍ତୁ ଶ୍ରୀମନ୍ଦିର ପରିସର ଭିତରେ ପ୍ରବଳ ଭିଡ଼ ଲାଗି ରହୁଛି। ଶ୍ରୀ ମନ୍ଦିରର ଚାରି ଦ୍ୱାର ଖୋଲିବାକୁ ନେଇ ପୁଲିସ ଡ଼ିଜି ଅରୁଣ କୁମାର ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଉଭୟ ମନ୍ଦିର ଭିତର ଏବଂ ବାହାରେ ପୁଲିସ ବ୍ୟବସ୍ଥା କରାଯାଇଛି। ଚାରିଦିନ ଛୁଟି ପଡ଼ିଯିବାରୁ ଏହି ଭିଡ଼ ଦେଖିବାକୁ ମିଳିଥିଲା। ଚାରିଦ୍ୱାର ଖୋଲିବା ପରର ଭିଡ଼କୁ ଆଖି ଆଗରେ ରଖି ପ୍ରବେଶ ଓ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରରେ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୃତ୍ୟୟନ କରାଯଇଛି। ଏଡିଜି ଲ ଆଣ୍ଡ ଅର୍ଡର ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶି ଏବଂ ସେଣ୍ଟ୍ରାଲ ଆଇଜି ପୁରା ଘଟଣାର ତର୍ଜମା କରିଛନ୍ତି। ଜଗନ୍ନାଥଙ୍କ ଦର୍ଶନକୁ ନେଇ ପୁରୀ ଯାଉଥିବା ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।
ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଚଳିତ ବର୍ଷର ରଥଯାତ୍ରା ବିରଳ। ୨୪ ବର୍ଷ ପରେ ଏଭଳି ରଥଯାତ୍ରା ପଡ଼ିବ। ଚାରିଦ୍ୱାର ଖୋଲିବା ପ୍ରସଙ୍ଗରେ ଆଜି ସନ୍ଧ୍ୟାରେ ପରିଚାଳନା ସମିତି ସହ ଆଲୋଚନା ହେବ। ଭଗବାନ ଚାଁହୁଥୁଲେ ବୋଲି ଚାରି ଦ୍ୱାର ଖୋଲା ହେଲା। ଭକ୍ତ ମନ ଖୋଲି ଭଗବାନଙ୍କୁ ଦର୍ଶନ କରୁଛନ୍ତି। ଛୁଟି ପାଇଁ ଭିଡ଼ ଥିଲା, କିଛି ଅଘଟଣ ଘଟିନି କି ଘଟିବନି। ଦଇତା ନିଯୋଗ ସଭାପତି ରାମକୃଷ୍ଣ ଦାଶ ମହାପାତ୍ର କହିଛନ୍ତି, ରଥଯାତ୍ରା, ସ୍ନାନ ଯାତ୍ରା, ସୁନାବେଶ ଉପରେ ବୈଠକ ହୋଇଛି। ୫୩ବର୍ଷ ପରେ ଗୋଟିଏ ଦିନରେ ରଥଯାତ୍ରା ଓ ନବ ଯୌବନ ବେଶ ପଡୁଛି। ରଥଯାତ୍ରା ସୁରୁଖୁରୁରେ ସାରିବା ପାଇଁ ବୈଠକ ହୋଇଥିଲା। ସ୍ନାନ ପୂର୍ଣିମାରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀଙ୍କ ସହ ସବୁ ମନ୍ତ୍ରୀ ମାନଙ୍କୁ ଆମନ୍ତ୍ରଣ କରାଯାଇଛି।

Share Now:

Kalinga News Beuro

Next Post

କଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ସ୍ଥଳ ପରିଦର୍ଶନ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Mon Jun 17 , 2024
ନୂଆଦିଲ୍ଲୀ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବା ସହ ନୂଆ ଜଳପାଇଗୁଡ଼ି ନିକଟରେ ଏକ ମାଲବାହୀ ଟ୍ରେନ୍‌ ସହ କାଞ୍ଚନଜଙ୍ଗା ଏକ୍ସପ୍ରେସର ଘଟିଥିବା ଦୁର୍ଘଟଣା ପରେ ସେଠାରେ ଚାଲିଥିବା ରିଲିଫ୍‌ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପଶ୍ଚିମବଙ୍ଗର ରଙ୍ଗପାଣି ଷ୍ଟେସନ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର କିଛି ସମୟ ପରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial