ସାଲେପୁର ବଜାରରେ ପୁଲିସ କନେଷ୍ଟବଳଙ୍କ ଦାଦାଗିରି

police-bbsr-2020

ସାଲେପୁର : ସାଲେପୁର ବଜାରରେ ଦାଉଦ ଶାହା ନାମକ ଜନୈକ ପୁଲିସ କନେଷ୍ଟବଳଙ୍କ ଦାଦାଗିରି ଓ ବଟି ଆଦାୟକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ନୋ-ପାର୍କିଙ୍ଗ ଲେଖା ହୋଇନଥିବା ସ୍ଥାନରେ ଯଦି କେହି ଗାଡିମଟର ରଖୁଛନ୍ତି ତେବେ ବାବୁ ଜଣକ ତୁରନ୍ତ ପହଞ୍ଚି ଚାଲାଣ କାଟିବାକୁ କହୁଛନ୍ତି। ଯଦି କେହି ପ୍ରତିବାଦ କଲା ତେବେ କୌଣସି ପ୍ରକାରେ ଡରାଇ ଧମକାଇ ବିନା ଚାଲାଣରେ କିଛି ହାତଗୁଞ୍ଜା ନେଇ ପକେଟ ଗରମ କରୁଛନ୍ତି। ସ୍ଥାନୀୟ ତଥା ବାହାରୁ ଆସୁଥିବା ଲୋକେ ପ୍ରତିଦିନ ଏହି ବାବୁଙ୍କ ଜୁଲମର ଶିକାର ହେଉଛନ୍ତି। ତେଣୁ ପୁଲିସ ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି।

Share Now:

Kalinga News Beuro

Next Post

ଅଞ୍ଜନା ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ : ଅପରେସନ୍ ସାଇଲେଣ୍ଟ ଭାଇପରକୁ ସଫଳତା

Mon Feb 22 , 2021
କଟକ: ୧୯୯୯ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁ‌ର୍ଷ୍କମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଛି କମିସନରେଟ ପୁଲିସ। ଘଟଣାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମା‌ଇଣ୍ତ କୁହାଯାଉଥିବା ବିବନ ବିଶ୍ବାଳଙ୍କୁ ମୁମ୍ବାଇରୁ କମିସନରେଟ ପୁଲିସ ଗିରଫ କରିଥିବା ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ୧୯୯୯ […]
୨୨ ବର୍ଷ ପରେ ଅଭିଯୁକ୍ତ ବିବନ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial