ଭାରତ-ଜାପାନ ମିଳିତ ଚନ୍ଦ୍ର ଅଭିଯାନ:ଲ୍ୟାଣ୍ଡ୍‌ର ଟେକ୍ନୋଲୋଜିର ନେତୃତ୍ୱ ନେବ ‘ଇସ୍ରୋ’

ବେଙ୍ଗାଲୁରୁ: ଭାରତ ଓ ଜାପାନ ଆରମ୍ଭ କରିବାକୁ ଯାଉଛନ୍ତି ମିଳିତ ଚନ୍ଦ୍ର ଅଭିଯାନ ‘ଲୁନାର୍ ପୋଲାର୍ ‌ଏକ୍ସପ୍ଲୋରେସନ୍’ (ଏଲ୍‌ପିଇ)। ପ୍ରଥମ ଥର ପାଇଁ ଏହି ଅଭିଯାନରେ ଚନ୍ଦ୍ର ପୃଷ୍ଠରେ ଉଭୟ ଦେଶ ଏକ ଲ୍ୟାଣ୍ଡର୍ ଅବତରଣ କରାଇବେ ବ‌ୋଲି ଆଶା କରୁଛନ୍ତି। ଏହି ଲ୍ୟାଣ୍ଡର୍‌ ନିର୍ମାଣରେ ନେତୃତ୍ୱ ଗ୍ରହଣ କରୁଛି ଭାରତର ‘ଇସ୍ରୋ’। ଜାପାନର ମହାକାଶ ଏଜେନ୍‌ସି ‘ଜାକ୍ସା’ ସେୟାର୍ କରିଥିବା ବିବରଣୀ ଅନୁସାରେ, ୨୦୨୩ ପରେ ଏହି ଅଭିଯାନ ଆରମ୍ଭ ହେବ ଏବଂ ଏଥିପାଇଁ ‘ଇସ୍ରୋ’ ଲ୍ୟାଣ୍ଡର୍ ଓ ରୋଭର୍ ନିର୍ମାଣ କରିବ। ‘ଜାକ୍ସା’ ପ୍ରସ୍ତୁତ କରିଥିବା ନକ୍ସାରୁ ଜଣାପଡୁଛି ଜାପାନୀମାନେ ସାମଗ୍ରିକ ଲ୍ୟାଣ୍ଡିଙ୍ଗ୍ ମୋଡୁଲ୍ ଏବଂ ରୋଭର୍ ନିର୍ମାଣ କରିବେ। ‘ଇସ୍ରୋ’ ଲ୍ୟାଣ୍ଡର୍ ସିଷ୍ଟମ୍ ବିକାଶ କରିବ। ଏହି ଅଭିଯାନ ଜାପାନରୁ ଆରମ୍ଭ ହେବ। ଏଥିପାଇଁ ଲଞ୍ଚ୍‌ ଭେଇକ୍ଲ୍ ଏଚ୍୩ ରକେଟ୍ ନିର୍ମାଣ କରୁଛି ମିତ୍‌ସୁବିସି ହେଭି ଇଣ୍ଡଷ୍ଟ୍ରିଜ୍। ୨୦୧୭ ମସିହାରେ ବେଙ୍ଗାଲୁରୁ ଠାରେ ‘ମଲ୍‌ଟି ସ୍ପେସ୍ ଏଜେନ୍‌ସିଜ୍’ଙ୍କ ବୈଠକରେ ଏହାର ପରିକଳ୍ପନା କରାଯାଇଥିଲା। ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜାପାନ ଗସ୍ତ ସମୟରେ ଏହି ଅଭିଯାନ ଉଭୟ ଦେଶର ସରକାରୀସ୍ତରୀୟ ଆଲୋଚନାରେ ସାମିଲ ହୋଇଥିଲା।

Share Now:

Kalinga News Beuro

Next Post

ଗୋଲାପି ହେଉଛି ୫୬ ହଜାର ବର୍ଷର ପୁରୁଣା ହ୍ରଦ

Sat Jun 13 , 2020
ନାଗପୁର: ଗତ କିଛି ଦିନ ହେଲା ମହାରାଷ୍ଟ୍ରର ବୁଲଧାନା ଜିଲ୍ଲା ଅନ୍ତର୍ଗତ ଲୋନାର୍ କ୍ରାଟର ଅଭୟାରଣ୍ୟ ହ୍ରଦ ନିଜର ରଙ୍ଗ ବଦଳାଇ ଗୋଲାପି ରୂପ ନେବା ସମସ୍ତଙ୍କୁ ବିସ୍ମିତ କରିଛି। ଦୀର୍ଘ ୫୬ ହଜାର ବର୍ଷର ଏହି ପୁରୁଣା ହ୍ରଦ ଏପରି ହଠାତ୍ ରଙ୍ଗ ପରିବର୍ତ୍ତନ କରିବାର କାରଣ ସମ୍ପ୍ରତି ପରିବେଶବିତ୍, ପ୍ରକୃତିପ୍ରେମୀ, ସାମାଜିକ ଗଣମାଧ୍ୟମ ଓ ବନବିଭାଗ ପାଇଁ ପ୍ରମୁଖ ଆଲୋଚ୍ୟ ବିଷୟ ହୋଇଛି। ସୂଚନା ଥାଉ କି, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial