ଗ୍ରାମାଞ୍ଚଳ ଓ ନଗରାଞ୍ଚଳ ସ୍ବାସ୍ଥ୍ୟସେବା ବିକାଶ ପାଇଁ କେନ୍ଦ୍ର ଦେଲା ୮,୪୫୩.୯୨ କୋଟି

ସ୍ବାସ୍ଥ୍ୟସେବା ବିକାଶ

ଓଡ଼ିଶା ପାଇଁ ମଞ୍ଜୁର ହୋଇଛି ୪୬୧.୭୬୭୩ କୋଟି ଟଙ୍କା

ନୂଆଦିଲ୍ଲୀ: ଓଡ଼ିଶା ସମେତ ୧୯ ରାଜ୍ୟର ଗ୍ରାମାଞ୍ଚଳ ଏବଂ ନଗରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥା ନିମନ୍ତେ ସ୍ବାସ୍ଥ୍ୟ କ୍ଷେତ୍ର ମଞ୍ଜୁରି ବାବଦକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ୮,୪୫୩.୯୨ କୋଟି ଟଙ୍କା ରିଲିଜ୍‌ କରିଛି। ପଞ୍ଚଦଶ ଅର୍ଥ କମିସନ୍‌ର ସୁପାରିସ ଆଧାରରେ ଉକ୍ତ ମଞ୍ଜୁରି ରିଲିଜ୍‌ ହୋଇଛି। ସେଥିରୁ ଓଡ଼ିଶା ପାଇଁ ମଞ୍ଜୁର ହୋଇଛି ୪୬୧.୭୬୭୩ କୋଟି ଟଙ୍କା ୨୦୨୧-୨୨ ରୁ ୨୦୨୫-୨୬ ପାଇଁ ‘ପଞ୍ଚଦଶ ଅର୍ଥ କମିସନ୍‌’ ଆଞ୍ଚଳିକ ସ୍ବାୟତ୍ତ ଶାସନ ସଂସ୍ଥାନ ପାଇଁ ସମୁଦାୟ ୪,୨୭,୯୧୧ କୋଟି ଟଙ୍କା ମଞ୍ଜୁର କରିବା ଲାଗି ସୁପାରିସ କରିଥିଲା। ଅନ୍ୟାନ୍ୟ ଖର୍ଚ୍ଚ ସମେତ କମିସନ୍ ସୁପାରିସ କରିଥିବା ସମୁଦାୟ ଅର୍ଥ ମଧ୍ୟରେ ସ୍ବାସ୍ଥ୍ୟ ମଞ୍ଜୁରି ହେଉଛି ୭୦.୦୫୧ କୋଟି ଟଙ୍କା ରହିଛି। ସେଥିରୁ ଗ୍ରାମାଞ୍ଚଳ ପାଇଁ ୪୯,୯୨୮ କୋଟି ଟଙ୍କା ଥିବା ବେଳେ ନଗରାଞ୍ଚଳ ପାଇଁ ରହିଛି ୨୬,୧୨୩ କୋଟି ଟଙ୍କା। ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପ୍ରଥମିକ ସ୍ବାସ୍ଥ୍ୟ ସେବା ସ୍ତରରେ ଥିବା ଗୁରୁତ୍ବପୂର୍ଣ୍ଣ ଅବବ୍ୟସ୍ଥାକୁ ସୁଧାରିବା ନିମନ୍ତେ ଉପରୋକ୍ତ ଆର୍ଥିକ ମଞ୍ଜୁରି ବ୍ୟୟ କରାଯିବ।

Share Now:

Kalinga News Beuro

Next Post

ବିଦ୍ୟାଳୟରେ ତାଲା ପକାଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ଧାରଣା

Sat Nov 13 , 2021
ନରସିଂହପୁର: ଶିକ୍ଷକ ଓ କର୍ମଚାରୀ ପଦବି ପୂରଣ କରିବାକୁ ଦାବି କରି ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ବାଲିଝରୀ ମଦନଗୋପାଳ ହାଇସ୍କୁଲ୍‌ ଫାଟକରେ ତାଲା ପକାଇ ଗତ ୧୦ ତାରିଖରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଦେଇଥିବା ଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଏ ସମ୍ପର୍କରେ ଆଲୋଚନା ପାଇଁ ଆଜି ପୂର୍ବାହ୍ନ ୧୧ଟାରେ ସ୍ଥାନୀୟ ତହସିଲଦାର ଆଲୋକ କୁମାର ଦେହୁରୀ ଧାରଣାସ୍ଥଳରେ ପହଞ୍ଚିଥିଲେ। ଏହି ଅବସରରେ ତହସିଲଦାର ଶ୍ରୀ ଦେହୁରୀ […]
ବିଦ୍ୟାଳୟରେ ତାଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial