ଥାନାରେ ହାଜର ହେଲେ ବାବୁସାନ୍: ପୁଲିସର ପଚରାଉଚରା

ଥାନାରେ ହାଜର ହେଲେ ବାବୁସାନ୍

ଭୁବନେଶ୍ବର: ଆଜି ଜନ୍ମଦିନରେ ବାବୁସାନ୍ ଖାରବେଳ ଥାନାରେ ପହଞ୍ଚିଛନ୍ତି। ସେ ମାଆ ଅପରାଜିତା ମହାନ୍ତି ଓ ପାରିବାରିକ ବନ୍ଧୁ ରବି ମିଶ୍ରଙ୍କ ସହ ଜଗନ୍ନାଥ ବିହାର ଘରୁ ବାହାରିଥିଲେ। ଆଜି ଖାରବେଳ ଥାନାରେ ବାବୁସାନ୍ ହାଜର ହୋଇ ପୁଲିସ ଜେରାର ସମୁଖୀନ ହେଉଥିବା କୁହାଯାଉଛି। ପୁଲିସ ଇତିମଧ୍ୟରେ ପଚରାଉଚରା ଆରମ୍ଭ କରିଥିବାର ସୂଚନା ରହିଛି। ଏଣେ ବାବୁସାନ୍ ଆଜି ନିଜର ଜନ୍ମଦିନରେ ନିଜ ଘର ବାଲକୋନିକୁ ଆସି ସମସ୍ତଙ୍କୁ ନମସ୍କାର କରିଥିଲେ। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଣେ ଆଜି ସକାଳେ ତାଙ୍କ ଘର ସାମ୍ନାରେ ଫ୍ୟାନମାନଙ୍କର ଭିଡ଼ ଲାଗି ରହିଥିଲା। ଅଭିନେତା ବାବୁସାନଙ୍କ ବୈବାହିକ ଜୀବନରେ ଉଠିଥିବା ଝଡ଼ ଖୁବ୍ ଶୀଘ୍ର ଥମିଯିବ ବୋଲି ମନେହେଉଛି। ବାବୁସାନ୍‌ ମହାନ୍ତି ଓ ପତ୍ନୀ ତୃପ୍ତିଙ୍କ ଭିତରେ ଉପୁଜିଥିବା ମନୋମାଳିନ୍ୟ ଦୂର ହେବ ବୋଲି ଆଶା କରାଯାଉଛି। ବାବୁସାନଙ୍କ ମାମୁ କୁହାଯାଉଥିବା ତଥା ତାଙ୍କ ପରିବାରର ଘନିଷ୍ଠ ଅଭିନେତା ରବି ମିଶ୍ର ଏ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି। ସମସ୍ୟାର ଆପୋଷ ବୁଝାମଣା ଲାଗି ସେ ତୃପ୍ତିଙ୍କ ସହ ଆଲୋଚନା କରିଛନ୍ତି। ଏବେ ସବୁ କିଛି ତୃପ୍ତିଙ୍କ ଉପରେ ନିର୍ଭର କରୁଛି। ତୃପ୍ତି ଚାହିଁଲେ ପୁଣି ଥରେ ତାଙ୍କ ପରିବାର ଏକାଠି ହେବ ବୋଲି ଚର୍ଚ୍ଚା ହେଉଛି। ଗଣମାଧ୍ୟମରେ ନିଜ ମତ ରଖି ତୃପ୍ତିଙ୍କ ମାଉସୀ କହିଛନ୍ତି କି ‘ସେମାନେ ଆସି‌ଲେ। ତୃପ୍ତି ଓ ପିଲା ଭଲ ଅଛନ୍ତି କି ନାହିଁ ବୁଝିକି କଥାବାର୍ତ୍ତା ହୋଇଗଲେ। ଆଲୋଚନା ସମୟରେ ତୃପ୍ତି କହିଛି- ‘‘ଆଇ ଉଇଲ୍‌‌ ୱେଟ୍‌ ଆଣ୍ଡ୍‌ ୱାଚ୍‌( ମୁଁ ଅପେକ୍ଷା କରିବି ଓ ଦେଖିବି)।’’ ପତି-ପତ୍ନୀଙ୍କ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ କରିବାକୁ ତୃପ୍ତିଙ୍କ ସତ୍ୟନଗର ଘରେ ଆଉ ଜଣଙ୍କୁ ସାଙ୍ଗରେ ଧରି ପହଞ୍ଚିଥିଲେ ଅଭିନେତା ରବି ମିଶ୍ର। ଆପଣ ଜାଣିଥିବେ ନିଶ୍ଚୟ ଯେ ବାବୁସାନଙ୍କୁ ଓଡ଼ିଶା ଫେରାଇ ଆଣିବାରେ ରବି ମିଶ୍ରଙ୍କର ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ ଥିଲା। ସେ ତୃପ୍ତିଙ୍କ ଘରୁ ବାହାରି ଗଣମାଧ୍ୟମରେ ତାଙ୍କର ବୟାନ ଦେଇ କହିଛନ୍ତି ଯେ ‘ଖୁବ୍‌ ଶୀଘ୍ର ସମାଧାନର ବାଟ ବାହାରିବ’।

Share Now:

Kalinga News Beuro

Next Post

ରାଜ୍ୟରେ ୨୩ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା : ୟେଲୋଓ୍ଵାର୍ଣ୍ଣିଂ ଜାରି

Sun Jul 31 , 2022
ଭୁବନେଶ୍ୱର: ରାଜ୍ୟ ଉପର ଦେଇ ଯାଇଥିବା ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ଗତି କରୁଛି। ସେଥିପାଇଁ ରାଜ୍ୟରେ ମୌସୁମୀ ବର୍ଷାର ସମ୍ଭାବନା ନାହିଁ। ତବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୩ଟି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଗାମୀ ୨୪ ଘଣ୍ଟା ମଧ୍ୟରେ […]
୨୩ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial