ଡେଙ୍ଗୁ ସଂକ୍ରମଣକୁ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା

ଡେଙ୍ଗୁ ସଂକ୍ରମଣକୁ ନେଇ ସ୍ବାସ୍ଥ୍ୟ ବିଭାଗର ତତ୍ପରତା

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ସଂକ୍ରମଣକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ସୂଚନା ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। ବିଗତ ୫ବର୍ଷ ଭିତରେ ଯେଉଁ ଯେଉଁ ଅଞ୍ଚଳ ଡେଙ୍ଗୁ ହଟ୍‌ଟ୍ପଟ୍ ରହିଥିଲା ତାହାକୁ କୀଟତତ୍ତ୍ୱବିତ୍‌ଙ୍କ ଦ୍ୱାରା ଅନୁଶୀଳନ କରି ମ୍ୟାପିଂ କରିବା ଓ ସର୍ବେକ୍ଷଣ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ମର୍ମରେ ରାଜ୍ୟ ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିନସରଙ୍କୁ ପତ୍ର ଲେଖିଛନ୍ତି।
ଏଣେ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, ଡେଙ୍ଗୁ ନିୟନ୍ତ୍ରଣକୁ ନେଇ ବିଏମସି ବିଭିନ୍ନ ପଦକ୍ଷେପ ନେଉଛି। ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣରେ ଅଛି। ମଶା ଅଣ୍ଡା ସ୍ଥାନରେ ମଶା ତେଲ ପକାଯାଉଛି। ବର୍ଷା ପାଇଁ ଫଗିଂ ବନ୍ଦ ଥିଲା ଏବେ ପୁଣି ଫଗିଂ କରାଯିବ। ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି। ଶୁଖିଲା ଦିବସ ପାଳନ ହେଉଛି। ବର୍ତ୍ତମାନ ଟାୟାର ଲୀଫ୍ଟଟିଂ ଆରମ୍ଭ ହେବ। ପାର୍କମାନଙ୍କରେ ଗଛଲତା ବଢ଼ିଗଲେଣି। ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ପାର୍କ ମେଣ୍ଟେନାନ୍ସ ଦାୟିତ୍ୱ ଦିଆଯାଇଥିଲା। ସେମାନେ ଠିକରେ ଦାୟିତ୍ଵ କରିପାରୁନଥିବା ଅଭିଯୋଗ ଆସିଛି। ବିଏମସି ଏନେଇ ନିଜେ ପଦକ୍ଷେପ ନେବ। ବୁଶ କଟିଂ କରାଯାଉଛି। ବର୍ଷା ଯୋଗୁଁ ଗଛ, ଘାସ ଜଲଦି ବଢିଯାଉଛି। ହେଲେ ବିଏମସି ଡେଙ୍ଗୁ ଓ ମଶା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛି।

Share Now:

Kalinga News Beuro

Next Post

ବିରାଟଙ୍କ ପବ୍‌ ବିରୋଧରେ ମାମଲା ରୁଜୁ

Tue Jul 9 , 2024
ବେଙ୍ଗାଲୁରୁ: ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଚାଲୁଥିବା ଅଭିଯୋଗରେ ବେଙ୍ଗାଲୁରୁ ପୁଲିସ ଏମ୍‌ଜି ରୋଡ୍‌ରେ କ୍ରିକେଟ୍‌ ତାରକା ବିରାଟ କୋହଲିଙ୍କ ନାମରେ ଥିବା ୱାନ୍‌୮ କମ୍ୟୁନ୍‌ ପବ୍‌ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିଛି। ଡିସିପି ସେଣ୍ଟ୍ରାଲ ଅନୁଯାୟୀ, ପବ୍ ଗୁଡିକୁ ରାତି ୧ଟା ପର୍ଯ୍ୟନ୍ତ ଖୋଲିବାର ଅନୁମତି ରହିଥିବା ବେଳେ ଏହା ୧.୩୦ ପର୍ଯ୍ୟନ୍ତ ଖୋଲା ରହିଥିଲା। ବିଳମ୍ବିତ ରାତିରେ ଉକ୍ତ ଅଞ୍ଚଳରେ ଉଚ୍ଚ ସ୍ୱର ବଜାଯାଉଥିବା ଅଭିଯୋଗ ହେବା […]
ବିରାଟଙ୍କ ପବ୍‌ ବିରୋଧରେ ରୁଜୁ ହେଲା ମାମଲା

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial