ଭାରତରେ ଚିହ୍ନଟ ହେଲା ଓମିକ୍ରନ ଏକ୍ସଇର ପ୍ରଥମ ମାମଲା

ଓମିକ୍ରନ ଏକ୍ସଇ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଲା ‘ସର୍ବାଧିକ ସଂକ୍ରାମକ’

ମୁମ୍ବାଇ : ଓମିକ୍ରନ ଭୁତାଣୁର ନୂଆ ଭାରିଆଣ୍ଟ ବା ପ୍ରଜାତି ଏକ୍ସଇର ପ୍ରଥମ ମାମଲା ଭାରତରେ ଚିହ୍ନଟ ହୋଇଛି। ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଶରୀରରେ ଏହି ଭୁତାଣୁ ଚିହ୍ନଟ ହୋଇଛି ବୋଲି ବିଏମସି (ବୃହତ୍ ମୁମ୍ବାଇ ମହାନଗର ନିଗମ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଏମସି ପକ୍ଷରୁ ସଂଗୃହୀତ ୩୭୬ଟି ନମୁନା ମଧ୍ୟରୁ ଗୋଟିଏ ନମୁନା ଏକ୍ସଇ ପଜିଟିଭ ବାହାରିଥିବା ଜଣାଯାଇଛି। ସେହିପରି କାପା ଭାରିଆଣ୍ଟର ଗୋଟିଏ ମାମଲା ଚିହ୍ନଟ ହୋଇଛି। ୨୩୦ ଜଣ ରୋଗୀ, ଯେଉଁମାନଙ୍କ ନମୁନା ସେରୋ ସର୍ଭେ ପାଇଁ ପଠାଯାଇଥିଲା ସେମାଙ୍କ ମଧ୍ୟରୁ ୨୧ ଜଣ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ସେମାନଙ୍କ ପାଇଁ ଅମ୍ଳଜାନ ଆବଶ୍ୟକ ହୋଇନାହିଁ। ସୂଚନାଯୋଗ୍ୟ ଯେ, ବ୍ରିଟେନରେ ପ୍ରଥମକରି ଚିହ୍ନଟ ହୋଇଥିବା ଓମିକ୍ରନ ଏକ୍ସଇ ଓମିକ୍ରନର ଦୁଇଟି ଭାରିଆଣ୍ଟ-ବିଏ.୧ ଓ ବିଏ.୨ର ମିଶ୍ରଣରୁ ସୃଷ୍ଟି ହୋଇଛି। ବର୍ତ୍ତମାନ ସମଗ୍ର ବିଶ୍ବରେ ଅଳ୍ପ କେତୋଟି ଏକ୍ସଇ ମାମଲା ଦେଖାଦେଇଛି। ତେବେ ଏହା ଓମିକ୍ରନର ସବୁ ଭାରିଆଣ୍ଟ ତୁଳନାରେ ସର୍ବାଧିକ ସଂକ୍ରାମକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି। ବର୍ତ୍ତମାନ ସୁଦ୍ଧା ଜଣାପଡ଼ିଥିବା ସବୁ ଭାରିଆଣ୍ଟ ମଧ୍ୟରୁ ଓମିକ୍ରନ ବିଏ.୨ ଥିଲା ସବୁଠାରୁ ସଂକ୍ରାମକ। କିନ୍ତୁ ଓମିକ୍ରନ ଏକ୍ସଇ ବିଏ.୨ ଠାରୁ ପ୍ରାୟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି।

Share Now:

Kalinga News Beuro

Next Post

ଶ୍ରୀମନ୍ଦିରର ନୂଆ ପ୍ରଶାସକ ଦାୟିତ୍ବରେ ବୀର ବିକ୍ରମ ଯାଦବ

Wed Apr 6 , 2022
ପୁରୀ: ଶ୍ରୀମନ୍ଦିରର ନୂତନ ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ ଅଫିସର ବୀର ବିକ୍ରମ ଯାଦବ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂତନ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଶ୍ରୀ ଯାଦବ ପ୍ରଥମେ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିରର ବିଭିନ୍ନ ଦେବଦେବୀ ମନ୍ଦିର ବୁଲି ଥିଲେ। ପରେ ସେ ଶ୍ରୀମନ୍ଦିର କାର୍ଯ୍ୟଳୟକୁ ଯାଇ ଦାୟିତ୍ୱ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ବୀର ବିକ୍ରମ […]
ଶ୍ରୀମନ୍ଦିରର ନୂତନ ମୁଖ୍ୟ ପ୍ରଶାସକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial