ବିଶିଷ୍ଟ କଣ୍ଠଶିଳ୍ପୀ ନରେନ୍ଦ୍ର ଚଞ୍ଚଲଙ୍କ ୮୦ ବର୍ଷ ବୟସରେ ପରଲୋକ

ଗାୟକ ନରେନ୍ଦ୍ର ଚଞ୍ଚଲ ଆଉ ନାହାନ୍ତି

ନୂଆଦିଲ୍ଲୀ: ଜଣାଶୁଣା କଣ୍ଠଶିଳ୍ପୀ ନରେନ୍ଦ୍ର ଚଞ୍ଚଲ ୮୦ ବର୍ଷ ବୟସରେ ଦିଲ୍ଲୀରେ ଦେହତ୍ୟାଗ କରିଛନ୍ତି । ଭଜନ ଏବଂ ଆଧ୍ୟାତ୍ମିକ ଭାବାପନ୍ନ ସଂଗୀତ ପାଇଁ ପରିଚିତ ଥିବା ନରେନ୍ଦ୍ର ଅସୁସ୍ଥ ହୋଇ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଆଜି ମଧ୍ୟାହ୍ନ ୧୨ଟା ସମୟରେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ପଞ୍ଜାବର ଏକ ଧାର୍ମିକ ପରିବାରରେ ଜନ୍ମଗ୍ରହଣ କରିଥିବା ନରେନ୍ଦ୍ର ଚଞ୍ଚଲ ପ୍ରଥମେ ରାଜ କପୁରଙ୍କ ‘ବବି’ (୧୯୭୩) ଚଳଚ୍ଚିତ୍ରର ‘ବେସକ ମନ୍ଦିର ମସଜିଦ୍…’ ଗୀତ ଗାଇ ସାରା ଦେଶର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲେ। ଏହାପ‌ରେ ହିନ୍ଦୀ ଚଳଚ୍ଚିତ୍ର ‘ରୋଟି କପଡ଼ା ଔର ମକାନ୍’ ଓ ‘ଅନଜାନ୍’ରେ ସେ ଗାଇଥିବା ସୁଫି ଶୈଳୀର ଗୀତ ବେଶ୍ ଲୋକାଦୃତ ହୋଇଥିଲା। ‘ବବି’ ଲାଗି ସେ ଶ୍ରେଷ୍ଠ ଚଳଚ୍ଚିତ୍ର ଗାୟକ ଭାବେ ଫିଲ୍ମ ଫେୟାର ପୁରସ୍କାର ଲାଭ କରିଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ସେ ଗତ ୩ ମାସ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହୋଇ ଆସୁଥିଲେ। ତାଙ୍କ ଦେହାନ୍ତ ପରେ ତାଙ୍କୁ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଟ୍ୱିଟରରେ ସୁଫି ଗାୟକ ମାଷ୍ଟର ସଲିମ ଏବଂ କ୍ରିକେଟର ହରଭଜନ ସିଂ ନରେନ୍ଦ୍ର ଚଞ୍ଚଲଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି ଏବଂ ଭାରତୀୟ ଭକ୍ତିସଂଗୀତ ଧାରାର ଏହି କିମ୍ବଦନ୍ତୀ ଗାୟକଙ୍କୁ ମନେ ପକାଇ ଶୋକ ପ୍ରକାଶ କରିଛନ୍ତି। ହରଭଜନ ସିଂ ଟ୍ୱିଟ୍ କରି ଲେଖିଛନ୍ତି, ‘କିଂବଦନ୍ତୀ ପୁରୁଷ ତଥା ସବୁଠାରୁ ପ୍ରିୟ ନରେନ୍ଦ୍ର ଚଞ୍ଚଲ୍ ଜୀ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ପ୍ରାର୍ଥନା। ତାଙ୍କ ପରିବାର ଲୋକଙ୍କୁ ସମବେଦନା।’

Share Now:

Kalinga News Beuro

Next Post

ଅନ୍ତର୍ଜାତୀୟସ୍ତରୀୟ ହେବ ନେତାଜୀ ବସ ଟର୍ମିନାଲ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sat Jan 23 , 2021
କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସ‌ରରେ କଟକରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ କଟକ ଖାନନଗର ଠାରେ ନେତାଜୀଙ୍କ ନାମରେ ନାମିତ ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି। ଏହି ବସ୍‌ ଟର୍ମିନାଲକୁ ଅନ୍ତର୍ଜାତୀୟସ୍ତରୀୟ କରାଯିବ। ୧୧ ହଜାର ବର୍ଗମିଟରରେ ନିର୍ମିତ ହେବ ଏହି ବସ୍‌ ଟର୍ମିନାଲ। ବସ ଟର୍ମିନାଲଟିରେ ୧୮୦ ବସ୍ ଓ ୨୭୫ କାର୍ ରହି ପାରିବ। […]
ନେତାଜୀ ବସ ଟର୍ମିନାଲ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial