‘ଜି୨୦’ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇ ନଥିବାରୁ ପାକିସ୍ତାନ ନାଗରିକ ଦେଲେ ଏଭଳି ପ୍ରତିକ୍ରିୟା

ପାକିସ୍ତାନ ନାଗରିକ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ‘ଜି୨୦’ ଶିଖର ସମ୍ମିଳନୀ ପାଇଁ ଅନେକଦିନରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଅନେକ ପରିଶ୍ରମ ପରେ ଆଜି ‘ଜି୨୦’ ଶିଖର ସମ୍ମିଳନୀର ସକାଳ ଅଧିବେଶନ ଫଳପ୍ରଦ ହୋଇଥିବା କଥା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଚଳିତବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଆମେରିକା,ବ୍ରିଟେନ, କାନାଡା,ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଇଟାଲୀ ଭଳି ୨୦ ସଦସ୍ୟ ରାଷ୍ଟ୍ରଙ୍କ ବ୍ୟତୀତ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅନ୍ୟ ବହୁ ଦେଶର ନେତା ମଧ୍ୟ ଯୋଗ ଦେଇଛନ୍ତି। ଜି-୨୦ ସମ୍ମିଳନୀକୁ ନେଇ ସାରା ଦିଲ୍ଲୀରେ ଅଦ୍ଭୁତପୂର୍ବ ସାଜ୍ଜସଜ୍ଜା ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାବ୍ୟତୀତ ଦିଲ୍ଲୀରେ ନବ ନିର୍ମିତ ଭାରତ ମଣ୍ଡପକୁ ମଧ୍ୟ ଆକର୍ଷଣୀୟ ଶୈଳୀରେ ସଜ୍ଜିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଅଧ୍ୟକ୍ଷତା କରିବା ସହିତ ପ୍ରାୟ ୧୫ଟି ରାଷ୍ଟ୍ର ନେତାଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିବେ। ଏନେଇ ପୂରା ବିଶ୍ୱ ନିଜର ଭାରତ ଉପରେ ରହିଛି। ତେବେ ଜି-୨୦ ଶିଖର ସମ୍ମିଳନୀର ଏହି ଭବ୍ୟ ଆୟୋଜନକୁ ଦେଖି ପାକିସ୍ତାନ ବାୟା ହୋଇଯାଇଛି। ଏହି କ୍ରମରେ ପାକିସ୍ତାନର ଏକ ୟୁଟ୍ୟୁବ ଚାନେଲ ‘ରିୟଲ ଏଣ୍ଟରଟେନ‌ମେଣ୍ଟ’ ଏକ ଭିଡିଓ ପୋଷ୍ଟ କରିଛି। ଯେଉଁଥିରେ ଉପସ୍ଥାପକ ପାକିସ୍ତାନର ଜନତାଙ୍କ ପାଖକୁ ଯାଇ ଭାରତରେ ହେଉଥିବା ଜି-୨୦ ସମ୍ମିଳନୀକୁ ନେଇ ଆଲୋଚନା କରିଛନ୍ତି। ଆଉ କହିଛନ୍ତି କି ଭାରତ ଏ‌ତେ ଆଗକୁ ବଢ଼ିଗଲାଣି କି ସେଠାରେ ଜି-୨୦ ସମ୍ମିଳନୀ ଆୟୋଜନ ହେଉଛି। ବିଶ୍ୱର ଶୀର୍ଷ ନେତା ଭାରତରେ ଅଛନ୍ତି। ପାକିସ୍ତାନ କାହିଁକି ପଛରେ ରହିଗଲା?
ଏହାର ଉତ୍ତରରେ ପାକିସ୍ତାନ ଜନତା କହିଛନ୍ତି, ‘ଆମକୁ ଏଥିପାଇଁ ବହୁତ ଦୁଃଖ ଲାଗୁଛି। ଭାରତ ଆମକୁ ଜି-୨୦ ସମ୍ମିଳନୀକୁ ଡାକିଲା ନାହିଁ। ଆମେ ପରମାଣୁ ଶକ୍ତି, ଆମକୁ କାହିଁକି ନିମନ୍ତ୍ରଣ କରାଗଲା ନାହିଁ। ଆଉଜଣେ ପାକିସ୍ତାନୀ ନାଗରିକ ଭାରତକୁ ସମର୍ଥନ କରି କହିଛନ୍ତି, ‘ଆମର ସରକାର ଯେମିତି କୌଣସି ଦେଶ ଆମକୁ ପଚାରିବ ନାହିଁ। ଭାରତ ସହିତ ପାକିସ୍ତାନର ତୁଳନା କରିହେବ ନାହିଁ। କାରଣ ସେ ଚନ୍ଦ୍ରରେ ଯାଇ ପହଁଞ୍ଚିଲାଣି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ପାକିସ୍ତାନ ଜି-୨୦ର ସଦସ୍ୟ ହିଁ ନୁହେଁ। କିନ୍ତୁ ଭାରତ ଜି-୨୦ର ସଦସ୍ୟ ବ୍ୟତୀତ ଏମିତି କିଛି ଦେଶକୁ ନିମନ୍ତ୍ରଣ କରିଛି ଯେଉଁମାନେ ଜି-୨୦ର ସଦସ୍ୟ ନୁହନ୍ତି। ତେବେ ପାକିସ୍ତାନ ସହିତ ଭାରତର ସମ୍ପର୍କ ଭଲ ନଥିବାରୁ ଏହି ନିମନ୍ତ୍ରଣ ଆମ ପାଖକୁ ଆସିନାହିଁ।’

Share Now:

Kalinga News Beuro

Next Post

ଚୀନ ମୁକାବିଲା ପାଇଁ ଭାରତ ନିର୍ମାଣ କରିବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ

Sun Sep 10 , 2023
ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ଶେଷ ହେବାର କିଛି ମିନିଟ୍ ପରେ ଚୀନକୁ ଏକ ବଡ଼ ବାର୍ତ୍ତା ଦେଇଛି ଭାରତ। ଲଦାଖର ନୟୋମାଠାରେ ଭାରତ ନିର୍ମାଣ କରିବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ। ସେପ୍ଟେମ୍ବର ୧୨, ୨୦୨୩ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁର ଦେବକ ବ୍ରିଜ୍ ରୁ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ।ଏଲ୍ଏସିରେ ଚୀନ୍ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ […]
ଚୀନ ମୁକାବିଲା ପାଇଁ ପ୍ରସ୍ତୁତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial