ଗଞ୍ଜେଇ ଚାଲାଣ ମାମଲାରେ ୩ ଗିରଫ, ଅଟୋ-ବାଇକ ଓ ୩ ମୋବାଇଲ୍ ଜବତ

ଗଞ୍ଜେଇ ଚାଲାଣ ମାମଲା

ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜୟପୁର ସଦର ପୁଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ଅଟୋ (ଏଏଫ୍ ୩୧ ୱାଇ ୯୦୪୨), ଗୋଟିଏ ବାଇକ୍ (ଓଡି ୧୦ ଇ ୬୨୫୮) ଓ ୩ଟି ମୋବାଇଲ ଜବତ କରିଛି। ଅଭିଯୁକ୍ତମାନେ ହେଲେ ମାଛକୁଣ୍ଡ ଥାନା ଅନ୍ତର୍ଗତ କଣ୍ଟିଗୁଡା ଗ୍ରାମର ମଧୁ ମୁଚମ୍ (୨୮), ବାସୁ ମୁଚମ୍ (୨୭) ଓ ଶ୍ୟାମ ସୁନ୍ଦର ମୁଚମ୍ (୧୯)। ୩ ଜଣ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର କହିଛନ୍ତି। ସୂଚନାଯୋଗ୍ୟ, ଲମତାପୁଟ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସଦର ପୁଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା। ଏନେଇ ସ୍ଥାନୀୟ ମେଡିକାଲ ଛକଠାରେ ଗାଡିଗୁଡିକୁ ଯାଞ୍ଚ କରୁଥିଲେ। ସେହି ସମୟରେ ଗୋଟିଏ ବାଇକ ଏସକର୍ଟ କରୁଥିବା ବେଳେ ପଛରେ ଅଟୋରେ ଗଞ୍ଜେଇ ଆସୁଥିଲ। ଏସ୍ଆଇ ଏନ୍ କେ ତପୋ ଓ ପୁଲିସ ଟିମ୍ ବାଇକ ଓ ଅଟୋକୁ କାବୁ କରିଥିଲେ। ଅଟୋକୁ ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ରହିଥିବାର ଜାଣିବାକୁ ପାଇଥିଲେ। ତାହାକୁ ଓଜନ କରିବାରୁ ସେଥିରେ ୫୦ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା, ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ। ଏନେଇ ଜୟପୁର ସଦର ଥାନାରେ ୧୧୮/୨୧ ନମ୍ବରରେ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Share Now:

Kalinga News Beuro

Next Post

ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ

Fri Jul 2 , 2021
ମାଲକାନଗିରି: ମାଲକାନଗିରି ସଦର ମହକୁମାରେ ରହିଥିବା ବଙ୍ଗାଳୀ ପ୍ରାଥମିକ ବିଦ୍ୟାଳୟ ଏବେ ଅସମାଜିକ ବ୍ୟକ୍ତିଙ୍କ ଅଡ୍ଡାସ୍ଥଳୀ ପାଲଟିଛି। ୧୯୬୨ ମସିହାରେ ନିର୍ମିତ ହୋଇଥିବା ଏହି ବିଦ୍ୟାଳୟ ଏକ ଆଦର୍ଶ ବିଦ୍ୟାଳୟରେ ପରିଗଣିତ ହେଉଥିଲା। ଡିଏନକେ ଆରମ୍ଭ ହେବା ବେଳକୁ ଏହି ବିଦ୍ୟାଳୟ ଖୋଲାଯାଇଥିଲା। ତେବେ ଏହି ବିଦ୍ୟାଳୟରେ ପାଠ ପଢି ବହୁ ଛାତ୍ରଛାତ୍ରୀ ଆଜି ବହୁ ଉଚ୍ଚ ପଦାଧିକାରୀ ହୋଇଥିବା ବେଳେ କିଛି ରାଜନୀତିରେ ମଧ୍ୟ ସକ୍ରିୟ ଭୁମିକା ଗ୍ରହଣ […]
ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial