ବୁଧବାରଠାରୁ ବିଏମ୍‌ସି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ

ବୁଧବାରଠାରୁ ନାମାଙ୍କନ ଦାଖଲ

୧୨ ଗ୍ରୁପ୍‌ରେ ୧୨ ଅଫିସର, ଶୃଙ୍ଖଳା ପାଇଁ ବାରିକେଡ୍‌

ଭୁବନେଶ୍ୱର: କର୍ପୋରେଟର୍‌ ଓ ମେୟର୍‌ ପଦ ଲାଗି ଆସନ୍ତା ୨ ତାରିଖ(ବୁଧବାର)ଠାରୁ ସ୍ଥାନୀୟ ଏଡିଏମ୍‌ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ ହେବ। ୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ୬ ଦିନ ଧରି ଏହି ପ୍ରକ୍ରିୟା ଚାଲିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ପ୍ରାର୍ଥୀମାନଙ୍କଠାରୁ ନାମାଙ୍କନପତ୍ର ଗ୍ରହଣ କରିବା ପାଇଁ ୧୨ଟି ଗ୍ରୁପ୍‌ କରାଯିବା ସହ ୧୨ଜଣ ଅଫିସରଙ୍କୁ ଦାଇତ୍ୱ ଦିଆଯାଇଛି। ଅପରପକ୍ଷେ ଏଡିଏମ୍‌ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଘଟଣାସ୍ଥଳରେ ଏକ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ହେବା ସହ ଡିସିପିଙ୍କ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ କରାଯାଇଛି। ସେହିପରି ଗୋଟିଏ ସମୟ‌ରେ ଏକାଧିକ ପ୍ରାର୍ଥୀ ସେମାନଙ୍କ ସମର୍ଥକଙ୍କ ଗହଣରେ ନାମାଙ୍କନପତ୍ର ଦାଖଲ ପାଇଁ ଆସିବାର ସମ୍ଭାବନା ଥିବାରୁ ଏଡିଏମ୍‌ଙ୍କ କାର୍ଯ୍ୟାଳୟ ଆଗରେ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଆଜି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଘଣଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଅପରପକ୍ଷେ, ଗତ ସାଧାରଣ ନିର୍ବାଚନ ଭଳି ଏଥରକ ବି ବିଜେବି କଲେଜ୍‌ରେ ଷ୍ଟ୍ରଙ୍ଗ୍‌ରୁମ୍‌ ସ୍ଥାପନ ହେବ। ମତଦାନ ପରେ ଇଭିଏମ୍‌ ରଖାଯିବ। ସେଠାରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଆଜି ଏଡିଏମ୍‌ ପ୍ରଫୁଲ୍ଲ କୁମାର ସ୍ୱାଇଁ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।

Share Now:

Kalinga News Beuro

Next Post

ଖାରକିଭ ଛାଡ଼ିବାକୁ ଭାରତୀୟଙ୍କୁ ସମୟ ଦେବାକୁ ଯୁଦ୍ଧ ଅଟକାଇଲା ରୁଷ୍ : ରାତି ସାଢେ ୯ଟା ପରେ ଆକ୍ରମଣ

Wed Mar 2 , 2022
ନୂଆଦିଲ୍ଲୀ : ୟୁକ୍ରେନର ୨ୟ ବୃହତ୍ତମ ସହର ଖାରକିବକୁ ଘେରି ରହିଛନ୍ତି ରୁଷ ସେନା। ଭାରତୀୟ ସମୟ ରାତି ସାଢେ ୯ଟା (ସ୍ଥାନୀୟ ସମୟ ସଂଧ୍ୟା ୬ଟା) ପରେ ଆକ୍ରମଣ ଆରମ୍ଭ ହେବ। ଏହି ସମୟ ସୁଦ୍ଧା ସହର ଛାଡ଼ି ଚାଲିଯିବାକୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଜରୁରୀ ପରାମର୍ଶ ଦେଇଛି ଭାରତୀୟ ଦୂତାବାସ। ଭାରତୀୟ ସମୟ ରାତି ସାଢେ ୯ଟା ପରେ ହିଁ ଖାରକିବ ଉପରେ ଚୂଡ଼ାନ୍ତ ଆକ୍ରମଣ କରାଯିବ ବୋଲି […]
ଖାରକିଭ ଛାଡ଼ିବାକୁ ଭାରତୀୟଙ୍କୁ ସମୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial