ଟିମ୍ ଇଣ୍ଡିଆକୁ ଗୁରୁଦକ୍ଷିଣା ମାଗିଲେ ରାହୁଲ ଦ୍ରାବିଡ୍

ବାର୍ବୋଡାସ୍: ଟି-୨୦ ବିଶ୍ୱକପର ଫାଇନାଲରେ ଶନିବାର ବାର୍ବୋଡାସ୍‌ର ବ୍ରିଜ୍‌ଟୋନର କେସିଙ୍ଗଟୋନ୍ ଓଭାଲରେ ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ କୋଚ୍ ରାହୁଲ ଦ୍ରାବିଡ୍ ଗୁରୁଦକ୍ଷିଣା ମାଗିଛନ୍ତି। ଏହି ମ୍ୟାଚ୍ ଭାରତର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କୋଚ୍ ଭାବରେ ଶେଷ ମ୍ୟାଚ୍। ଭାରତୀୟ ଦଳ ମଧ୍ୟ ଏହି ମ୍ୟାଚ୍ ଜିତି ତା’ର କୋଚ୍‌ଙ୍କୁ ଏକ ଫେୱାରୱେଲ ଦେବାକୁ ଚାହୁଁଛି। ରାହୁଲ ଦ୍ରାବିଡ ମଧ୍ୟ ଦଳକୁ ଗୁରୁଦକ୍ଷିଣା ମାଗିଛନ୍ତି।ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଦଳ ୨୦୨୨ ଟି-୨୦ ବିଶ୍ୱକପରେ ସେମିଫାଇନାଲରେ ପ୍ରବେଶ କରିଥିଲେ। ଏହା ପରେ ରାହୁଲ ଦ୍ରାବିଡ ୨୦୨୨ ଦିନିକିଆ ବିଶ୍ୱକପରେ ଭାରତକୁ ଫାଇନାଲକୁ ନେଇଥିଲେ। ୨୦୨୩ ମସିହାରେ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳିଥିଲା। ତେବେ ଉଭୟ ଫାଇନାଲ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।
ଟି-୨୦ ବିଶ୍ୱକପ ୨୦୨୪ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟାଇଟଲ ମ୍ୟାଚ୍ ଖେଳିବେ। ଦ୍ୱିତୀୟ ଥର ପାଇଁ ଭାରତ ଏହି ବିଶ୍ୱକପ ଟାଇଟଲ ଜିତିବାକୁ ପ୍ରୟାସ କରିବ। ଏଥି ସହିତ ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ଥର ପାଇଁ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହୋଇଛି। ଏହି ଫାଇନାଲ ମ୍ୟାଚ୍ ଅନେକ କ୍ଷେତ୍ରରେ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତ ଏକ ବର୍ଷ ମଧ୍ୟରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଏବଂ ଏକଦିବସୀୟ ବିଶ୍ୱକପ୍‌ର ଅନ୍ତିମ ମ୍ୟାଚ୍ ହାରିଛି। ଏଭଳି ପରିସ୍ଥିତିରେ ଗତ ଦୁଇଟି ମ୍ୟାଚ୍‌ର ପରାଜୟକୁ ଭୁଲିଯିବା ଏବଂ କ୍ରିକେଟ୍ ପ୍ରଶଂସକଙ୍କୁ ବିଜୟର ଉପହାର ଦେବାର ସୁଯୋଗ ଟିମ୍ ଇଣ୍ଡିଆ ପାଖରେ ରହିଛି।

Share Now:

Kalinga News Beuro

Next Post

ନାଗେଶ୍ଵର ରାଓଙ୍କ ବିରୋଧରେ ମାନହାନି ମକଦ୍ଦମା କରିବି : ସଞ୍ଜୀବ ମାରିକ୍

Sat Jun 29 , 2024
ଭୁବନେଶ୍ଵର: ନାଗେଶ୍ଵର ରାଓଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ ବୋଲି ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ୍ ସୂଚନା ଦେଇଛନ୍ତି। ଶନିବାର ଆଇପିଏସ ଜମି କେଳେଙ୍କାରୀ ମାମଲାରେ ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ନାଗେଶ୍ଵର ରାଓ ସିଆରପିଏଫ୍ ଆଇଜି ଥିବା ବେଳେ ସେ ଏଡ଼ିଜି ଅପରେସନ ଦାୟିତ୍ୱରେ ଥିଲେ। ସେହି ସମୟରେ ଭୁଲ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial