ମୋଦୀଙ୍କ ଆଖିରେ ଲୁହ:ରାଜ୍ୟସଭାରେ ଗୁଲାମ ନବିଙ୍କୁ ଭାବପ୍ରବଣ ବିଦାୟ

ମୋଦୀଙ୍କ ଆଖିରେ ଲୁହ

ପଦବିର ମହତ୍ୱ ଆଜାଦଙ୍କ ଠାରୁ ଶିଖିବା ଉଚିତ: ମୋଦୀ

ନୂଆଦିଲ୍ଲୀ: କଂଗ୍ରେସର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ଗୁଲାମ ନବି ଆଜାଦ୍‌ଙ୍କୁ ଆଜି ଅବସରକାଳୀନ ସମ୍ଭାଷଣ ଜଣାଇବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଖି ଲୁହ ଛଳ ଛଳ ହୋଇଯାଇଥିଲା। ଏପରିକି ସେ ଆଜାଦ୍‌ଙ୍କ ସ୍ମୂତିକୁ ଉଦ୍ଧାର କରି ନିଜ ଅଭିଭାଷଣରେ ଉଲ୍ଲେଖ କଲା ବେଳେ ଅନେକ ଥର ନିଜ କୋହକୁ ସମ୍ଭାଳି ପାରିନଥିଲେ। ଆଜାଦ୍‌ଙ୍କୁ ଆବେଗପୂର୍ଣ୍ଣ ବିଦାୟ ଜଣାଇ ସେ ତାଙ୍କୁ ଜଣେ ଦକ୍ଷ ବିରୋଧୀ ଦଳ ନେତା ଭାବେ ବର୍ଣ୍ଣନା କରିଛନ୍ତି। ଆଜାଦ ଜଣେ ସାଂସଦ ଓ ବିରୋଧୀ ଦଳ ନେତା ହିସାବରେ ନିଜ ପଦବିର ଗରିମାକୁ ଢେର ଉଚ୍ଚକୁ ନେଇଥିଲେ ବୋଲି ମୋଦୀ କହିଛନ୍ତି। ବିଶେଷ କରି ଉଭୟଙ୍କ ମୁଖ୍ୟମନ୍ତ୍ରୀତ୍ବ (ଗୁଜରାଟ, ଜାମ୍ମୁକାଶ୍ମୀର) କାଳରେ ୨୦୦୭ ମସିହାରେ କାଶ୍ମୀର ଯାଇଥିବା ଦଳେ ଗୁଜରାଟୀ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆଜାଦ୍‌ ଯେପରି ତତ୍କାଳ ସୂଚନା ଦେବା ସହ ସେମାନଙ୍କୁ ନିଜ ପରିବାର ସଦସ୍ୟ ଭାବେ ବ୍ୟବହାର କରିଥିଲେ ତାହା ସେ କେବେ ଭୁଲିପାରିବେନି ବୋଲି ମୋଦୀ କହିଛନ୍ତି। ପଦପଦବି ଆସିବ ଓ କ୍ଷମତା ମଧ୍ୟ ଆସିବ, ତେବେ ତାହାକୁ କିପରି ପରିଚାଳନା କରିବାକୁ ହେବ ତାହା ଆଜାଦ୍‌ଙ୍କ ଠାରୁ ହିଁ ଜଣେ ଶିଖିବା ଉଚିତ୍‌ ବୋଲି ସେ କହିଛନ୍ତି। ସେହିପରି ନିଜ ଦଳର କଥା ଭାବିବା ସହ ଦେଶ ଏବଂ ସଂସଦର କଥା ବିଚାର କରୁଥିବା ଆଜାଦଙ୍କ ସ୍ଥାନ କେହି ପୂରଣ କଲେ ବି ତାଙ୍କ କାର୍ଯ୍ୟଶୈଳୀ ସହ ସମାନ ହେବ ନାହିଁ ବୋଲି ମୋଦୀ କହିଛନ୍ତି।

Share Now:

Kalinga News Beuro

Next Post

ରିଙ୍ଗ୍‌ରୋଡ୍‌ ବାଟ ଫିଟିଲା : ଖୋର୍ଦ୍ଧା ଟାଙ୍ଗୀରୁ ବାହାରି କଟକ ଟାଙ୍ଗୀରେ ଶେଷ ହେବ

Thu Feb 11 , 2021
୧୦୦ କିମିର ରାସ୍ତା ପାଇଁ ଡିପିଆର୍ ପ୍ରସ୍ତୁତ, ଦୁଇ ବର୍ଷରେ ସରିବ ଭୁବନେଶ୍ବର : ବହୁ ପ୍ରତୀକ୍ଷିତ କ୍ୟାପିଟାଲ ରିଜିଅନ୍ ରିଙ୍ଗ୍‌ରୋଡ୍‌ କେଉଁଠୁ ବାହାରି କେଉଁଠି ଶେଷ ହେବ ତାହା ଚୂଡ଼ାନ୍ତ ହୋଇଛି। ଏନ୍‌ଏଚ୍‌ଏଆଇର ସୂଚନା ଅନୁଯାୟୀ, ଏହି ରିଙ୍ଗରୋଡ୍‌ ଟାଙ୍ଗୀ(ଖୋର୍ଦ୍ଧା)ରୁ ବାହାରି ଟାଙ୍ଗୀ (କଟକ)ରେ ଶେଷ ହେବ। ପ୍ରାୟ ୧୦୦କମିର ଏହି ରିଙ୍ଗ୍‌ରୋଡ୍‌ ପାଇଁ ଡିପିଆର୍‌ ପ୍ରସ୍ତୁତ ହୋଇ ସାରିଛି। ଖୁବ୍‌ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ। […]
ରିଙ୍ଗ୍‌ରୋଡ୍‌ ବାଟ ଫିଟିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial