ଲୁଟେରାକୁ ଅଧାଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ ସ୍ଥାନୀୟ ଲୋକେ

ଅଧାଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ

ଭୁବନେଶ୍ବର : ଜଣେ ଯୁବକଙ୍କ ବ୍ୟାଗ୍ ଓ ମୋବାଇଲ୍ ଲୁଟ୍‌ ଉଦ୍ୟମ କରୁଥିବା ୨ ଲୁଟେରା ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ବହେ ଛେଚା ଖାଇଛନ୍ତି। ଜଣଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିବା ସହିତ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଛନ୍ତି। ଡୁମୁଡୁମା ସତ୍ୟନଗର ଅଞ୍ଚଳରେ ଆଜି ଅପରାହ୍‌ଣରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖବର ପାଇ ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଖଣ୍ଡଗିରି ଥାନାକୁ ଆଣିଛି।
ସୂଚନାନୁଯାୟୀ, ଆଜି ଅପରାହ୍‌ଣରେ ଡୁମୁଡୁମା ସତ୍ୟନଗରରେ ଜଣେ କଲେଜ ଛାତ୍ର ଘରକୁ ଫେରୁଥିବା ବେଳେ ଲୁଟେରାଦ୍ବୟ ତାଙ୍କ ବ୍ୟାଗ୍ ଓ ମୋବାଇଲ୍ ଛଡ଼ାଇଥିଲେ। ନାବାଳକଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଲୁଟେରାଦ୍ବୟଙ୍କୁ କାବୁ କରି ନେଇଥିଲେ। ଜଣଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିଲେ। ଖବର ପାଇ ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଖଣ୍ଡଗିରି ଥାନାକୁ ଆଣିଥିଲା। ମାତ୍ର ଏ ସଂପର୍କରେ କୌଣସି ଅଭିଯୋଗ ହୋଇ ନଥିବାରୁ ପୁଲିସ ସେମାନଙ୍କ ନାଁ ଓ ଠିକଣା ଲେଖି ଛାଡ଼ି ଦେଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ମୃତ୍ୟୁ ସହ ଲଢେଇରେ ମୋ ପୁଅ ଜିତିବ : ଗୃପ କ୍ୟାପଟେନ୍ ବରୁଣଙ୍କ ପିତା

Sat Dec 11 , 2021
ବେଙ୍ଗାଲୁରୁ : କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବେଙ୍ଗାଲୁରୁର ଏକ ମିଲିଟାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ଗୃପ କ୍ୟାପଟେନ ବରୁଣ ସିଂଙ୍କ ସ୍ବସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ଲାଇଫ୍-ସପୋର୍ଟ ସିଷ୍ଟମ (ଜୀବନ ରକ୍ଷାକାରୀ ବ୍ୟବସ୍ଥା)ରେ ରଖାଯାଇଛି। ତେବେ ଭୋପାଳରେ ରହୁଥିବା ତାଙ୍କ ପିତା ତଥା ଭାରତୀୟ ସେନାରୁ ଅବସରନେଇଥିବା କର୍ଣ୍ଣେଲ କେ.ପି.ସିଂ କହିଛନ୍ତି ଯେ ବରୁଣ ବଞ୍ଚିଯିବେ କାରଣ ସେ ଜଣେ ଯୋଦ୍ଧା। ଗତ ବୁଧବାରଦିନ କୁନ୍ନୁରରେ […]
ମୃତ୍ୟୁ ସହ ଲଢେଇରେ ମୋ ପୁଅ ଜିତିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial