ଦେଖୁଦେଖୁ ଭୁଶୁଡ଼ି ପଡ଼ିଲା ମୁଖ୍ୟରାସ୍ତା : ଅଳ୍ପକେ ବର୍ତ୍ତିଗଲେ ଯାତାୟାତ କରୁଥିବା ଯାତ୍ରୀ

ଦେଖୁଦେଖୁ ଭୁଶୁଡ଼ି ପଡ଼ିଲା ମୁଖ୍ୟରାସ୍ତା

ନୂଆଦିଲ୍ଲୀ: ଦିଲ୍ଲୀର ଜନକପୁରୀ ଅଞ୍ଚଳସ୍ଥ ପୋସାଙ୍ଗୀପୁର ଛକ ନିକଟରେ ଥିବା ମୁଖ୍ୟ ସଡ଼କ ବୁଧବାର ସକାଳେ ହଠାତ ଭୁଶୁଡ଼ି ପଡ଼ିଥିଲା। ଯାହାକୁ ଦେଖି ସେହି ରାସ୍ତ ଦେଇ ଯାତାୟାତ କରୁଥିବା ଲୋକେ ଭୟଭୀତ ହୋଇଯାଇଥିଲେ। ଆଉ ପଛକୁ ଫେରି ଚାଲି ଯାଇଥିଲେ। ସୂଚନାଯୋଗ୍ୟ, ଆଜି ସକାଳ ୬ଟା ସମୟରେ ହଠାତ ପୋସାଙ୍ଗୀପୁର ଛକ ନିକଟରେ ଥିବା ମୁଖ୍ୟ ରାସ୍ତା ଭୁଶୁଡ଼ି ପଡ଼ିଥିଲା। ଦେଖୁଦେଖୁ ରାସ୍ତା ୧୦ଫୁଟ ଲମ୍ବା ଓ ୧୦ଫୁଟ ଚଉଡ଼ା ସମେତ ୬ଫୁଟ ଗଭୀର ପର୍ଯ୍ୟନ୍ତ ଗାଢ଼ା ହୋଇଯାଇଥିଲା।
ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ସେହି ରାସ୍ତା ଦେଇ ଯାଉଥିବା କୌଣସି ଯାତ୍ରୀଙ୍କୁ କିଛି ବି ଆଘାତ ପହଞ୍ଚି ନାହିଁ। ଏହି ଘଟଣାକୁ ନେଇ ସ୍ଥାନୀୟ ବିଧାୟକ କହିଛନ୍ତି, ‘ ପିଡବ୍ଲୁଡିର ଏହି ସଡ଼କ। ଯେଉଁଥିପାଇଁ ଦିଲ୍ଲୀ ସରକାର ଦାୟୀ ହେବେ।’ ରାସ୍ତା ତଳୁ ପାଇ ଲାଇନ ଯାଉଛି। ଏହି ପାଇପ ଲାଇପ ଲିକେଜ ହେତୁ ରାସ୍ତା ଏମିତି ଭୁଶୁଡ଼ି ପଡ଼ିଥିବା ଲୋକେ ଅନୁମାନ କରିଛନ୍ତି। ତେବେ ରାସ୍ତା ଏପରି କାହିଁକି ଭୁଶୁଡ଼ି ପଡ଼ିଲା ସେ ନେଇ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରି ନଥିଲା। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଉକ୍ତ ଭୁଶୁଡ଼ି ପଡ଼ିଥିବା ସ୍ଥାନକୁ ଘେରାଉ କରି କିଛିଦୂର ପର୍ଯ୍ୟନ୍ତ ଯାତାୟାତକୁ ବନ୍ଦ କରି ଦେଇଛି।

Share Now:

Kalinga News Beuro

Next Post

ସକ୍ରିୟ ହେଲା ମୌସୁମୀ : ୨୪ ଘଣ୍ଟାରେ ୧୭ ଜିଲ୍ଲାରେ ପ୍ରବଳ ବର୍ଷା

Wed Jul 5 , 2023
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ବାୟୁମଣ୍ଡଳର ୧.୫ କିମି ରୁ ୭.୬ କିଲୋମିଟର ଉଚ୍ଚତା ମଧ୍ୟରେ ସକ୍ରିୟ ରହିଛି। ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକାନରରୁ ବାହାରି ଚୁରୁ, ଗୁନା, ସିଦ୍ଧି, ଅମ୍ବିକାପୁର ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ୱରରୁ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ […]
ସକ୍ରିୟ ହେଲା ମୌସୁମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial