ରାଜଧାନୀରେ ରେଞ୍ଜରୋଭର ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଯୁବତୀଙ୍କ ଜୀବନ

ରେଞ୍ଜରୋଭର ଦୁର୍ଘଟଣା

କଟକ: ଭୁବନେଶ୍ୱରରେ ରେଞ୍ଜରୋଭର ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ମୃତ୍ୟୁ। ଗତ ୩୧ ତାରିଖରେ ରାଜଧାନୀର ପାୱାର ହାଉସ ଛକରେ ଦୁର୍ଘଟଣାରେ ଗୁରୁତର ହୋଇ ଲୋପାମୁଦ୍ରା ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ପରେ ସେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବ୍ରେନଡେଡ ଘୋଷଣା କରିଥିଲେ ଡାକ୍ତର। ଆଇସିୟୁରେ ରଖି ଯୁବତୀଙ୍କୁ ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଛନ୍ତି ଚିକିତ୍ସା କରୁଥିବା ଡାକ୍ତର।
ଗତ ୩୧ ତାରିଖରେ ଭୁବନେଶ୍ୱରର ପାୱାର ହାଉସ ଛକରେ ଏକ ରେଞ୍ଜରୋଭର ଧକ୍କାରେ ବାଇକରେ ଯାଉଥିବା ୨ ଜଣ ଗୁରୁତର ହୋଇଥିଲେ। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିଲେ ଲୋପାମୁଦ୍ରା ସାହୁ ଓ ଜଣେ ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁଚରଣ ନାୟକ। କାହ୍ନୁଚରଣ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଥିବା କୁହାଯାଉଛି।

Share Now:

Kalinga News Beuro

Next Post

ଡ୍ୟାନ୍‌ସ୍‌ ପାର୍ଟିରେ ସାପ ଓ ସାପବିଷ : ‘ବିଗ୍‌ ବସ୍ ଓଟିଟି’ ବିଜୟୀ ଏଲ୍‌ଭିସ୍‌ ଯାଦବ ଓ ୫ ସହଯୋଗୀଙ୍କ ନାଁରେ ମାମଲା

Fri Nov 3 , 2023
ନୋଇଡ଼ା: ଗୁରୁବାର ରାତିରେ ନୋଇଡ଼ାରେ ଚାଲିଥିବା ଏକ ‘ରେଭ୍‌ ପାର୍ଟି’ରେ (ଡ୍ୟାନ୍‌ସ୍‌ ପାର୍ଟି) ଚଢ଼ଉ କରି ପୁଲିସ ‘ବିଗ୍‌ ବସ୍ ଓଟିଟି’ ବିଜୟୀ ଏଲ୍‌ଭିସ୍‌ ଯାଦବଙ୍କର ୫ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବା କଥା ଆଜି ପୁଲିସ କହିଛି। ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ଏଲ୍‌ଭିସ୍‌ ସାପଟିଏ ଧରି ଖେଳୁଛନ୍ତି। ୫ ସହଯୋଗୀଙ୍କ ସମେତ ଏଲ୍‌ଭିସ୍‌ଙ୍କ ନାଁ ବି ମାମଲା ରୁଜୁ କରାଯାଇଛି ବୋଲି ପୁଲିସସୂତ୍ରରୁ ପ୍ରକାଶ। ସେ ୫ଜଣ ହେଉଛନ୍ତି […]
ଡ୍ୟାନ୍‌ସ୍‌ ପାର୍ଟିରେ ସାପ ଓ ସାପବିଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial