କଟକର ବାରବାଟୀରେ ହେବ ଆଇପିଏଲ ମ୍ୟାଚ୍

ଭୁବନେଶ୍ୱର : ନୂଆ ଷ୍ଟାଡିୟମ ନିର୍ମାଣକୁ ନେଇ କଟକର ବାରବାଟୀ ଷ୍ଟାଡିୟମ ଗତକାଲି (ବୁଧବାର) ଚର୍ଚ୍ଚାରେ ଥିବାବେଳେ ଆଜି ପୁଣି ଥରେ ଚର୍ଚ୍ଚାକୁ ଚାଲିଆସିଛି। ବାରବାଟୀରେ ଏବର୍ଷ ଆଇପିଏଲ ମ୍ୟାଚ ହେବାର ସମ୍ଭାବନା ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀ ଷ୍ଟାଡିୟମରେ କେତୋଟି ମ୍ୟାଚ ଖେଳିପାରେ ବୋଲି ଗଣମାଧ୍ୟମ ସୁତ୍ରରୁ ସୂଚନା ମିଳିଛି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ପ୍ରସ୍ତୁତ ନଥିବାରୁ ଦିଲ୍ଲୀର ପ୍ରଥମ କେତୋଟି ମ୍ୟାଚ କଟକରେ କରିବାକୁ ଆୟୋଜକମାନେ ଚିନ୍ତା କରୁଛନ୍ତି। ଅରୁଣ ଜେଟଲି ଷ୍ଟାଡିୟମରେ ମହିଳା ଆଇପିଏଲ ଫାଇନାଲର ଅଳ୍ପ କିଛି ଦିନ ପରେ ପୁରୁଷ ଆଇପିଏଲ ମ୍ୟାଚ ପଡ଼ୁଥିବାରୁ ସେଥିପାଇଁ ଏହି ଷ୍ଟାଡିୟମ ପ୍ରସ୍ତୁତ ହୋଇନଥିବ। ଏଥିପାଇଁ ବାରବାଟୀକୁ ବିକଳ୍ପ ଭେନ୍ୟୁ ଭାବେ ବିଚାର କରାଯାଉଛି। ତେବେ ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ। ତେବେ ବାରବାଟୀରେ ଆଇପିଏଲ ମ୍ୟାଚ ଆୟୋଜନ ହେବା ନୂଆ କଥା ନୁହେଁ। ପୂର୍ବରୁ ଏହି ଷ୍ଟାଡିୟମରେ ବେଶ କେତୋଟି ଆଇପିଏଲ ମ୍ୟାଚ ଆୟୋଜନ ହୋଇସାରିଛି। ୨୦୧୧ରେ ଡେକାନ ଚାର୍ଜର୍ସ ଓ ୨୦୧୪ରେ କିଙ୍ଗସ-୧୧ ପଂଜାବର ଏହା ହୋମ ଗ୍ରାଉଣ୍ଡ ଥିଲା।

Share Now:

Kalinga News Beuro

Next Post

କାଲିଠୁ ଚାଲିବ ନାଟମଣ୍ଡପ ମରାମତି କାମ : ଆଜି ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର

Thu Feb 22 , 2024
ପୁରୀ: ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ ଆସନ୍ତାକାଲି (ଶୁକ୍ରବାର)ଠାରୁ ଆରମ୍ଭ ହେବ। ଏହି ମରାମତି କାମ ନେଇ ଏଏସ୍‌ଆଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। କିନ୍ତୁ ନାଟମଣ୍ଡପ ମରାମତି ପୂର୍ବରୁ ମହାପ୍ରଭୁଙ୍କ ନୀତିରେ ବଡ଼ ବିଭ୍ରାଟ ଦେଖା ଦେଇଛି। ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ ନହେଲେ ନାଟମଣ୍ଡପ ମରାମତି କାର୍ଯ୍ୟ ପ୍ରଭାବିତ ହେବ।ତେବେ ଏହାକୁ ଶୃଙ୍ଖଳିତ କରିବା ପାଇଁ ଘନଘନ ବୈଠକ ବସୁଛି। ଛତିଶାନିଯୋଗ ବୈଠକରେ ଏନେଇ ନୀତି ନିର୍ଘଣ୍ଟ ହୋଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial