ଏଫଏଟିଏଫ୍‌ ଧୂସର ତାଲିକାରେ ପାକିସ୍ତାନର: ଗୁରୁତର ହେବ ଆର୍ଥିକ ସ୍ଥିତି

ପାକିସ୍ତାନର ଆର୍ଥିକ ସ୍ଥିତି ଆହୁରି ଗୁରୁତର

ପ୍ୟାରିସ : ଅନ୍ତର୍ଜାତୀୟ ସ୍ତରରେ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ଧୂସର ତାଲିକାରେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି। ତେବେ ପାକିସ୍ତାନ ଏବେ ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ପୁଣି ଥରେ ଧୂସର ତାଲିକାରେ ରହିବା ପାକିସ୍ତାନ ପାଇଁ ଆହୁରି ବିପଦ ଟାଣିଆଣିବ। କାରଣ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଋଣ ପାଇବା ସହଜ ହେବ ନାହିଁ। ଏବେ ପାକିସ୍ତାନ ଋଣଗସ୍ତ ହୋଇପଡ଼ିଥିବାବେଳେ ଆଗକୁ ନିଜ ଋଣର ସୁଧ ପରିଶୋଧ କରିବାକୁ ମଧ୍ୟ ସକ୍ଷମ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୭ଟି କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏଫଏଟିଏଫ ଗତ ବର୍ଷ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ପାକିସ୍ତାନ ୨୧ଟି କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମଧ୍ୟ ଅବଶିଷ୍ଠ ୬ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଫଳ ହୋଇଥିବାରୁ ଏପରି ନିଷ୍ପତ୍ତି ନେଇଛି ଏଫଏଟିଏଫ। ଏଫଏଟିଏଫର ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ଏହାର ଅଧ୍ୟକ୍ଷ ମାର୍କସ ପ୍ଲେୟେର। ଏଥର ପାକିସ୍ତାନକୁ ସାଉଦି ଆରବ ମଧ୍ୟ ଭୋଟ ଦେଇନଥିବା କୁହାଯାଉଛି। ପାକିସ୍ତାନକୁ କଳା ତାଲକାଭୁକ୍ତ କରିବାକୁ ଭାରତ କୂଟନୈତିକ ସ୍ତରରେ ଉଦ୍ୟମ କରିଆସୁଥିଲା। ପାକିସ୍ତାନ କଳାତାଲିକାରେ ନରହିଲେ ମଧ୍ୟ ଧୂସର ତାଲିକାରେ ରହିବା ମଧ୍ୟ ଭାରତ ପାଇଁ ଏକ କୂଟନୈତିକ ବିଜୟ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ପ୍ରତିଶୃତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନ ଏଫଏଟିଏଫ ଗତ ୨୦୧୮ରୁ ଗ୍ରେ (ଧୂଷର) ତାଲିକାରେ ରଖିଛି। ଗତ ବର୍ଷ ଅକ୍ଟୋବର ମାସରେ ହୋଇଥିବା ଏଫଏଟିଏଫ ପ୍ଲାନେରୀ ବୈଠକରେ ମଧ୍ୟ ଏହି ଗ୍ରେ ମାନ୍ୟତାକୁ ବଜାୟ ରଖାଯାଇଥିଲା ଓ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚଳିତ ବର୍ଷ ଫେବୃଆରୀ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା।

Share Now:

Kalinga News Beuro

Next Post

୨୦୨୧ ଜୁନ ସୁଦ୍ଧା ବଜାରକୁ ଆସିବ କୋଭାକ୍ସିନ ଟିକା : ଭାରତ ବାୟୋଟେକ୍

Sat Oct 24 , 2020
ହାଇଦ୍ରାବାଦ : କରୋନା ଟିକା କୋଭାକ୍ସିନ ପ୍ରସ୍ତୁତ କରୁଥିବା କମ୍ପାନି ଭାରତ ବାୟୋଟେକ କହିଛି ଯେ ଆସନ୍ତା ବର୍ଷ ଜୁନ ସୁଦ୍ଧା ଏହି ଟିକା ବଜାରକୁ ଆସିବ। କୋଭାକ୍ସିନର ୩ୟ ଅର୍ଥାତ ବିଳମ୍ବିତ ପର୍ଯ୍ୟାୟ ପରୀକ୍ଷଣ ପାଇଁ କମ୍ପାନିକୁ ନିକଟରେ ଅନୁମତି ମିଳିଥିଲା। ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ଜୁନ ସୁଦ୍ଧା ଏହି ଟିକା ଲୋକଙ୍କୁ ଦେବା ପାଇଁ ପ୍ରସ୍ତୁତ ହୋଇଯାଇଥିବ। ତେବେ ଯଦି […]
୨୦୨୧ ଜୁନ ସୁଦ୍ଧା ବଜାରକୁ ଆସିବ କୋଭାକ୍ସିନ ଟିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial