ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ହତ୍ୟା ଘଟଣା: ଆଉ ୨ଜଣଙ୍କୁ ଗିରଫ କଲା କମିସନରେଟ ପୁଲିସ‌‌

ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ହତ୍ୟା ଘଟଣା

ଭୁବନେଶ୍ୱର : ସାମନ୍ତରାପୁରରେ ମିଠା ଦୋକାନୀ ପ୍ରଭାକର ସାହୁ ଓରଫ ଜମ୍ବୁକୁ ହାଣି ହତ୍ୟା କରିବା ଘଟଣାରେ କମିସନରେଟ‌ ପୁଲିସ‌ର ସ୍ପେସାଲ ସ୍କ୍ବାଡ‌ ଆଉ ୨ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଏହି ୨ ସୁପାରି କିଲର ହେଲେ ଆଶୁତୋଷ ମହାନ୍ତି ଓ ଶ୍ରୀତିକ ବିଶ୍ୱାଳ। ଉଭୟଙ୍କୁ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଡୁମୁଡ଼ିବନ୍ଧରୁ ଗିରଫ କରାଯାଇଛି। ଏହି ଦୁଇ ଜଣ ଯୁବକ ମିଠା ଦୋକାନୀଙ୍କୁ ହତ୍ୟା କରିବା ପାଇଁ ୪୦ ହଜାର ଟଙ୍କା ଲେଖାଏଁ ସୁପାରି ନେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ଦୁଇ ଅଭିଯୁକ୍ତଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଖଣ୍ଡା ଏବଂ ବାଇକ ଜବତ କରିଛି ସ୍ପେସାଲ ସ୍କ୍ବାଡ‌। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ‌ ୮ଜଣଙ୍କୁ ଗିରଫ କରିସାରିଲାଣି ପୁଲିସ। ଏହି ଘଟଣାରେ ଆଗରୁ ୬ଜଣଙ୍କୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ, ସୁପାରି କିଲର‌ଙ୍କ ସନ୍ଧାନରେ କମିସନରେଟ୍‌ ପୁଲିସ୍‌ର ସ୍ପେସାଲ ସ୍କ୍ବାଡ‌ ବ୍ରହ୍ମପୁରରେ ପହଞ୍ଚିଥିଲା। ସ୍କ୍ବାଡ‌ର ଦୁଇଟି ଟିମ‌ ସ୍ଥାନୀୟ ପୁଲିସ‌ ସହାୟତାରେ ଅପରାଧୀମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲା। ସୁପାରି କିଲର ଦୁଇଜଣ ନୁହନ୍ତି, ବରଂ ୩ଜଣ ବୋଲି ଜଣାପଡ଼ିଥିଲା। ଜଣେ ମାଷ୍ଟରମାଇଣ୍ଡ ଥିବା ବେଳେ ଅନ୍ୟ ଦୁଇଜଣ ତା’ ପାଇଁ କାମ କରନ୍ତି ବୋଲି ପୁଲିସ ଜାଣିବାକୁ ପାଇଥିଲା। ପୂର୍ବରୁ ରାଜ୍ୟ ବାହାରେ ମଧ୍ୟ ସେମାନେ ଟଙ୍କା ନେଇ ହତ୍ୟା‌କାଣ୍ଡ କରୁଥିବା ପୁଲିସ‌ ସୁରାକ‌ ପାଇଥିଲା। ଭୁବନେଶ୍ବର, ପୁରୀ ଓ ଗଞ୍ଜାମ ଜିଲ୍ଲା ସମେତ ଝାଡ଼ଖଣ୍ଡରେ ମଧ୍ୟ ଏହି ଗୋଷ୍ଠୀ ଏଭଳି କାଣ୍ଡ ଘଟାଉଥିବା ଜଣାପଡ଼ିଥିଲା।

Share Now:

Kalinga News Beuro

Next Post

ଦେଶରେ ବେରୋଜଗାରଙ୍କ ବାସ୍ତବ ସଂଖ୍ୟା ‌ଖୋଜିବେ କେନ୍ଦ୍ର ସରକାର

Mon Oct 12 , 2020
ନୂଆଦିଲ୍ଲୀ: ଦେଶରେ ବେରୋଜଗାରଙ୍କ ବାସ୍ତବ ସଂଖ୍ୟା ଖୋଜି ବାହାର କରିବା ଲାଗି କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏହି ବିଶେଷଜ୍ଞ କମିଟିରେ ଅଧ୍ୟକ୍ଷତା କରିବେ କୋଲ୍‌କାତା ବିଶ୍ବବିଦ୍ୟାଳୟର ପ୍ରଫେସର ଏସ୍‌. ପି. ମୁଖାର୍ଜୀ। ଏହି କମିଟିରେ ଅର୍ଥଶାସ୍ତ୍ରୀ ଓ ପରିସଂଖ୍ୟାନବିତ୍‌ ମଧ୍ୟ ରହିବେ। ଏହି ବିଶେଷଜ୍ଞ କମିଟିର ସର୍ଭେ ରିପୋର୍ଟ ଅନୁସାରେ ରୋଜଗାରର ନୂଆ ଯୋଜନା ପ୍ରସ୍ତୁତି କରାଯାଇ ତାହାକୁ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ […]
ବେରୋଜଗାରଙ୍କ ବାସ୍ତବ ସଂଖ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial