ସମ୍ମାନ ରକ୍ଷା ପାଇଁ ଡାକ୍ତରୀ ପଢ଼ୁଆ ଝିଅକୁ ମାରି ପୋଡିଦେଲେ ବାପା-ଭାଇ

ସମ୍ମାନ ରକ୍ଷା ପାଇଁ ହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ସମ୍ମାନ ରକ୍ଷା ପାଇଁ ନିଜ ଝିଅକୁ ପରିବାର ଜନ୍ମକଲା ବାପା ଓ ଭାଇ ହତ୍ୟା କରିଛନ୍ତି। ପୁଲିସ ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଶୁକ୍ରବାର ଦିନ ମୁମ୍ବାଇଠାରୁ ପ୍ରାୟ ୬୦୦ କିଲୋମିଟର ଦୂରରେ ଥିବା ଲିମ୍ବଗାଓଁ ପୁଲିସ ଷ୍ଟେସନ ଅନ୍ତର୍ଗତ ପିମ୍ପ୍ରି ମହିପାଲ ଗ୍ରାମରେ ଜାନୁଆରୀ ୨୨ରେ ଜଣେ ଯୁବତୀଙ୍କୁ ହତ୍ୟା ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ କହିଛି ଯେ ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କ ନାମ ଶୁଭାଙ୍ଗୀ ଯୋଗଦଣ୍ଡ ହୋଇଥିବାବେଳେ ତାଙ୍କ ପରିବାର ସଦସ୍ୟମାନେ ପ୍ରଥମେ ଏକ ଦଉଡିରେ ଗଳା ଚିପି ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ପୋଡିଦେଇଥିଲେ।
ଶେଷରେ ପ୍ରମାଣ ନଷ୍ଟ କରିବାକୁ ଅଧା ପୋଡ଼ିଯାଇଥିବା ମୃତଦେହକୁ ପୋଖରୀରେ ପକାଇ ଦେଇଥିଲେ। ତେବେ ହତ୍ୟାକାଣ୍ଡ ପଛର କାରଣ ବାବଦରେ ପୁଲିସ କହିଛି ଯେ ଶୁଭାଙ୍ଗୀ ବ୍ୟାଚଲର ଅଫ ହୋମିଓପାଥି ମେଡ଼ିସିନ ଆଣ୍ଡ ସର୍ଜରୀର ତୃତୀୟ ବର୍ଷର ଛାତ୍ରୀ ହୋଇଥିବାବେଳେ ତାଙ୍କର ବିବାହ ସ୍ଥିର ହୋଇଥିଲା। କିନ୍ତୁ ସେ ଆଉ ଜଣେ ପୁଅକୁ ଭଲ ପାଉଥିଲେ। ଏବାବଦରେ ଶୁଭାଙ୍ଗୀଙ୍କ ପରିବାର ସଦସ୍ୟ ଜାଣିବା ପରେ ପ୍ରେମିକକୁ ଭୁଲିଯିବା ପାଇଁ ତାଙ୍କୁ କହିଥିଲେ। ତେବେ ଶୁଭାଙ୍ଗୀ ଏଥିରେ ରାଜି ନ ହେବାରୁ ତାଙ୍କୁ ହତ୍ୟା କରିଥିଲେ। ଶୁଭାଙ୍ଗୀଙ୍କ ବାପା, ଭାଇ, ମାମୁଁ ଏବଂ ସମ୍ପର୍କୀୟ ତାଙ୍କୁ ଜାନୁୟାରୀ ୨୨ ତାରିଖ ରାତିରେ ଦଉଡିରେ ଗଳା ଚିପି ହତ୍ୟା କରିଥିଲେ। ଏବାବଦରେ ତଦନ୍ତ କରି ପୁଲିସ ଧାରା ୩୦୨ (ହତ୍ୟା) ଏବଂ ଭାରତୀୟ ଦଣ୍ଡବିଧି ଆଇନର ଅନ୍ୟାନ୍ୟ ପ୍ରଯୁଜ୍ୟ ଧାରା ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରିଛି।

Share Now:

Kalinga News Beuro

Next Post

ମାଘରେ ଶୀତ ଗାଏବ : ଅନୁଭୂତ ହେଉଛି ଗ୍ରୀଷ୍ମର ତାତି

Fri Jan 27 , 2023
ଭୁବନେଶ୍ୱର: ଏବେ ଚାଲିଛି ମାଘ ମାସ। କଥାରେ ଅଛି ମାଘ ମାସରେ ବାଘ ପରି ଶୀତ! କିନ୍ତୁ ମାଘ ମାସରେ ରାଜ୍ୟରୁ ଶୀତ ଗାଏବ ହୋଇଯାଇଛି। ଏବଂ ବଢ଼ି ଚାଲିଛି ତାତି। ମାଘ ପରେ ଫାଲଗୁନ। ଫାଲଗୁନରେ ମଳୟ ବହିବା କଥା। କିନ୍ତୁ, ମଳୟ ଏବେ ସାତ ସପନ! ମଳୟ ବଦଳରେ ବହିବାକୁ ଆରମ୍ଭ କଲାଣି ଝାଞ୍ଜି। ସାଧାରଣତଃ ପଣା ସଂକ୍ରାନ୍ତି (ଅପ୍ରେଲ ୧୪)ରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଯାତ୍ରା ସହ […]
ମାଘରେ ଶୀତ ଗାଏବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial