ନାଗେଶ୍ଵର ରାଓଙ୍କ ବିରୋଧରେ ମାନହାନି ମକଦ୍ଦମା କରିବି : ସଞ୍ଜୀବ ମାରିକ୍

ଭୁବନେଶ୍ଵର: ନାଗେଶ୍ଵର ରାଓଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ ବୋଲି ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ୍ ସୂଚନା ଦେଇଛନ୍ତି। ଶନିବାର ଆଇପିଏସ ଜମି କେଳେଙ୍କାରୀ ମାମଲାରେ ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ନାଗେଶ୍ଵର ରାଓ ସିଆରପିଏଫ୍ ଆଇଜି ଥିବା ବେଳେ ସେ ଏଡ଼ିଜି ଅପରେସନ ଦାୟିତ୍ୱରେ ଥିଲେ। ସେହି ସମୟରେ ଭୁଲ ଭାବେ ସିଆରପିଏଫଙ୍କୁ ନିୟୋଜିତ କରିବା ଯୋଗୁଁ ଜଣେ କମାଣ୍ଡାଣ୍ଟଙ୍କ ମୃତ୍ୟୁ ହୋଇଥିଲା। ସେଥିପାଇଁ ନାଗେଶ୍ୱରଙ୍କ ବିରୋଧରେ ସେ ସମୟରେ ମାରିକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଚିଠି ଲେଖିଥିଲେ। ଏବେ ସେହି ରାଗ ସେ ସୁଝାଉଥିବା ଅଭିଯୋଗ କରିଛନ୍ତି ମାରିକ।
ସେପଟେ ଶ୍ରୀ ମାରିକଙ୍କ କହିବା ଅନୁସାରେ ତାଙ୍କ ପୁଅ ସେଠି ସମସ୍ତ କାଗଜପତ୍ର ଦେଖି ୩ ଗୁଣ୍ଠ ଜମି କିଣିଛନ୍ତି। ସେ କୌଣସି ସରକାରୀ ଜମି କିଣି ନାହାନ୍ତି। ଅପରପକ୍ଷରେ ସେଠି ଜମି କିଣିବା ପାଇଁ ସେ କାହାକୁ ପ୍ରବର୍ତ୍ତାଇ ନଥିବା କହିଛନ୍ତି। ନାଗେଶ୍ଵର ରାଓ ସେଠି ୯ ଲକ୍ଷ ଟଙ୍କାରେ ଜମି କିଣି ୩ ବର୍ଷ ପରେ କୋଟିଏ ଟଙ୍କାରେ ଜମି ବିକ୍ରି କରି ଟଙ୍କା ନେବା ପାଇଁ ଚାହୁଁଥିଲେ। ଯେଉଁଥିପାଇଁ ଜମି ମାଲିକଙ୍କ ସହ ତାଙ୍କର ଏକ ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା। ନାଗେଶ୍ଵର ଜମି ଠକେଇ ଇଓଡବ୍ଲ୍ୟୁରେ ମାମଲା ରୁଜୁ କରିବା ନେଇ କୌଣସି ଖବର ସେ ଜାଣିନଥିଲେ କି କୌଣସି ହସ୍ତକ୍ଷେପ କରିନଥିଲେ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ଅଧ୍ୟାପକଙ୍କୁ ଚୁନା ଲଗାଇଲା ସାଇବର ଠକ : ନେଇଗଲା ୪୦ ହଜାର

Sat Jun 29 , 2024
ଠକାମୀରୁ ଅଳ୍ପକେ ବର୍ତ୍ତିଲେ ୨ କଲେଜ କର୍ମଚାରୀ ବାଲିପାଟଣା : ମୁଁ ବାଲିପାଟଣା ବ୍ଲକରୁ ବିଡିଓ କହୁଛି। ଆପଣଙ୍କ କଲେଜକୁ ମାକ୍ସ ବାବଦରେ ସରକାରଙ୍କ ତରଫରୁ ୪୦ ହଜାର ଟଙ୍କା ଅନୁଦାନ ଆସିଛି। କଲେଜ ଆକାଉଣ୍ଟରେ କୌଣସି ତ୍ରୁଟି ପାଇଁ ବ୍ଲକ ଆକାଉଣ୍ଟରୁ ଟଙ୍କା ଯାଇପାରୁ ନାହିଁ। କଲେଜର ୨/୩ ଜଣ କର୍ମଚାରୀଙ୍କ ଆକାଉଣ୍ଟ ଡିଟେଲସ କିମ୍ବା ୟନୋ ପେ’ ନମ୍ବର ଦିଅନ୍ତୁ ଟଙ୍କା ଛଡ଼ାଯିବ। ସାଇବର ଠକଙ୍କ ଚକ୍ରବ୍ୟୁହରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial