ଶଙ୍ଖ ଫୁଙ୍କି ବିଜେଡିର ଗୁଣଗାନ କଲେ ପ୍ରଦୀପ ମାଝୀ

ପ୍ରଦୀପ ମାଝୀ

ଭୁବନେଶ୍ବର: ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ। ଗତ କିଛି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ପ୍ରଦୀପଙ୍କ ସହିତ ତାଙ୍କର ସମର୍ଥକମାନେ ମଧ୍ୟ ଶୋଭାଯାତ୍ରାରେ ଆସି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ନବରଙ୍ଗପୁର ସହରର ସର୍କିଟ୍ ହାଉସ ଆଗରେ ଥିବା ପଡ଼ିଆରେ ପ୍ରସ୍ତୁତ ମଞ୍ଚରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ନବରଙ୍ଗପୁର ଜିଲ୍ଲାର ବିଧାୟକ ଓ ନେତାମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଜେଡିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମାଝୀ। ପ୍ରଦୀପ ମାଝୀ କହିଛନ୍ତି, ‘ ବିଜେଡିରେ ମିଶିବା ସାମୂହିକ ନିଷ୍ପତ୍ତି। ମୋ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ। ପୂର୍ବରୁ ଲୋକଙ୍କ ପାଇଁ କାମ କରୁଥିଲି ଏବେବି କରିବି। ଦଳ ପରିବର୍ତ୍ତନ ହୋଇଛି ହୃଦୟ ପରିବର୍ତ୍ତନ ହୋଇନି। ପୂର୍ବରୁ ଲୋକଙ୍କ ପାଇଁ ଯେଉଁ ସ୍ୱର ଉଠାଉଥିଲି ଏବେ ବି ତାହା ଜାରି ରହିବ। ମୋ ହୃଦୟ କେବେ ବି ବଦଳିବନି। କଂଗ୍ରେସରେ ରହିଲେ ମୁଁ ମୋ ଅଞ୍ଚଳ ବିକାଶ କରିପାରିବିନି। ତେଣୁ ମୁଁ ବିଜେଡିରେ ଯୋଗ ଦେଇଛି। କୋରାପୁଟର ବିକାଶ ପାଇଁ ସମସ୍ତ ପ୍ରକାର ବଳିଦାନ ଦେବାକୁ ମୁଁ ପ୍ରସ୍ତୁତ ଅଛି। ୮ରୁ ୯ ମାସ ହେବ ଆମେ ସ୍ଥିର କରିସାରିଥିଲୁ ବିଜେଡିରେ ମିଶିବୁ ବୋଲି। ଲୋକଙ୍କ ସ୍ୱର୍ଥରେ ଆଞ୍ଚ ଆସିଲେ ଏନେଇ ସରକାରଙ୍କୁ ଅବଗତ କରାଇବୁ। ଦଳରେ ମୋର କଣ ଭୂମିକା ରହିବ ସେନେଇ ସଭାପତି ନିଷ୍ପତ୍ତି ନେବେ। ବିଜେପିରେ ମିଶିବା ନେଇ ମତେ ଫୋନ ଆସିଥିଲା ହେଲେ ମୁଁ ବିଜେଡିରେ ମିଶିବାକୁ ପସନ୍ଦ କରିଥିଲି। କାରଣ କଂଗ୍ରେସ ଓ ବିଜେଡିର ଆଦର୍ଶ ସମାନ।’ ସେହିପରି ମମିତା ମାମଲା ବିଷୟରେ କହିଛନ୍ତି କି, କୁନ୍ଦୁଲି ଓ ମମିତା ମାମଲା ପୂରା ଭିନ୍ନ। କୁନ୍ଦୁଲିରେ ଅଭିଯୁକ୍ତ ଧରାପଡି ନଥିଲା। ଯେଉଁଥିପାଇଁ ଆମ ମନରେ ଏବେ ବି କ୍ଷୋଭ ରହିଛି। ହେଲେ ମମିତା ମାମଲାକୁ ଏହା ସହ ତୁଳନା କରିବା ଠିକ ନୁହେଁ। କାରଣ ମମିତା ମାମଲାରେ ଅଭିଯୁକ୍ତ ଏବେ କାଠଗଡାରେ ଠିଆ ହୋଇଛି।

Share Now:

Kalinga News Beuro

Next Post

କରୋନା ପରେ ଚାଷୀ ଆତ୍ମହତ୍ୟାକୁ ବଳିଯାଇଛି ବ୍ୟବସାୟୀଙ୍କ ଆତ୍ମହତ୍ୟା

Sat Nov 6 , 2021
ନୂଆଦିଲ୍ଲୀ : ଦେଶରେ କୃଷକ ଆତ୍ମହତ୍ୟା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିବାବେଳେ ଆଉ ଗୋଟିଏ ବର୍ଗର ଆତ୍ମହତ୍ୟା ସଂଖ୍ୟା ଚିନ୍ତାଜନକଭାବେ ବଢିଚାଲିଛି। ସେମାନେ ହେଉଛନ୍ତି ବ୍ୟବସାୟୀ ବର୍ଗ। କୃଷକ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ ଏମାନଙ୍କ ଆତ୍ମହତ୍ୟା ଚର୍ଚ୍ଚାକୁ ଆସେନାହଁ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ପରିସଂଖ୍ୟାନ ଅନୁସାରେ ୨୦୨୦ରେ ବ୍ୟବସାୟୀ ଆତ୍ମହତ୍ୟା ସଂଖ୍ୟା ଚାଷୀ ଆତ୍ମହତ୍ୟା ସଂଖ୍ୟାକୁ ଟପିଯାଇଛି। ଏହି ବର୍ଷ ୧୧୭୧୬ ଜଣ ବ୍ୟବସାୟୀ […]
ବ୍ୟବସାୟୀଙ୍କ ଆତ୍ମହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial