ରାଜ୍ୟ ବାହାର ଶ୍ରମିକଙ୍କ ଗୁହାରି:ଦୂରତ୍ୱ ରଖି ଚାଲି ଚାଲି ଆସି ଡିସିପିଙ୍କୁ ମାଗିଲେ ଅନୁମତି

ଭୁବନେଶ୍ୱର : ପେଟ ପୋଷିବା ପାଇଁ ପଡ଼ୋଶୀ ରାଜ୍ୟ ବିହାରରୁ ଚାଲି ଆସିଥିଲେ ଭୁବନେଶ୍ୱର। କିଏ ମାର୍ବଲ କାମ କରୁଥିଲେ ତ ଆଉ କିଏ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍ ଘୋଷଣା ପରେ ଯାତ୍ରୀ ପରିବହନ ଠପ୍ ହୋଇଯାଇଛି। ଘରକୁ ଯିବାକୁ ଅନୁମତି ମାଗିଛନ୍ତି ୨୦୦ରୁ ଅଧିକ ଶ୍ରମିକ। ସାଲିଆସାହିରେ ରହୁଥିବା ଶ୍ରମିକ ଚାଲି ଚାଲି ପ୍ରଥମେ ନୟାପଲ୍ଲୀ ଥାନା ଓ ପରେ ଡିସିପିଙ୍କୁ ଅନୁମତି ମାଗିଛନ୍ତି। ସବୁଠୁ ବଡ଼ କଥା ହେଲା ସରକାରଙ୍କ ନିୟମକୁ ପାଳନ କରିଛନ୍ତି ଶ୍ରମିକମାନେ। ଏକାଠି ଚାଲି ଚାଲି ନୁହେଁ ବରଂ ଦୂରତ୍ୱ ରକ୍ଷା କରି ଆସିଥିଲେ। ଶ୍ରମିକମାନଙ୍କ କହିବା କଥା ପୁଲିସ ଅନୁମତି ଦେଲେ ସେମାନେ ସାଇକେଲରେ ହେଉ କିମ୍ବା ଚାଲି ଚାଲି ହେଉ ଘରକୁ ଫେରିଯିବାକୁ ପ୍ରସ୍ତୁତ ଅଛନ୍ତି।

Share Now:

Kalinga News Beuro

Leave a Reply

Next Post

ଆମିଷ ଦର ଉପରମୁହାଁ: ଚିକେନ୍‌ ୧୭୦, ଭାକୁର ୩୦୦

Sat Mar 28 , 2020
ଆମିଷ ବଜାରରେ ଲୋକେ ମାନୁ ନାହାନ୍ତି ସଂଘରୋଦ୍ଧ ଭୁବନେଶ୍ୱର: କରୋନା ଏମିତି ଆତଙ୍କ ଖେଳାଇଲା ଯେ ଲୋକେ ଏକରକମ ଚିକେନ ଖାଇବା ଛାଡ଼ି ଦେଇଥିଲେ। ଅଣ୍ଡା ବି ଛୁଇଁଲେ ନ‌ାହିଁ। ମାତ୍ର, ସରକାର ଲକ୍‌ଡାଉନ୍‌ ସହ ଯେବେ ଘୋଷଣା କଲେ ଯେ ଚିକେନ୍‌ ଓ ଅଣ୍ଡା ଦୋକାନ ଖୋଲା ରହିବ, ସେବେଠୁ ଯେମିତି ଆମିଷ ଦରରେ ନିଆଁ ଲାଗିଛି। ଆମିଷାଷୀମାନଙ୍କ ଆମିଷ ପ୍ରୀତି ଦେଖି ବ୍ୟବସାୟୀମାନେ ବି କିଛି ଦିନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial