ଭିକ ମାଗି ମାଙ୍କ ’ଶୁଦ୍ଧିକ୍ରିୟା କଲା ନାବାଳକ : ହରିଶ୍ଚନ୍ଦ୍ର ଯୋଜନା କାହାପାଇଁ ?

ଭିକ ମାଗି ମାଙ୍କ ’ଶୁଦ୍ଧିକ୍ରିୟା କଲା ନାବାଳକ

ରାଜନଗର: ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତ ଚମ୍ପାଦିଆ ଗାଁର ଅସହାୟ, ବେସାହାରା ବାଳକ ଭାଗବତ ଦାସ (୧୪)ଙ୍କୁ ସହାୟତା ମିଳିଛି। ଭାଗବତଙ୍କ ବାପା ଗୁରୁବାରି ଦାସ (୪୫)ଙ୍କ ୨ ବର୍ଷ ତଳେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଥିଲା। ଗତ ୧ ତାରିଖ ଦିନ ମା’ ଉଲି ଦାସ (୪୩) ବି ଆଖି ବୁଜି‌ଦେଲେ। ଜ୍ୱରରେ ପଡି ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଭିକ ମାଗି ଓ ଗ୍ରାମବାସୀଙ୍କ ସହଯୋଗରେ ଭାଗବତ ମା’ଙ୍କ ଦଶାହ ଓ ଏକାଦଶାହ କର୍ମ କରୁଛନ୍ତି। ସରକାର ହରିଶ୍ଚନ୍ଦ୍ର ଯୋଜନା କରିଥିଲେ ମଧ୍ୟ ଏଭଳି ଅସହାୟ ନାବାଳକକୁ ଶବ ସତ୍କାର ପାଇଁ ସହାୟତା ଦିଆଯାଇ ନ ଥିଲା। ଏ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। ଭାବଗତଙ୍କ ପାଇଁ ସବୁଠୁ ସମବେଦନାର ସୁଅ ଛୁଟୁଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ ଘଟଣାକୁ ଗୁରୁତର ସହ ନେଇଛନ୍ତି। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଶୁଦ୍ଧି କ୍ରିୟାପାଇଁ ୧୦ହଜାର ଟଙ୍କା ଯୋଗାଇ ଦେଇଛନ୍ତି। କରେଡାଗଡ ସର୍କଲର ରାଜସ୍ବ ନିରୀକ୍ଷକ ଦୀପକ ବେହେରା ଭାଗବତଙ୍କୁ ଭେଟି ଏହି ସହାୟତା ରାଶି ଯୋଗାଇ ଦେଇଛନ୍ତି। ଉଲିଙ୍କ ମୃତ୍ୟୁ ପରେ ପରିବାରରେ କେହି ନଥିବାରୁ ତାଙ୍କ ଶବ ସତ୍କାର ପାଇଁ ଗ୍ରାମବାସୀ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଖବର ଦେଇଥିଲେ। ମାତ୍ର ସରପଞ୍ଚ କି ପଞ୍ଚାୟତ ନିର୍ବାହୀ ଅଧିକାରୀ କର୍ଣ୍ଣପାତ କରି ନ ଥିଲେ।
ଗ୍ରାମବାସୀ ଟଙ୍କା ଆଦାୟ କରି ଉଲିଙ୍କ ଶବ ସତ୍କାର କରିଥିଲେ। ଶବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ସହାୟତା ଠିକ୍ ସମୟରେ ନ ମିଳିବା ସମ୍ପର୍କରେ ଖବର ପ୍ରକାଶ ପାଇଥିଲା। ବିଡିଓଙ୍କ ତାଗିଦା ଯୋଗୁଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଭୁରଞ୍ଜନ ସାହୁ ଭାଗବତଙ୍କୁ ଭେଟି ୨ହଜାର ଟଙ୍କା ହରିଶ୍ଚନ୍ଦ୍ର ସହାୟତା ଯୋଗାଇ ଦେଇଛନ୍ତି। ସେହିପରି ରାଜନଗର ବିଧାୟକ ଧ୍ରୁବ ସାହୁ ଚମ୍ପାଦିଆ ଗାଁରେ ପହଞ୍ଚି ଅନାଥ ଭାଗବତଙ୍କୁ ଭେଟି ସମବେଦନା ଜଣାଇ ଶୁଦ୍ଧିକ୍ରିୟା ପାଇଁ ସହାୟତା ଯୋଗାଇ ଦେଇଛନ୍ତି। ଭାଗବତର ପାଠପଢା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି କେନ୍ଦ୍ରାପଡା ବାଲିଆର ଗୋପବନ୍ଧୁ ଶିକ୍ଷାଶ୍ରମର କର୍ମକର୍ତାମାନେ ୧୫ଶହ ଟଙ୍କା, ଭାଗବତ ପାଠ ପଢୁଥିବା କେରଡାଗଡ ଶ୍ରୀଜଗନ୍ନାଥ ହାଇସ୍କୁଲ ଛାତ୍ରଛାତ୍ରୀ ୭,୮୦୦, କେରେଡ଼ାଗଡ ବଜରଙ୍ଗବାଲି ଗ୍ରୁପ ସଦସ୍ୟମାନେ ୩,୦୦୦ଟଙ୍କାର ସହାୟତା ଯୋଗାଇଦେଇଛନ୍ତି।

Share Now:

Kalinga News Beuro

Next Post

ଗ୍ରାମାଞ୍ଚଳ ଓ ନଗରାଞ୍ଚଳ ସ୍ବାସ୍ଥ୍ୟସେବା ବିକାଶ ପାଇଁ କେନ୍ଦ୍ର ଦେଲା ୮,୪୫୩.୯୨ କୋଟି

Sat Nov 13 , 2021
ଓଡ଼ିଶା ପାଇଁ ମଞ୍ଜୁର ହୋଇଛି ୪୬୧.୭୬୭୩ କୋଟି ଟଙ୍କା ନୂଆଦିଲ୍ଲୀ: ଓଡ଼ିଶା ସମେତ ୧୯ ରାଜ୍ୟର ଗ୍ରାମାଞ୍ଚଳ ଏବଂ ନଗରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥା ନିମନ୍ତେ ସ୍ବାସ୍ଥ୍ୟ କ୍ଷେତ୍ର ମଞ୍ଜୁରି ବାବଦକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ୮,୪୫୩.୯୨ କୋଟି ଟଙ୍କା ରିଲିଜ୍‌ କରିଛି। ପଞ୍ଚଦଶ ଅର୍ଥ କମିସନ୍‌ର ସୁପାରିସ ଆଧାରରେ ଉକ୍ତ ମଞ୍ଜୁରି ରିଲିଜ୍‌ ହୋଇଛି। ସେଥିରୁ ଓଡ଼ିଶା ପାଇଁ ମଞ୍ଜୁର ହୋଇଛି ୪୬୧.୭୬୭୩ କୋଟି ଟଙ୍କା ୨୦୨୧-୨୨ […]
ସ୍ବାସ୍ଥ୍ୟସେବା ବିକାଶ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial