ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ପଛରେ ୱେବ ପୋର୍ଟାଲ ମାଲିକାଣୀ!

ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା

ଭୁବନେଶ୍ୱର: ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ପଛରେ ଜଣେ ୱେବ ପୋର୍ଟାଲ ମାଲିକାଣୀଙ୍କ ହାତ ଥିବା ସ୍ପଷ୍ଟ ହେବାରେ ଲାଗିଛି। ସେହି ୱେବ୍ ପୋର୍ଟାଲ ମାଲିକାଣୀଙ୍କ ଫଟୋ ସାମ୍ନାକୁ ଆସିଛି। ଏହି ମହିଳାଜଣଙ୍କ ଏହି ହତ୍ୟାକାଣ୍ଡ ପଛରେ ଥିବା କୁହାଯାଉଛି। ଏନେଇ ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଚର୍ଚ୍ଚା ହେଉଛି ଯେ ୱେବ ପୋର୍ଟାଲ ମାଲିକାଣୀ ଜଣକ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ଜରିଆରେ ଅଶ୍ଳୀଳ ଫିଲ୍ମର ସୁଟିଂ କରାଉଥିଲେ। ଅଶ୍ଳୀଳ ଫିଲ୍ମର କିଛି କ୍ଲିପ୍ ମାନସ ନିଜ ପାଖରେ ରଖିଥିଲେ, ଯାହାକୁ ୱେବ୍ ପୋର୍ଟାଲ ମାଲିକାଣୀ ମାଗୁଥିଲେ ବି ମାନସ ଦେଉନଥିଲେ। ଏହି କାରଣରୁ ତାଙ୍କୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିକଟରୁ ଅପହରଣ କରାଯାଇ ପରେ ଏକ ଜରାଶ୍ରମରେ ରଖାଯାଇ ହତ୍ୟା କରାଯାଇଥିବା କୁହାଯାଉଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୱେବ ପୋର୍ଟାଲ ମାଲିକାଣୀ ଏବେ ବି ଫେରାର୍ ଅଛନ୍ତି। ତାଙ୍କ ସହିତ ନିରଂଜନ ସେଠୀ ଓ ଆଉ କିଛି ଜଣ ବ୍ୟକ୍ତି ଫେରାର ଥିବା ଜଣାଯାଇଛି। ଏଣେ ୱେବ୍ ପୋର୍ଟାଲ ମାଲିକାଣୀ ତାଙ୍କ ସଂସ୍ଥାର ରାଜଧାନୀରେ ଥିବା କାର୍ଯ୍ୟାଳୟକୁ ପ୍ରାୟ ମାସେ ହେବ ଆସି ନଥିବା କହିଛନ୍ତି କେଆର ଟେକର୍।

Share Now:

Kalinga News Beuro

Next Post

‘ଦ କଶ୍ମୀର ଫାଇଲ୍ସ’ ବହୁତ ଭଲ ଚଳଚ୍ଚିତ୍ର, ସମସ୍ତେ ଏହାକୁ ଦେଖିବା ଉଚିତ୍ : ପ୍ରଧାନମନ୍ତ୍ରୀ

Tue Mar 15 , 2022
ନୂଆଦିଲ୍ଲୀ: ସାରା ଦେଶରେ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅଭିନେତା ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ‘ଦ କାଶ୍ମୀର ଫାଇଲ୍ସ’ ଶୁକ୍ରବାର ସିନେମା ହଲ୍‌ରେ ରିଲିଜ୍ ହେବା ମାତ୍ରେ ବଡ଼ ସଫଳତା ପାଇଛି। ପ୍ରଥମ ଦିନରେ ଏହା ୩.୫୫ କୋଟି ଟଙ୍କାର ଜବରଦସ୍ତ ରୋଜଗାର କରିଛି। ଏହି ଚଳଚ୍ଚିତ୍ରରେ ୧୯୯୦ ଦଶକ ପୂର୍ବରୁ କଶ୍ମୀରୀ ହିନ୍ଦୁ ଦେଶ […]
‘ଦ କଶ୍ମୀର ଫାଇଲ୍ସ’ ବହୁତ ଭଲ ଚଳଚ୍ଚିତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial