ସିଏମ୍‌ସି କମିସନର୍‌ଙ୍କୁ ଦାବିପତ୍ର ପରେ କାର୍ଯ୍ୟାନୁଷ୍ଠାନ : ଧରାହେଲେ ୨୨ କୁକୁର

ଧରାହେଲେ ୨୨ କୁକୁର

କଟକ: ମହାନଗର ନିଗମ ପକ୍ଷରୁ ଦୀର୍ଘ ଦିନ ପରେ ସହରରେ ବୁଲା କୁକୁର ଧରା କାର୍ଯ୍ୟକ୍ରମ ହୋଇଛି। ସହରରେ ବୁଲା କୁକୁର ବଂଶ ବଢି ଚାଲିଥିବା ବେଳେ ସେମାନଙ୍କୁ ଧରିବାକୁ ବାରମ୍ବାର ଦାବି ହୋଇ ଆସୁଥିଲା। କଲେଜଛକ ପୂଜା କମିଟି ପକ୍ଷରୁ ସ୍ଥାନୀୟ ଅଞ୍ଚଳରୁ କୁକୁର ଧରିବାକୁ କମିସନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ପରେ ଆଜି କୁକୁର ଧରା କାମ ଆରମ୍ଭ ହୋଇଛି। ନିଗମ ତରଫରୁ କଲେଜଛକ, ପୋଷ୍ଟ ଅଫିସ ଛକ, ବମ୍ବେ ହୋଟେଲ, ପିଲିଗ୍ରିମ ରୋଡ, ଷ୍ଟେସନ ବଜାରରୁ ଆଜି ୨୨ଟି କୁକୁରକୁ ଧରାଯାଇ ସାର୍ତ୍ତୋଳସ୍ଥିତ କୁକୁର ବଂଧ୍ୟାକରଣ କେନ୍ଦ୍ରକୁ ପଠାଯାଇଛି। ସହରରେ ବୁଲା କୁକୁରଙ୍କ ସଂଖ୍ୟା ଏବେ ୫୫ ହଜାର ଉପରେ ରହିଛି। କୁକୁର ବଂଶ ବଢି ଚାଲିଥିବା ବେଳେ ସିଏମ୍‌ସି ପକ୍ଷରୁ କୁକୁର ବଂଧ୍ୟାକରଣ କାର୍ଯ୍ୟକ୍ରମ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। କୁକୁର ଧରିବାକୁ ବାରମ୍ବାର ଦାବି ହେଉଥିଲେ ବି ନିଗମ ପକ୍ଷରୁ ଏହାକୁ ଅଣଦେଖା କରାଯାଉ ଥିଲା।

Share Now:

Kalinga News Beuro

Next Post

ରାଜ୍ୟର ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ

Sun Dec 5 , 2021
ଭୁବନେଶ୍ୱର: ଜୱାଦ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ରାଜ୍ୟର ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ନୟାଗଡ଼ରେ ୧୦୭.୫, ଛତ୍ରପୁରରେ ୮୬.୬ ଓ ଭୁବନେଶ୍ୱରରେ ୪୨.୩ ମିମି, ଖୋର୍ଦ୍ଧାର ବାଣପୁରରେ ୮୧, ଗଞ୍ଜାମର ପୋଲସରାରେ ୭୧.୮, ଜଗତସିଂହପୁରରେ ୬୮ ଓ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୬୫ ମିମି ବର୍ଷା ହୋଇଥିବା ଜଣାଯାଇଛି। […]
ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial