ତେଲଅଭିବକୁ ସମସ୍ତ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଏୟାର ଇଣ୍ଡିଆ ଇସ୍ରାଏଲକୁ ବିମାନ ଉଡ଼ାଣକୁ ବାତିଲ କରିଦେଇଛି। ଶୁକ୍ରବାର ଦିନ ବିମାନ କମ୍ପାନୀ ସୂଚନା ଦେଇଛି ଯେ ଅଗଷ୍ଟ ୮ ପର୍ଯ୍ୟନ୍ତ ସମସ୍ତ ବିମାନ ବାତିଲ କରାଯାଇଛି। କମ୍ପାନୀ କହିଛି ଯେ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା, ତେଣୁ ଇସ୍ରାଏଲର ତେଲଅଭିବକୁ ସମସ୍ତ ଉଡ଼ାଣକୁ ବାତିଲ କରାଯାଇଛି। ବାସ୍ତବରେ ହମାସର ‌ଶୀର୍ଷ ନେତା ଇସ୍ମାଇଲ ହାନିୟେହକୁ ତେହରାନରେ ନିପାତ କରାଯାଇଥିବା ନେଇ ଇରାନ ଏବଂ ହମାସ ଦ୍ବାରା ଘୋଷଣା କରାଯାଇଥିଲା। ହାନିୟେହ ପରେ ହମାସ ସାମରିକ ମୁଖ୍ୟ ମହମ୍ମଦ ଡିଫ୍‌କୁ ବିମାନ ଆକ୍ରମଣ କରି ନିପାତ କରାଯାଇଛି। ତେହେରାନରେ ହମାସ ମୁଖ୍ୟ ଇସମାଇଲ ହାନିୟେହର ମୃତ୍ୟୁ ପରେ ଇରାନ ଖୋଲାଖୋଲି ଭାବେ ଇସ୍ରାଏଲକୁ ଚେତାବନୀ ଦେଇଛି।
ଇରାନର ଚେତାବନୀ ପରେ ମଧ୍ୟ ଏସିଆ ଅଞ୍ଚଳରେ ପରିସ୍ଥିତି ତିକ୍ତ ହୋଇ ରହିଛି। ଗତ ବର୍ଷ ଅକ୍ଟୋବର ୭ରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅନ୍ୟପଟେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଯୁଦ୍ଧ ଆଶଙ୍କା କରି ଭାରତ ଲେବାନନରେ ରହୁଥିବା ନିଜ ନାଗରିକମାନଙ୍କୁ ସତର୍କ ସୂଚନା ଜାରି କରିଥିଲା। ଇସ୍ରାଏଲ ଏବଂ ଉଗ୍ରବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଲେବାନନର ରାଜଧାନୀ ବେରୁତରେ ଥିବା ଭାରତୀୟ ଦୂତାବାସ ଗୁରୁବାର ଭାରତୀୟ ନାଗରିକମାନଙ୍କୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ପଶ୍ଚିମ ଏସୀୟ ଦେଶକୁ ଯାତ୍ରା ନ କରିବାକୁ ଏବଂ ଉକ୍ତ ଦେଶ ଛାଡିବାକୁ କଡ଼ା ପରାମର୍ଶ ଜାରି କରିଥିଲା। ଉଲ୍ଲେଖ ଥାଉ କି ଗତ ବର୍ଷ ଅକ୍ଟୋବର ୮ ତାରିଖରୁ ଇସ୍ରାଏଲ-ଲେବାନନ ସୀମାରେ ଇସ୍ରାଏଲ ସେନା ଓ ହିଜବୁଲ୍ଲାଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ଇସ୍ରାଏଲ ମଙ୍ଗଳବାର ଦକ୍ଷିଣ ବେରୁତରେ ହିଜବୁଲ୍ଲାର ଶୀର୍ଷ ସାମରିକ କମାଣ୍ଡର ଫୁଆଦ ଶୁକ୍ରକୁ ହତ୍ୟା କରିଥିବା ନିଶ୍ଚିତ କରିଥିଲା।

Share Now:

Kalinga News Beuro

Next Post

ତଳେବସି ପଢ଼ୁଛନ୍ତି ପିଲା : ସ୍କୁଲହତାରେ ମଶା,ସାପ ଭୟ

Fri Aug 2 , 2024
ଜଟଣୀ: ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟଗୁଡ଼ିକର ଉନ୍ନତୀକରଣ ସହ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଥିବା ଦାବି କରାଯାଉଛି। ତେବେ ଏ ଦାବି ଓ ପ୍ରକୃତ ସ୍ଥିତି ଭିତରେ କେତେ ଫରକ୍‌, ଜଟଣୀ ବ୍ଲକ ଅନ୍ତର୍ଗତ ରଥୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦେଖିଲେ ଜଣାପଡ଼େ। ଏଠାକାର ଛାତ୍ରଛାତ୍ରୀମାନେ ଏଯାଏ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏବେ ଯେକେହି ଗଲେ ଦେଖିପାରିବେ ଯେ ଖରାଛୁଟି ପରେ ସ୍କୁୂଲ ଖୋଲିଥିଲେ ମଧ୍ୟ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial