ଡେଲଟା ଭାରିଏଣ୍ଟକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ୟୁରୋପ ଏବଂ ଚୀନରେ ଯେଉଁ ଲହର ହେଉଛି ତାହା ଡେଲଟା ଭାରିଏଣ୍ଟ। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ୟୁରୋପୀୟ ଦେଶରେ ବଢୁଛି ସଂକ୍ରମଣ କିନ୍ତୁ ଆମେ ଆତଙ୍କିତ ହେବାର କିଛି କାରଣ ନାହିଁ। କାହିଁକି ନା ଦ୍ବିତୀୟ ଲହରରେ ଡେଲଟା ଭାରିଏଣ୍ଟକୁ ଆମେ ସାମ୍ନା କରି ସାରିଛେ। ଏହା ବାଦ ଆମର ଇମିନ୍ୟୁଟି ମଧ୍ୟ ଅଧିକ ରହିଛି। ତେଣୁ ଆତଙ୍କିତ ହେବାର ନାହିଁ। ତିନି ମାସ ତଳେ ରୋଗ ପ୍ରତିରୋଧକ କ୍ଷମତା ୭୫ ପ୍ରତିଶତ ଥିଲା। ହେଲେ ଏବେ ବି ଟିକାକରଣ ଚାଲିଛି। ତେଣୁ ରୋଗ ପ୍ରତିରୋଧକ କ୍ଷମତା ବଢୁଛି। ତେବେ ଭାରତ ପାଇଁ ତୃତୀୟ ଲହର ଆଶଙ୍କା ଏବେ ବି କମିନି। ଆମକୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ହେବ।

Share Now:

Kalinga News Beuro

Next Post

ଶଙ୍ଖ ଫୁଙ୍କି ବିଜେଡିର ଗୁଣଗାନ କଲେ ପ୍ରଦୀପ ମାଝୀ

Sat Nov 6 , 2021
ଭୁବନେଶ୍ବର: ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ। ଗତ କିଛି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ପ୍ରଦୀପଙ୍କ ସହିତ ତାଙ୍କର ସମର୍ଥକମାନେ ମଧ୍ୟ ଶୋଭାଯାତ୍ରାରେ ଆସି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ନବରଙ୍ଗପୁର ସହରର ସର୍କିଟ୍ ହାଉସ ଆଗରେ ଥିବା ପଡ଼ିଆରେ ପ୍ରସ୍ତୁତ ମଞ୍ଚରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ […]
ପ୍ରଦୀପ ମାଝୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial