ଦ୍ୱିତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଜେଡିୟୁ ସାଂସଦ ହରିବଂଶ ସିଂହ

ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ସିଂହ

ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ)ର ସାଂସଦ ହରିବଂଶ ସିଂହ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ପାଇଁ ବିଧିବଦ୍ଧ ଭାବେ ନିର୍ବାଚିତ ହୋଇଛନ୍ତି। ହରିବଂଶ ସିଂହ ବିଧିବଦ୍ଧ ଭାବେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କାୟା ନାଇଡୁ ଆଜି (ସୋମବାର) ଅପରାହ୍ନରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ବିଜେପି ରାଜ୍ୟସଭା ସାଂସଦ ଜେପି ନଡ୍ଡା ରାଜ୍ୟସଭାର ଉପାଧ୍ୟକ୍ଷ ପଦବୀ ପାଇଁ ଏନଡିଏ ପ୍ରାର୍ଥୀ ଭାବେ ଜେଡିୟୁ ସାଂସଦ ହରବଂଶ ସିଂହଙ୍କ ନାମ ପ୍ରସ୍ତାବ କରିଥିଲେ ଏହାକୁ ଅନ୍ୟତମ ସାଂସଦ ଥାୱାରଚାନ୍ଦ ଗେହଲୋଟ୍‌ ସମର୍ଥନ କରିଥିଲେ। ପରେ, ବାଚନିକ ଭୋଟରେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ହରିବଂଶ ସିଂହ। ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତାମାନେ ଜେଡି (ୟୁ) ସାଂସଦ ହରିବଂଶ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସଂସଦରେ ହରିବଂଶ ଜୀ ଯେପରି ଦାୟିତ୍ୱପୂର୍ଣ୍ଣ ଓ ପ୍ରତିବଦ୍ଧତାର ସହ ନିଜର କର୍ତ୍ତବ୍ୟ ସଂପାଦନ କରିଛନ୍ତି ତାହା ପ୍ରଶଂସନୀୟ।

Share Now:

Kalinga News Beuro

Next Post

ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟ‌ରେ ଜନସ୍ବାର୍ଥ ମାମଲା

Mon Sep 14 , 2020
ଯାଜପୁର: ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟ‌ରେ ମାମଲା। ଶାରଦୀୟ ଦୁର୍ଗା ପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ୯ ଦିନାତ୍ମକ ରଥଯାତ୍ରା ଅନୁଷ୍ଠିତ କେଉଁ ଆବାହନ କାଳରୁ ହୋଇଆସୁଛି। ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ମା ବିରଜା ଙ୍କ ବିଜୟା ରଥରେ ମନ୍ଦିର ପରିକ୍ରମା କରନ୍ତି। କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରଥଯାତ୍ରା ନହେବାର […]
ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟ‌ରେ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial