ଲଜ୍ଜ୍ୟା : ୭ ବର୍ଷର ଶିଶୁକୁ ନିର୍ଯାତନା ଦେଲେ ପିଉସୀ

୭ ବର୍ଷର ଶିଶୁକୁ ନିର୍ଯାତନା

କୋଇଲାରେ ଚେଙ୍କ ଦେବା ସହିତ ଝିଆରୀର ଜିଭ କାଟି ଦେଇଥିଲେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଆର.କେ ପୁରମ ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ନିର୍ଯାତନା ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ନର୍ସ ଏବଂ ତାଙ୍କ ସ୍ୱାମୀ ଓ ପୁଅଙ୍କୁ ରୁଡକିରୁ ଗିରଫ କରିଛି। ଆଜି ପୁଲିସ ଉକ୍ତ ଦମ୍ପତି ଓ ପୁଅଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେଇଛି। ଅଭିଯୁକ୍ତ ନର୍ସ ରେଣୁ କୁମାରୀ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ କାମ କରନ୍ତି। ତାଙ୍କ ସ୍ୱାମୀଙ୍କ ନାମ ଆନନ୍ଦ କୁମାର ବୋଲି ଜଣାପଡ଼ିଛି।
ପୁଲିସ ଜାଣିବାକୁ ପାଇଛି ଯେ ରେଣୁ ଯେଉଁ ଶିଶୁକୁ ନିର୍ଯାତନା ଦେଉଥିଲେ, ତାକୁ ସେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ତେବେ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପରେ ‌ରେଣୁ କାହିଁକି ତାକୁ ଏପରି ନିର୍ଯାତନା ଦେଉଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡାକ୍ତରୀ ରିପୋର୍ଟରୁ ଜଣାପଡିଛି ଯେ ନୀରିହ ଶିଶୁ ଶରୀରରେ ୧୮ ରୁ ଅଧିକ ଆଘାତ ଚିହ୍ନ ରହିଛି। ଏମିତି କି ବହୁ ପୁରୁଣା ଆଘାତର ଚିହ୍ନ ବି ରହିଛି। ନର୍ସ ସଂପର୍କରେ ଝିଅର ପିଉସୀ ଲାଗି‌ବେ, କିନ୍ତୁ ସେ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ସ୍କୁଲ ଶିକ୍ଷୟିତ୍ରୀ ଶିଶୁର ଶରୀରରେ ଆଘାତର ଚିହ୍ନ ଦେଖିଥିଲେ, ଏହା ପରେ ଶିକ୍ଷୟିତ୍ରୀ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ପଚରାଉଚରା କରିଥିଲା। ଶିଶୁ ବି ଏତେଦିନ ହେବ ପାଇଥିବା କଷ୍ଟକୁ ପୁଲିସ ସମ୍ମୁଖରେ ଗୋଟିଗୋଟି କରି ସବୁ ବଖାଣି ଦେଇଥିଲା। ଶିଶୁ କହିଥିଲା, ‘ପିଉସୀ ମୋତେ ଆଣିବାର ପ୍ରଥମ ଦିନରୁ ପିଟିବା ଆରମ୍ଭ କରିଥିଲେ। ଡିସେମ୍ବର ଏବଂ ଜାନୁଆରିରେ ଏତେ ଶୀତରେ ରାତିରେ ମୋତେ ଘରର ଛାତ ଏବଂ ବାଲକୋନୀରେ ବିନା ପୋଷାକରେ ଶୋଇବାକୁ କହୁଥିଲେ। ଏମିତି କି କୋଇଲାରେ ନିଆଁ ଲଗାଇ ମୋତେ ଚେଙ୍କ ଦେବା ସହିତ ଛୁରୀରେ ଜିଭ କାଟି ଦେଇଥିଲେ। ଆଉ ସବୁଦିନ ମାଡ଼ ମାରୁଥିଲେ। ଏହା ସେ କାହିଁକି କରୁଥିଲେ ମୁଁ ଜାଣି ନାହିଁ। କିନ୍ତୁ ବହୁତ କଷ୍ଟ ହୋଇଛି।’

Share Now:

Kalinga News Beuro

Next Post

ରସୁଲଗଡ଼ରୁ ଖଣ୍ଡଗିରି ରାଜପଥର ଉନ୍ନତୀକରଣ : ବରମୁଣ୍ଡାରୁ ଖଣ୍ଡଗିରି ନୂଆ ସର୍ଭିସ୍‌ ରୋଡ୍‌

Fri Feb 17 , 2023
ଜବରଦଖଲ ମୁକ୍ତ ହେବ ସତ୍‌ସଙ୍ଗ ବିହାର ରାସ୍ତା ଭୁବନେଶ୍ୱର: ହକି ବିଶ୍ୱକପ୍‌ ପରେ ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀର ବୈଠକ ଆୟୋଜିତ ହେବାକୁ ଯାଉଛି। ଏପ୍ରିଲ ୨୪ରୁ ୨୬ ଓ ମେ ୧୫ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ୨୦ଟି ଦେଶରୁ ପ୍ରତିନିଧିମାନେ ଭୁବନେଶ୍ୱର ଆସିବେ। ସେଥିପାଇଁ ସହରକୁ ସୁନ୍ଦର କରିବାକୁ ପୁଣି ଥରେ ଯୋଜନା ହୋଇଛି। ବିଶେଷକରି ରସୁଲଗଡ଼ରୁ ଖଣ୍ଡଗିରି ଓ ରସୁଲଗଡ଼ରୁ କଳ୍ପନା ପର୍ଯ୍ୟନ୍ତ ରାସ୍ତାକୁ […]
ରସୁଲଗଡ଼ରୁ ଖଣ୍ଡଗିରି ରାଜପଥର ଉନ୍ନତୀକରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial