ମନମୋହନ ଆଣିଲେ ସଙ୍ଗୀନ ଅଭିଯୋଗ: କହିଲେ, କଂଗ୍ରେସକୁ ଏମିତି ଭାଷାରେ ଧମକାଉଛନ୍ତି ମୋଦି

ନୂଆଦିଲ୍ଲୀ: କଂଗ୍ରେସକୁ ଧମକାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏମିତି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ଏନେଇ ମନମୋହନ ସିଂଙ୍କ ସହ ଅନ୍ୟ କଂଗ୍ରେସ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ କର୍ଣ୍ଣାଟକ ନିର୍ବାଚନ ଅବସରରେ ମୋଦିଙ୍କ କେତେକ ଭାଷଣକୁ ନେଇ ଆପତ୍ତି ଉଠାଇଉଛନ୍ତି ମନମୋହନ। ଗତ ୬ ତାରିଖରେ ମୋଦି ଦେଇଥିବା ଭାଷଣରେ କହିଥିଲେ ଯେ କଂଗ୍ରେସର ନେତାମାନେ କାନ ଖୋଲିକି ଶୁଣି ରଖ , ଯଦି ତୁମେ ସୀମା ଉଲ୍ଲଂଘନ କର ତେବେ ଇଏ ହେଉଛନ୍ତି ମୋଦି ‘ଲେନେ କେ ଦେନେ ପଡ଼ ଜାଏଁଗେଁ’।
ପରୋକ୍ଷରେ କହିବାକୁ ଗଲେ ‘ପରିସ୍ଥିତି ଭୟଙ୍କର ହେବ’। କଂଗ୍ରେସରେ ଅଭିଯୋଗ ଅନୁଯାୟୀ ମୋଦି ସାମ୍ବିଧାନିକ ପଦବୀରେ ରହି ନିଜ ମର୍ଯ୍ୟାଦାକୁ ଉଲ୍ଲଂଘନ କରିଛନ୍ତି। ଚିଠିରେ ସିଧାସଳଖ ଉଲ୍ଲେଖ ଅଛି ଯେ, ମୋଦି କଂଗ୍ରେସକୁ ଧମକାଉଛନ୍ତି। ସୋମବାର କଂଗ୍ରେସ ପକ୍ଷରୁ ଏ ସମ୍ପର୍କରେ ରାଷ୍ଟ୍ରପତି କୋବିନ୍ଦଙ୍କ ନିକଟକୁ ଏହି ଚିଠି ଲେଖାଯାଇଛି। ପ୍ରଧାନମନ୍ତ୍ରୀ କାହାରି ବିରୋଧରେ ଏମିତି ଭାଷା ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି ଚିଠିରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକର ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ ୟେଦୁରପାଙ୍କ ବିରୋଧରେ କଂଗ୍ରେସ ଦୁର୍ନୀତି ଅଭିଯୋଗ ଆଣିବା ସହ ବଂଶବୁନିଆଦି କଥା କହି ଟାର୍ଗେଟ କରିଥିଲା। ଜବାବରେ ମୋଦି ନ୍ୟାଶନାଲ ହେରାଲ୍ଡ ମାମଲା କଥା ମନେ ପକାଇଦେଇଥିଲେ। ଯେଉଁ ଦୁର୍ନୀତିମାମଲାରେ ସୋନିଆଗାନ୍ଧୀ ଓ ପୁଅ ରାହୁଲ ଗାନ୍ଧୀ ଏବେ ଜାମିନରେ ଅଛନ୍ତି। ମୋଦି କହିଥିଲେ ଯେ ଏମିତି ପାର୍ଟି ଯାହାର ମୁଖ୍ୟ ଏବେ ଜାମିନରେ ଅଛନ୍ତି, ସେମାନେ ପୁଣି ଆମକୁ ପ୍ରଶ୍ନ ପଚାରୁଛନ୍ତି।

Share Now:

Kalinga News Beuro

Leave a Reply

Next Post

୧୯ ଦିନ ପରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

Mon May 14 , 2018
ନୂଆଦିଲ୍ଲୀ: ବୋଧହୁଏ କର୍ଣ୍ଣାଟକ ନିର୍ବାଚନ ଶେଷହେବା ପର୍ଯ୍ୟନ୍ତ ତେଲ କମ୍ପାନିମାନେ ଅପେକ୍ଷା କରିଥିଲେ । ବିଶ୍ୱ ବଜାରରେ ତେଲ ଦର ବଢିଚାଲିଥିଲେ ମଧ୍ୟ ଗତ ୧୯ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢି ନଥିଲା । ଏବେ ନିର୍ବାଚନ ସରିବା ପରେ ଆଜି ପେଟ୍ରୋଲ ଓ ଡିଜେଲ ଦର ବଢିଛି । ପେଟ୍ରୋଲ ଲିଟର ପିଛା ୧୭ ପଇସା ଓ ଡିଜେଲ ୨୧ ପଇସା ବଢିଛି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial