ସଚିବ ଚାକିରି ଛାଡ଼ନ୍ତୁ, ରାଜନୀତିକୁ ଆସନ୍ତୁ : ଖୋଲା ଚ୍ୟାଲେଞ୍ଜ ଦେଲେ ସୌମ୍ୟରଞ୍ଜନ

ସଚିବ ଚାକିରି ଛାଡ଼ନ୍ତୁ, ରାଜନୀତିକୁ ଆସନ୍ତୁ

ମନ୍ତ୍ରୀ ପ୍ରତାପ ଦେବ ନିଜକୁ ରାଜା, ଆମକୁ ପ୍ରଜା ଭାବନ୍ତୁ ନାହିଁ

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ‘‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ କୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଏହି ସଂପାଦକୀୟରେ ସୌମ୍ୟରଞ୍ଜନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତର ପ୍ରାସଙ୍ଗିକତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ପ୍ରତି ଗସ୍ତ ଲାଗି ସରକାରୀ ଅର୍ଥରେ ହେଲିକପ୍ଟରର ବ୍ୟବହାର ଉପରେ ମଧ୍ୟ ଚିନ୍ତାପ୍ରକଟ କରିଥିଲେ। ଏହା ପରେ ବିଜେଡି ନେତା ଓ ମନ୍ତ୍ରୀ ସୌମ୍ୟରଞ୍ଜନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଆଜି ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଦଳରେ ଥାଇ ଏପରି ଲେଖିବାକୁ କଡ଼ା ସମାଲୋଚନା କରିବା ସହ ଏହା ବ୍ଲାକମେଲିଂ ଓ ଦଳୀୟ ବିଶୃଙ୍ଖଳା ଭଙ୍ଗ ବୋଲି କହିଥିଲେ। କେବଳ ସେତିକି ନୁହେଁ, ସୌମ୍ୟବାବୁ ଦଳରୁ ବାହାରି ଯାଇ ଏପରି ଲେଖନ୍ତୁ ବୋଲି ପରାମର୍ଶ ଦେଇଥିଲେ। ଆଜି ଏ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ‌ସୌମ୍ୟରଂଜନ କହିଛନ୍ତି, ଯେହେତୁ ବିଜେଡ଼ିକୁ ଭଲ ପାଏ, ଦଳର ଦୋଷ ଦୁର୍ବଳତା ସୁଧାରିବା ଦାୟିତ୍ୱ ଅଛି। ମୁଁ କାହିଁକି ଦଳ ଛାଡ଼ିବି, ସେମାନଙ୍କର ନିଲମ୍ବନ ଅଧିକାର ଅଛି। ସେହିପରି ସୌମ୍ୟ ପଚାରିଛନ୍ତି ଯେ ଦଳୀୟ ଫୋରମ କେଉଁଠି ଅଛି ? ଦଳୀୟ ଫୋରମ ତୃତୀୟ ମହଲାରେ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଦରମା ପାଉଥିବା ସଚିବମାନେ ଦଳୀୟ କାମରେ ମୁଣ୍ଡ ପୁରାଇବା ଅନୁଚିତ। ଜଣେ ଦୁଇଜଣ ଆଇଏଏସ ଅଫିସର ଦଳ ସମ୍ଭାଳିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ସଚିବମାନଙ୍କର ଦଳୀୟ କାର୍ଯ୍ୟକ୍ରମ କରିବାକୁ ଇଚ୍ଛା ଅଛି ତେବେ ଇସ୍ତଫା ଦେଇ ଆସନ୍ତୁ। ଚାକିରି ଛାଡି ରାଜନୀତି କଲେ କୌଣସି ଆପତ୍ତି ନାହିଁ।
ସେହିପରି ପ୍ରତାପ ଦେବଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ସମ୍ପାଦକୀୟ ନେଇ ମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇପାରିବେ ନାହିଁ। ପ୍ରତାପ ଦେବ ରାଜାଘର ଲୋକ, ସମସ୍ତଙ୍କୁ ପ୍ରଜା ବୋଲି ଭାବନ୍ତି। ସୌମ୍ୟଙ୍କ ପୂର୍ବରୁ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଯେ ଗଣତନ୍ତ୍ର ପଦ୍ଧତିରେ ସମସ୍ତେ ମତ ରଖି ପାରିବେ ସେଥିରେ କୌଣସି ଅସୁବିଧା ନାହିଁ। କିନ୍ତୁ ଗଣତନ୍ତ୍ର ପଦ୍ଧତିରେ ଯେତେବେଳେ ଆପଣ ନିର୍ଦ୍ଦିଷ୍ଟ ଦଳରେ ଅଛନ୍ତି ଏବଂ ସେ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି, ଦଳ ବିରୋଧରେ ବା ସରକାରଙ୍କ ବିରୋଧରେ କହିବା ସମ୍ପୂର୍ଣ୍ଣ ଅମୂଳକ। ଏହାକୁ ବ୍ଲାକମେଲ ବୋଲି କୁହାଯିବ। ଯେଉଁ ପ୍ରସଙ୍ଗରେ ସେ ତାଙ୍କ ସମ୍ବାଦପତ୍ରରେ ଲେଖୁଛନ୍ତି ଓ ମତ ମନ୍ତବ୍ୟ ଦେଉଛନ୍ତି ତାହା ଠିକ ନୁହେଁ। ଯଦି ଆପଣଙ୍କ ଭିତରେ କୌଣସି ସେମିତି କଥା ଅଛି ଦଳୀୟ ଫୋରମ ଭିତରେ ଉଠାଇବା ଦରକାର। ନା ଆପଣ ଦଳୀୟ ଫୋରମକୁ ମାନୁ ନାହାନ୍ତି ନା ସେ ବିଷୟରେ ଅବଗତ ନୁହଁନ୍ତି। ତାହାଲେ ଏ ଦଳରେ ରହିବା ଆପଙ୍କର ଅନୁଚିତ। ଘର ଭିତରେ ରହି ଘର ଭିତରୁ ଆଲୋଚନା ସମାଲୋଚନା କରିବା ନିଶ୍ଚିତ ଭାବେ ଅନୁଶାସନ ଭଙ୍ଗ କରୁଛି। ସମ୍ପାଦକୀୟ ଆଳରେ ଦଳ ଭିତରେ ରହି ଦଳର ଅନୁଶାସନ ଭାଙ୍ଗୁଛନ୍ତି। ଯଦି କିଛି କହିବାର ଅଛି ଦଳରୁ ବାହାରି ଯାଇ ବାହାରେ କହନ୍ତୁ। ଯଦି ସମ୍ପାଦକୀୟ ଲେଖିବାର ଅଛି ଦଳରୁ ବାହାରି ଯାଇ ସମ୍ପାଦକୀୟ ଲେଖନ୍ତୁ।

Share Now:

Kalinga News Beuro

Next Post

‘ଜି୨୦’ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇ ନଥିବାରୁ ପାକିସ୍ତାନ ନାଗରିକ ଦେଲେ ଏଭଳି ପ୍ରତିକ୍ରିୟା

Sat Sep 9 , 2023
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ‘ଜି୨୦’ ଶିଖର ସମ୍ମିଳନୀ ପାଇଁ ଅନେକଦିନରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଅନେକ ପରିଶ୍ରମ ପରେ ଆଜି ‘ଜି୨୦’ ଶିଖର ସମ୍ମିଳନୀର ସକାଳ ଅଧିବେଶନ ଫଳପ୍ରଦ ହୋଇଥିବା କଥା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଚଳିତବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଆମେରିକା,ବ୍ରିଟେନ, କାନାଡା,ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଇଟାଲୀ ଭଳି ୨୦ ସଦସ୍ୟ ରାଷ୍ଟ୍ରଙ୍କ ବ୍ୟତୀତ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅନ୍ୟ ବହୁ […]
ପାକିସ୍ତାନ ନାଗରିକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial