ଦିଲ୍ଲୀ ବିଜେପିର ୟୁ-ଟର୍ନ: ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ଦିଲ୍ଲୀର ପରବର୍ତ୍ତୀ ମେୟର ଆପର ହେବ

ଦିଲ୍ଲୀ ବିଜେପିର ୟୁ-ଟର୍ନ

ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦ୍‌ମୀ ପାର୍ଟି (ଆପ୍) ଦିଲ୍ଲୀ ପୌର ନିର୍ବାଚନରେ ୧୩୪ ଆସନ ଜିତି ଜାତୀୟ ରାଜଧାନୀରେ ବିଜେପିର ୧୫ ବର୍ଷ ଶାସନର ଅନ୍ତ ଘଟାଇଛି। ତେବେ ମେୟର ନିର୍ବାଚନ ପାଇଁ ଦୁଇ ଦଳ ଭିତରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା ଏହା ଉପରେ ନିଜର ବୟାନ ଦେଇଛନ୍ତି। ଆପ୍ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ପରବର୍ତ୍ତୀ ମେୟର ସେମାନଙ୍କ ଦଳରୁ ହେବ ବୋଲି କହିଛନ୍ତି ଆଦେଶ ଗୁପ୍ତା।
ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେଇ ସ୍ପଷ୍ଟ କରିଛନ୍ତି ଯେ, ଆପ୍ ସଂଖ୍ୟାଗରିଷ୍ଠତା ହାସଲ କରିଛି, ପରବର୍ତ୍ତୀ ମେୟର ଆମ୍ ଆଦମୀ ପାର୍ଟିରୁ ହିଁ ହେବେ। ଏମସିଡିରେ ବିଜେପି ଆପର ବିରୋଧୀ ଦଳର ଭୂମିକା ଗ୍ରହଣ କରିବ। ୱାଚଡଗ୍ ପରି ଆମେ ଏମସିଡିରେ କୌଣସି ଦୁର୍ନୀତିକୁ ଅନୁମତି ଦେବୁ ନାହିଁ। ଦିଲ୍ଲୀ ପରିଷ୍କାର ହେବା ଉଚିତ ଏବଂ ଏମସିଡି ଭଲ କାମ କରିବା ଉଚିତ। ଏହା ଆମର ପ୍ରାଥମିକତା ହେବ। ଏହାପୂର୍ବରୁ ସେ କହିଥିଲେ ଯେ ମେୟର କେବଳ ବିଜେପିର ହେବ, କିନ୍ତୁ ବର୍ତ୍ତମାନ ବିଜେପି ଏହି ପ୍ରସଙ୍ଗରେ ୟୁ-ଟର୍ନ ମାରିଛି।

Share Now:

Kalinga News Beuro

Next Post

ରାଜଧାନୀରେ ପୁଲିସ ଉପସ୍ଥିତିରେ ପୁଣି କଙ୍ଗାରୁ କୋର୍ଟ

Fri Dec 9 , 2022
ଭୁବନେଶ୍ୱର: ରାଜଧାନୀରେ ପୁଲିସ ଉପସ୍ଥିତିରେ କଙ୍ଗାରୁ କୋର୍ଟ ଚାଲିଛି। ବରମୁଣ୍ଡା ପାଲାମଣ୍ଡପଠାରେ ଘଟିଛି ଏଭଳି ଘଟଣା। ଏହି ଘଟଣା ପ୍ରଚାରିତ ହେବା ପରେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, କମେଣ୍ଟମରାକୁ ନେଇ ବରମୁଣ୍ଡାରେ ତୁମୁଳକାଣ୍ଡ ଘଟିଥିଲା। ଏହାପରେ ସଭା ମଝିରେ ଦୁଇ ଜଣଙ୍କୁ ଗ୍ରାମବାସୀ ଆଣ୍ଠେଇଥିଲେ। ଗାଁ ସଭା ଆଳରେ ଆଇନକୁ ହାତକୁ ନେଇଥିଲେ ଲୋକେ। ସ୍କୁଲ ପିଲାଙ୍କୁ କମେଣ୍ଟ ମାରିବାକୁ ନେଇ ଦୁଇ ନାବାଳକଙ୍କୁ ଏଭଳି […]
Kangaru Court

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial