ଭୁବନେଶ୍ୱର : ତ୍ରୟମାସିକ ପତ୍ରିକା ‘ସ୍ମୃତି ସାନ୍ତ୍ୱନା’ର ଏକାଦଶତମ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ସଭାଗୃହରେ ସମ୍ପାଦିକା ସବିତାରାଣୀ ବେହେରାଙ୍କ ଆବାହକତ୍ୱରେ ତା ୨୭/୦୯/୨୦୨୨ରିଖ ସଂନ୍ଧ୍ୟା ୫.୫୦ ସମୟରେ ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ଦ୍ୱୀପ ପ୍ରଜ୍ୱଳନ କରିବା ସହ ଡ. ପ୍ରତିମାରାଣୀ ମିଶ୍ର ଷଡଙ୍ଗୀ ଦେବୀପାଠ କରିଥିଲେ। ମୋନିକା ମହାପାତ୍ର ଓ ଚମକ ଚାନ୍ଦନୀ ଦାସ ପ୍ରମୁଖ ସଙ୍ଗୀତ ଗାନ କରିଥିଲେ। ଡ. ଗିତାଶ୍ରୀ ପ୍ରିୟମ୍ବଦାଙ୍କ ସଞ୍ଚାଳନରେ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ସମିତାରାଣୀଙ୍କ ଗଳ୍ପଗୁଚ୍ଛ, ‘ଅଜଣା ଠିକଣା’ ପାଠକୀୟ ମନ୍ତବ୍ୟ ରଖିଥିଲେ ଡ. ସୁଷମା ମିଶ୍ର। ଉପସ୍ଥିତ ସମସ୍ତ ଅତିଥି ଓଡିଆ ସାହିତ୍ୟରେ ପତ୍ରପତ୍ରିକାର ଭୂମିକା ବିଷୟରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ମୃତି ସାନ୍ତ୍ୱନା ପତ୍ରିକା ପକ୍ଷରୁ ସମାରୋହର ସମ୍ପାଦିକା ଶୈଳରାଣୀ ମିଶ୍ର , କବିି ମିନାକ୍ଷୀ ସିଂ, କବି କମଳା ମିଶ୍ର, କବି କମଳିନୀ ଦେବୀଙ୍କୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଶତାଧିକ କବିଙ୍କ ସମାରୋହରେ ଏକ ସୁନ୍ଦର କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶେଷରେ ଯୋଗଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।
ତ୍ରୟମାସିକ ପତ୍ରିକା ‘ସ୍ମୃତି ସାନ୍ତ୍ୱନା’ର ଏକାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Share Now: